
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା। ଏହାକୁ ଲିଙ୍କ୍ କରି, ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ନାଚି ଉତ୍ସବ ପାଳନ କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ସେୟାର କରିବା ସମୟରେ ଦାବି କରାଯାଉଛି ଯେ ବାଲୁଚିସ୍ତାନର ଲୋକମାନେ ଭାରତ ଦ୍ୱାରା ପାକିସ୍ତାନ ବିରୁଦ୍ଧରେ ଆରମ୍ଭ କରାଯାଇଥିବା ଅପରେସନ ସିନ୍ଧୁରକୁ ପାଳନ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓର ଅପରେସନ୍ ସିନ୍ଦୁର ସହିତ କୌଣସି ସମ୍ପର୍କ ନାହିଁ। ବାଲୁଚିସ୍ତାନର ୨୦୨୪ ର ଏକ ଡାନ୍ସ ଭିଡିଓ ଅପରେସନ୍ ସିନ୍ଦୁର ପରେ ବାଲୁଚି ଲୋକ ଉତ୍ସବ ପାଳନ କରୁଥିବା ଦାବି ସହିତ ସେୟାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୫ ଏପ୍ରିଲ୍ ୨୦୨୪ ରେ ଏକ ଫେସବୁକ ଏକାଉଣ୍ଟରେ ପୋଷ୍ଟ କରା ଯାଇଥିଲା। ଭିଡିଓ ପୋଷ୍ଟ କରିବା ସମୟରେ, କ୍ୟାପସନରେ ଲେଖାଯାଇଥିଲା “ବାଲୋଚି ଲେୱା ବାଲୋଚି ନୃତ୍ୟ”। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓ ଅପରେସନ୍ ସିନ୍ଦୁର ପୂର୍ବର।
ଅଧିକ ତଦନ୍ତ ପରେ ଜଣାପଡିଲା ଯେ ଭିଡିଓରେ ଦେଖାଯାଉଥିବା ଗୋଷ୍ଠୀର ଆଜମତ ବାଲୋଚ୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ ଅଛି। ଭାଇରାଲ ଭିଡିଓରେ ଦେଖାଯାଉଥିବା ଗୋଷ୍ଠୀ ଦ୍ୱାରା ଏହି ଚ୍ୟାନେଲରେ ଏପରି ଅନେକ ନୃତ୍ୟ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଦେଖାଯାଉଛି ଯେ ସେମାନେ ବାଲୁଚି ଲେଭା ନୃତ୍ୟ ପ୍ରଦର୍ଶନ କରନ୍ତି।
ବାଲୁଚି ଲେୱା ନୃତ୍ୟ ପ୍ରକୃତରେ ବେଲୁଚିସ୍ତାନରେ, ବିଶେଷକରି ମକ୍ରାନର ଉପକୂଳବର୍ତ୍ତୀ ଅଞ୍ଚଳରେ ବାଲୁଚି ଲୋକଙ୍କ ଦ୍ୱାରା ପ୍ରଦର୍ଶିତ ଏକ ପାରମ୍ପରିକ ଲୋକନୃତ୍ୟ। ଏହା ଏକ ଆନନ୍ଦଦାୟକ ଉତ୍ସବ ଯେଉଁଠାରେ ଆଦିବାସୀମାନେ ପ୍ରାୟତଃ ଦଳବଦ୍ଧ ଭାବରେ ପ୍ରଦର୍ଶନ କରନ୍ତି, ହାତ ଏବଂ ପାଦ ଗତିବିଧିର ନକଲ କରନ୍ତି। ଏଥିରେ ପ୍ରଦର୍ଶିତ ନୃତ୍ୟ ବାଲୁଚ୍ ସଂସ୍କୃତିର ଏକ ଜୀବନ୍ତ ପରିଭାଷା, ଯାହା ପ୍ରାୟତଃ ଉତ୍ସବ ଏବଂ ଖୁସି ସମୟରେ ପ୍ରଦର୍ଶିତ ହୁଏ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓର ଅପରେସନ୍ ସିନ୍ଦୁର ସହିତ କୌଣସି ସମ୍ପର୍କ ନାହିଁ। ବାଲୁଚିସ୍ତାନର ୨୦୨୪ ର ଏକ ଡାନ୍ସ ଭିଡିଓ ଅପରେସନ୍ ସିନ୍ଦୁର ପରେ ବାଲୁଚି ଲୋକ ଉତ୍ସବ ପାଳନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

Title:ବାଲୁଚିସ୍ତାନର ଏକ ପୁରୁଣା ଡାନ୍ସ ଭିଡିଓ ଅପରେସନ୍ ସିନ୍ଦୁର ପରେ ବାଲୁଚି ଲୋକ ଉତ୍ସବ ପାଳନ କରୁଥିବା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
