କ’ଣ ଏକ ସମ୍ମିଳନୀରେ ବିଶ୍ଵ ନେତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଣଦେଖା କରୁଛନ୍ତି? ଜାଣନ୍ତୁ ସତ୍ୟତା। 

Misleading Political

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବିଭିନ୍ନ ଦେଶର ନେତା ମାନେ ଏକ ସମ୍ମିଳନୀରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଅନେକ ନେତାଙ୍କ ସହିତ ହାତ ମିଳାଇଥିବା ବେଳେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରିଛନ୍ତି ବୋଲି ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଫ୍ରାନ୍ସ ପ୍ରଧାନମନ୍ତି ନରେନ୍ଦ୍ର ମୋଦୀଙ୍କୁ ଅଣଦେଖା କରିନଥିଲେ। ସେ ମୋଦୀଙ୍କୁ ଆଲିଙ୍ଗନ କରି ସ୍ଵାଗତ କରିଥିଲେ। 

https://archive.org/details/20-facebook-5_20251017

Facebook | Archive

ଆମ ଅନୁସନ୍ଧାନ: 

ଆମ ନଉସନ୍ଧାରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ଆମେ କିଛି ଗଣମାଧ୍ୟମ ରିପୋର୍ଟ ପାଇଲୁ ଯେଉଁଥିରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ଦିନିଆ ଗସ୍ତ ସମୟରେ ଫ୍ରାନ୍ସରେ ପହଞ୍ଚିଥିଲେ। ସେଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ‘AI ଆକ୍ସନ ସମିଟ୍’ର ସହ-ଅଧ୍ୟକ୍ଷତା କରିଥିଲେ। ଏହି ସମୟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମାକ୍ରନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା।

ଏହି ଅବସର ବିଷୟରେ, ଅମର ଉଜାଲାର ପ୍ରକାଶିତ ରିପୋର୍ଟକୁ ଦେଖିଲେ ଜଣାପଡ଼େ ଯେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ୟାରିସରେ AI ଶିଖର ସମ୍ମିଳନୀରେ ସହ-ଅଧ୍ୟକ୍ଷତା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ ଏବଂ ତାଙ୍କୁ ତାଙ୍କର ବନ୍ଧୁ ବୋଲି କହିଥିଲେ। ରିପୋର୍ଟରେ ଉଭୟ ନେତାଙ୍କ କିଛି ଫଟୋ ପୋଷ୍ଟ କରାଯାଇଛି, ଯେଉଁଥିରେ ଉଭୟ ପରସ୍ପରକୁ ଆଲିଙ୍ଗନ କରୁଥିବା ଏବଂ ଭେଟିଥିବା ଦେଖାଯାଇଛି।

ସମାନ ସୂଚନା ସହିତ, ଆମେ Asianet ର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ମଧ୍ୟ ପାଇଲୁ। ରିପୋର୍ଟରେ ପ୍ରକାଶିତ ଫଟୋଗୁଡ଼ିକୁ ଦେଖିଲେ ଜଣାପଡୁଛି ଯେ ଫ୍ରାନ୍ସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ମୋଦୀଙ୍କୁ ସ୍ୱତନ୍ତ୍ର ସମୟ ଏବଂ ପୂର୍ଣ୍ଣ ସମ୍ମାନ ଦେଇଥିଲେ।

୧୧ ଫେବୃଆରୀ ୨୦୨୫ ରେ ଫ୍ରାନ୍ସରେ ଅନୁଷ୍ଠିତ AI ସମ୍ମିଳନୀ ସହିତ ଜଡିତ ଚିତ୍ରଗୁଡ଼ିକ ନ୍ୟୁଜ୍ ଏଜେନ୍ସି ANI ର ଏକ୍ସ (ଟୁଇଟର) ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। ଚିତ୍ରଗୁଡ଼ିକରେ ଦୁଇ ନେତାଙ୍କ ମଧ୍ୟରେ ଘନିଷ୍ଠତା ସ୍ପଷ୍ଟ ଭାବରେ ଦେଖାଯାଉଛି।

ଆମେ ମାକ୍ରନଙ୍କ ଅଫିସିଆଲ୍ X ଆକାଉଣ୍ଟରେ ସେୟାର ହୋଇଥିବା ଏକ ଭିଡିଓ ପାଇଲୁ। ଭିଡିଓରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସରେ ପହଞ୍ଚିବା ପରେ ତାଙ୍କ ଭବ୍ୟ ସ୍ୱାଗତ କରାଯାଇଥିଲା।

ଆମର ଅନୁସନ୍ଧାନ ସମୟରେ, ଆମେ ଆନ୍ତର୍ଜାତୀୟ ସମାଚାର ଏଜେନ୍ସି AP ର ସରକାରୀ ୟୁଟ୍ୟୁବ ଚ୍ୟାନେଲରେ ଏହି ସମ୍ମିଳନୀର ସମ୍ପୂର୍ଣ୍ଣ ଭିଡିଓ ପାଇଲୁ। ଏଠାରେ ଆମେ ଦେଖୁଛୁ ୮.୪୭ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାକ୍ରନଙ୍କ ସହିତ ସମ୍ମିଳନୀରେ ପହଞ୍ଚିଛନ୍ତି। ଏହା ପରେ, ମାକ୍ରନ୍ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସମେତ ଅନ୍ୟ ନେତାମାନଙ୍କୁ ଭେଟୁଛନ୍ତି ଏବଂ ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ବସୁଛନ୍ତି।

ଭିଡିଓରେ ଆହୁରି ଦେଖାଯାଉଛି ଯେ ମାକ୍ରନ୍ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ (୧୪.୨୨ ମିନିଟ୍ ରେ), ପ୍ରଧାନମନ୍ତ୍ରୀ ମୋଦିଙ୍କୁ (୧୭.୧୫ ମିନିଟ୍ ରେ) ମଞ୍ଚକୁ ନିମନ୍ତ୍ରଣ କରୁଛନ୍ତି ଏବଂ ଦୁହେଁ ପୁଣି ଥରେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଫ୍ରାନ୍ସ ପ୍ରଧାନମନ୍ତି ନରେନ୍ଦ୍ର ମୋଦୀଙ୍କୁ ଅଣଦେଖା କରିନଥିଲେ। ସେ ମୋଦୀଙ୍କୁ ଆଲିଙ୍ଗନ କରି ସ୍ଵାଗତ କରିଥିଲେ। 

Avatar

Title:କ’ଣ ଏକ ସମ୍ମିଳନୀରେ ବିଶ୍ଵ ନେତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଣଦେଖା କରୁଛନ୍ତି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *