
ନିକଟରେ ସୋନିଆ ଗାନ୍ଧୀ ଗଣମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଚରା (Poor Lady) ବୋଲି କହିଲା ପରେ ଏହା ଏକ ବିବାଦ ସୃଷ୍ଟି କରିଛି। ରାଷ୍ଟ୍ରପତିଙ୍କୁ ବିଚରା କହି ତାଙ୍କୁ ଅପମାନିତ କରିଛନ୍ତି ସୋନିଆ ଗାନ୍ଧୀ ବୋଲି ଅନେକ ଲୋକ ଅଭିଯୋଗ ଆଣିଛନ୍ତି।
ଏହି ପ୍ରସଙ୍ଗରେ ଗୋଟିଏ ପୁରୁଣା ଫୋଟୋ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛିଡ଼ା ହୋଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏଲ୍.କେ ଆଡଭାନୀ ବସିଥିବା ନଜର ଆସିଛନ୍ତି। ୟୁଜର ମାନେ ଦାବି କରୁଛନ୍ତି ଯେ ମୋଦୀ ନିଜେ ରାଷ୍ଟ୍ରପତିଙ୍କ ଅପମାନ କରି ଆସିଛନ୍ତି ଏବଂ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ମଧ୍ୟ ତାଙ୍କୁ ନିମନ୍ତ୍ରିତ କରା ଯାଇ ନଥିଲା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଲ.କେ ଆଡଭାନୀଙ୍କୁ ପୁରସ୍କାର ପ୍ରଦାନ କରିବା ପୂର୍ବରୁ ଏବଂ ପରେ ଚେୟାରରେ ବସିଥିଲେ। ସେ କେବଳ ଏଲ.କେ ଆଡଭାନୀଙ୍କୁ ପୁରସ୍କାର ପ୍ରଦାନ କରିବା ସମୟରେ ଠିଆ ହୋଇଥିଲେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଅଫିସିଆଲ ଟୁଇଟର ଏକାଉଣ୍ଟ ସର୍ଚ୍ଚ କରିଲୁ। ସେଠାରେ ଆମକୁ ସମାନ ଅବସରର ୪ ଟି ଫୋଟୋ ଟୁଇଟ ହେଇଥିବା ମିଳିଲା। ଏହି ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ ସମାରୋହଟି ଏଲ୍ କେ ଆଡଭାନୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ।
ଟୁଇଟର ଚତୁର୍ଥ ଫୋଟୋରେ ରାଷ୍ଟ୍ରପତି ମୁର୍ମୁ, ଏଲ.କେ.ଆଡଭାନୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଚେୟାରରେ ବସିଥିବା ଦେଖିବାକୁ ମିଳିଛି। ଏହି ଫୋଟୋରେ ଆଡଭାନୀଙ୍କ ବେକରେ ଏକ ପଦକ ଅଛି ଯାହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଆଡଭାନୀଜିଙ୍କୁ ପଦକ ଦେବା ପାରେ ରାଷ୍ଟ୍ରପତି ମୁର୍ମୁ ଚେୟାରରେ ବସିଛନ୍ତି।
ସମାରୋହର ଏକ ବିସ୍ତୃତ ଭିଡିଓ ପିଏମ ମୋଦୀଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପୋଷ୍ଟ କରାଯାଇଛି, ଯାହା ମଧ୍ୟ ନିଶ୍ଚିତ କରେ ଯେ ରାଷ୍ଟ୍ରପତି ମୁର୍ମୁ, ଆଡଭାନୀଙ୍କୁ ଭାରତ ରତ୍ନଙ୍କ ଦେବା ପୂର୍ବରୁ ଚେୟାରରେ ବସିଥିଲେ।
ଆମକୁ ଦି ହିନ୍ଦୁ ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ କେବଳ ରାଷ୍ଟ୍ରପତି ଭବନର ପ୍ରୋଟୋକଲ୍ ଅନୁସରଣ କରୁଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୂର୍ବତନ ପ୍ରେସ ସେକ୍ରେଟାରୀ ଅଶୋକ ମଲିକ ଟୁଇଟ ରେ କହିଛନ୍ତି ଯେ ରାଷ୍ଟାପାଟୀ ଭବନ ପ୍ରୋଟୋକଲରେ ରାଷ୍ଟ୍ରପତି ଏବଂ ପୁରସ୍କାର ପ୍ରାପ୍ତକର୍ତ୍ତା ଉଭୟ ଛିଡା ହୋଇଥିବାବେଳେ ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଅତିଥିମାନେ ବସିଛନ୍ତି। ଯଦି ପ୍ରାପ୍ତକର୍ତ୍ତା ବୃଦ୍ଧ କିମ୍ବା ଅବହେଳିତ ତେବେ ସେ ବସି ରହିପାରନ୍ତି। ଏହି ଘଟଣା ରାଷ୍ଟ୍ରପତି ଭବନରେ ହୋଇନଥିଲା, କିନ୍ତୁ ନିଶ୍ଚିତ ଭାବେ ସାଧାରଣ ପ୍ରୋଟୋକଲ୍ ପାଳନ କରାଯାଇଥିଲା ବୋଲି ସେ କହିଛନ୍ତି।
କ’ଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ରେ ନିମନ୍ତ୍ରିତ କରା ଯାଇନଥିଲା?
ଗୁଗୁଲ ରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୧ ମଇ ୨୦୨୪ ର ଏନଡ଼ିଟିଭି ର ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ବିପକ୍ଷ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ପ୍ରାଣ ପ୍ରତିଷ୍ଠା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ ନକରି ତାଙ୍କୁ ଅପମାନ କରା ଯାଇଥିଲା। କିନ୍ତୁ ରାମ ମନ୍ଦିର ଟ୍ରଷ୍ଟ ସଚିବ ଚମ୍ପତ ରାଏ ସ୍ପଷ୍ଟିକରଣ ଦେଇଥିଲେ ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଆମନ୍ତ୍ରଣ କରା ଯାଇଥିଲା।
୧୨ ଜାନୁଆରୀ ୨୦୨୪ ରେ ବିଶ୍ଵ ହିନ୍ଦୁ ପରିଷଧ ମୁଖପାତ୍ର ବିନୋଦ ବନସଳ୍ ଏକ ଟୁଇଟ କରିଥିଲେ ଯେଉଁଥିରେ ଦ୍ରୌପଦୀ ମୁର୍ମୁଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରା ଯାଉଛି। ନିମ୍ନରେ ଆପଣ ମାନେ ଟୁଇଟ ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଲ.କେ ଆଡଭାନୀଙ୍କୁ ପୁରସ୍କାର ପ୍ରଦାନ କରିବା ପୂର୍ବରୁ ଏବଂ ପରେ ଚେୟାରରେ ବସିଥିଲେ। ସେ କେବଳ ଏଲ.କେ ଆଡଭାନୀଙ୍କୁ ପୁରସ୍କାର ପ୍ରଦାନ କରିବା ସମୟରେ ଠିଆ ହୋଇଥିଲେ।

Title:କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବସିବା ପାଇଁ ସ୍ଥାନ ନଦେଇ ତାଙ୍କ ଅପମାନିତ କରିଛନ୍ତି? ଜାଣନ୍ତୁ ସତ୍ୟତା
Fact Check By: Siddharth SahuResult: Misleading
