
ନିକଟରେ ବାଲୁଚିସ୍ତାନ ମୁକ୍ତି ସେନା (BLA) ପାକିସ୍ତାନ ଉପରେ ମାରାତ୍ମକ ଆକ୍ରମଣ କରିଥିଲା। ୧୧ ମାର୍ଚ୍ଚ ତାରିଖରେ ସେମାନେ ଏକ ଟ୍ରେନ୍ ହାଇଜାକ୍ କରି ପ୍ରାୟ ୫୦୦ ଯାତ୍ରୀଙ୍କୁ ବନ୍ଧକ କରିଥିଲେ, ଯାହା ଫଳରେ ଏକ ହିଂସାତ୍ମକ ସଂଘର୍ଷ ଘଟିଥିଲା। ପରେ, ୧୬ ମାର୍ଚ୍ଚ ରେ, ସେମାନେ ଏକ ସୁରକ୍ଷା ବାହିନୀର କାଫଲା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଅନେକ ଅଧିକାରୀ ଏବଂ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।
ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଏକ ପଡ଼ିଆରେ ଅନେକ ମୃତ ଶରୀର କଫିନ୍ ଗୁଡ଼ିକରେ ପାକିସ୍ତାନ ପତାକା ସହିତ ଘୋଡାଇ ରଖା ଯାଇଥିବା ନଜର ଆସିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏହା ବାଲୁଚିସ୍ତାନ ମୁକ୍ତି ସେନା ଦ୍ଵାରା କରା ଯାଇଥିବା ଆକ୍ରମଣରେ ପ୍ରାଣ ହରାଇ ଥିବା ପାକିସ୍ତାନୀଙ୍କ ଶରୀର।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ୨୦୧୧ ମସିହାର ପୁରୁଣା ଫୋଟୋକୁ ନିକଟରେ ପାକିସ୍ତାନରେ ଘଟିଥିବା ବାଲୋଚ ଲିବେରେସନ୍ ସେନା ଆକ୍ରମଣରେ ପ୍ରାଣ ହରାଇଥିବା ପାକିସ୍ତାନୀ ସେନା ସଦସ୍ୟଙ୍କ ଫୋଟୋ ଦାବି ସହିତ ସେୟାର କରାଯାଉଛି।
କ’ଣ ଦାବି କର ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପୁଲବାମା ଘଟଣାରେ ପାକିସ୍ତାନ ଖୁସିପାଳନ କରୁଥିଲା,ବର୍ତମାନ ଆମ ପାଳି, ଧନ୍ୟବାଦ ବଲୁଚବାସୀ l”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୧୧ ଫେବ୍ରୁଆରି ୨୦୧୧ ରେ ଇଣ୍ଡିପେଣ୍ଡେଣ୍ଟର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଜଣେ ତାଲିବାନ ଆତ୍ମଘାତୀ ବିସ୍ଫୋରଣକାରୀ, ଜଣେ ସ୍କୁଲ ପିଲା ବେଶରେ ପାକିସ୍ତାନର ଏକ ସାମରିକ ଟ୍ରେନିଂ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୩୧ ଜଣ ସେନା କ୍ୟାଡେଟଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣକାରୀ ଜଣକ ସ୍କୁଲ ପୋଷାକ ପିନ୍ଧି ପ୍ରତିଷ୍ଠାନରେ ପ୍ରବେଶ କରି ସୈନିକମାନଙ୍କ ମଧ୍ୟରେ ବିସ୍ଫୋରଣ କରିଥିଲା। ଏହି ଆକ୍ରମଣ ପାକିସ୍ତାନର ସାମରିକ ବାହିନୀ ବିରୁଦ୍ଧରେ ତାଲିବାନର ଚାଲିଥିବା ହିଂସାର ଏକ ଅଂଶ ଥିଲା।
୨୦୧୧ ମସିହା ଫ୍ରାନ୍ସ ୨୪ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଏକ ସେନା ଶିବିର ଉପରେ ଏକ ଆତ୍ମଘାତୀ ଆକ୍ରମଣକାରୀ ଆକ୍ରମଣ କରି ଅନେକ ସୈନିକଙ୍କୁ ହତ୍ୟା କରିଛି। ତାଲିବାନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହି ଏହା ସେମାନଙ୍କ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ବୋଲି କହିଛି। ଏହି ଆକ୍ରମଣ ତାଲିବାନ ଏବଂ ଅଲ-କାଏଦା ସହିତ ଜଡିତ ଅଞ୍ଚଳରେ ଚାଲିଥିବା ହିଂସାର ଏକ ଅଂଶ ବୋଲି ଫ୍ରାନ୍ସ ୨୪ ରେ କୁହା ଯାଇଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ୨୦୧୧ ମସିହାର ପୁରୁଣା ଫୋଟୋକୁ ନିକଟରେ ପାକିସ୍ତାନରେ ଘଟିଥିବା ବାଲୋଚ ଲିବେରେସନ୍ ସେନା ଆକ୍ରମଣରେ ପ୍ରାଣ ହରାଇଥିବା ପାକିସ୍ତାନୀ ସେନା ସଦସ୍ୟଙ୍କ ଫୋଟୋ ଦାବି ସହିତ ସେୟାର କରାଯାଉଛି।

Title:୨୦୧୧ ମସିହାର ପୁରୁଣା ଫୋଟୋକୁ ନିକଟରେ ପାକିସ୍ତାନରେ ଘଟିଥିବା ବାଲୋଚିସ୍ତାନ ଲିବେରେସନ୍ ସେନା ଆକ୍ରମଣରେ ପ୍ରାଣ ହରାଇଥିବା ପାକିସ୍ତାନୀ ସେନା ସଦସ୍ୟଙ୍କ ଫୋଟୋ ଦାବି ସହିତ ସେୟାର କରାଯାଉଛି।
Fact Check By: Siddharth SahuResult: Misleading
