ପୁରୁଣା ଏବଂ ଅସମ୍ପର୍କୀୟ ଭିଡିଓକୁ ଦୁବାଇରେ ଦୀପାବଳୀ ଉତ୍ସବ ପାଳନ ଦାବି ସହିତ ସେୟାର କରା ଯାଉଛି। 

Misleading Social

ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ଦୀପାବଳୀରେ ବାଣ ଫଟାଇବା ନେଇ ଦେଶରେ ବିବାଦ ସୃଷ୍ଟି ହୋଇଥିଲା। ଅନେକ ଲୋକ ପର୍ବ ପାଳନକୁ ଗୁରୁତ୍ଵ ଏଇ ବନ ଫଟାଇବାରେ କୌଣସି ପ୍ରତିବନ୍ଧ ନ ଲଗାଇବାକୁ ଜୋର ଦେଇଥିଲେ। 

ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବାଣ ଫୁଟେଇବା ସମୟରେ ରାସ୍ତାରେ ଅନେକ ଲୋକ ଛିଡ଼ା ହୋଇ ଏହାର ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି। 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଭାରତର ଚାର ବାଲା ତୁମ ଭାଈଜାନ୍ ଙ୍କୁ ପଚାର କି ? ଦୁବାଇରେ ଅସଲି ବାଲା ତ ଦୀପାବଳୀ ରେ ବାଣ ଫୁଟାଇ ମଜା କରୁଛନ୍ତି। କିନ୍ତୁ ଭାରତର ଭାଈଜାନ ଙ୍କୁ କଷ୍ଟ।

https://archive.org/details/20-facebook_20251024

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିବାକୁ ପାଇଲୁ ଯେ ରାସ୍ତାରେ ଗୋଟିଏ କାର ରେ UAE ଲେଖା ଯାଇଛି। ନିମ୍ନରେ ଆପଣ ମାନେ ତାହା ଦେଖି ପାରିବେ। 

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭିଡିଓଟି UAE ର ଅଟେ। 

ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୨୪ ସେପ୍ଟେମ୍ବର ୨୦୨୫ ରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟରେ କୁହା ଯାଇଛି ଯେ ଏହା ସାଉଦି ଆରବିଆ ର ୯୫ ତମ ଜାତୀୟ ଦିବସ ଉତ୍ସବ ପାଳନ ସମୟର ଭିଡିଓ। 

ଆମକୁ ୨ ଡିସେମ୍ବର ୨୦୨୪ ରେ ୟୁଟ୍ୟୁବରେ ମଧ୍ୟ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପ୍ସନରେ କୁହା ଯାଇଛି ଯେ ଏହା UAE ର ୫୩ ତମ ଜାତୀୟ ଦିବସ ଉତ୍ସବ ପାଳନର ଏକ ଭିଡିଓ।

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓର ୨୦୨୫ ମସିହାରେ ଦୀପାବଳୀ ପାଳନ ସହିତ କୌଣସି ସମ୍ପର୍କ ନାହିଁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହି ଭିଡିଓର ୨୦୨୫ ଦୀପାବଳୀ ପର୍ବ ସହିତ କୌଣସି ସମ୍ପର୍କ ନାହିଁ। ଭିଡିଓଟି ପୁରୁଣା ଏବଂ UAE ର ଜାତୀୟ ଦିବସ ଉତ୍ସବ ପାଳନ ସହିତ ଜଡ଼ିତ। 

Avatar

Title:ପୁରୁଣା ଏବଂ ଅସମ୍ପର୍କୀୟ ଭିଡିଓକୁ ଦୁବାଇରେ ଦୀପାବଳୀ ଉତ୍ସବ ପାଳନ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *