ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ହସ୍ପିଟାଲରେ ଦାଖଲ ହୋଇଥିବା ପୁରୁଣା ଫୋଟୋକୁ ତାଙ୍କ ମୃତ୍ୟୁର କିଛି ସମୟପୂର୍ବର ଘଟଣା ଦାବି ସହିତ ସେୟାର କରା ଯାଉଛି।

False Political

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ୨୬ ଡିସେମ୍ବର ୨୦୨୪ ରେ ଦେହାନ୍ତ ହୋଇଥିଲା। ଏହା ପରେ, ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ହସ୍ପିଟାଲରେ ଦାଖଲ ହୋଇଛନ୍ତି। ଦାବି କରାଯାଊଛି ଯେ ଏହା ଡକ୍ଟର ମନମୋହନ ସିଂଙ୍କ ଶେଷ ଫୋଟୋ। ଫୋଟୋରେ ଡକ୍ଟର ମନମୋହନ ସିଂହଙ୍କୁ ହସ୍ପିଟାଲ ବେଡରେ ଶୋଇଥିବାର ଦେଖାଯାଉଛି ଏବଂ ତାଙ୍କ ପାଖରେ ଜଣେ ଡାକ୍ତର ଠିଆ ହୋଇଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ହସ୍ପିଟାଲରେ ଦାଖଲ ହୋଇଥିବା ପୁରୁଣା ଫୋଟୋକୁ ତାଙ୍କ ମୃତ୍ୟୁର କିଛି ସମୟପୂର୍ବର ଘଟଣା ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ମୃତ୍ୟୁ ପୂର୍ବରୁଶେଷ ଫୋଟୋ ପରଲୋକରେ ମନମୋହନ ସିଂ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୧ ଅକ୍ଟୋବର ୨୦୨୧ ର ଜି ନ୍ୟୁଜ ର ଏକ ରିପୋର୍ଟ ମିଳିଲା। ଏହି ରିପୋର୍ଟରେ ଭାଇରାଲ୍ ଫଟୋ ପରି ସମାନ ଏକ ଫଟୋ ପ୍ରକାଶିତ ହୋଇଛି। ଫଟୋରେ ଡାକ୍ତରଙ୍କ ବ୍ୟତୀତ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭିଆଙ୍କୁ ଡାକ୍ତର ମନମୋହନ ସିଂହଙ୍କ ପାଖରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି। ଭାଇରାଲ୍ ହୋଇଥିବା ଫଟୋଟି ଏହି ଫଟୋରୁ କ୍ରପ୍ କରାଯାଇଛି।

ରିପୋର୍ଟ ଅନୁସାରେ, ଜ୍ୱର ପରେ ଦୁର୍ବଳତା ଅଭିଯୋଗ କରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୩ ଅକ୍ଟୋବର ୨୦୨୧ରେ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଆମେ ୧୪ ଅକ୍ଟୋବର ୨୦୨୧ ରେ ପ୍ରକାଶିତ ଆଉ ଏକ ରିପୋର୍ଟ ପାଇଲୁ ଯେଉଁଥିରେ ସମାନ ଫୋଟୋ ଦେଖିବାକୁ ମିଳିଲା। ରିପୋର୍ଟରେ ଉଲ୍ଲେଖ କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମନମୋହନ ସିଂହଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଏହା ବ୍ୟତୀତ, ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଏମ୍ସରେ ଡକ୍ଟର ମନମୋହନ ସିଂଙ୍କୁ ଭେଟିଥିଲେ।

ଡକ୍ଟର ମନସୁଖ ମାଣ୍ଡଭିଆ ଏମ୍ସରେ ଡକ୍ଟର ମନମୋହନ ସିଂଙ୍କୁ ଭେଟିବା ପରେ ମନମୋହନ ସିଂଙ୍କର ପୁତ୍ରୀ ଅଭିଯୋଗ ଆଣିଥିଲେ ଯେ ପରିବାର ପକ୍ଷରୁ ଆପତ୍ତି ସତ୍ତ୍ୱେ ଡକ୍ଟର ମନସୁଖ ମାଣ୍ଡାଭିଆ ଜଣେ ଫଟୋଗ୍ରାଫରଙ୍କୁ ଭିତରକୁ ନେଇଥିଲେ। ଏଠାରେ ଆପଣ ମାନେ ବିସ୍ତାରରେ ଖବର ପଢି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ହସ୍ପିଟାଲରେ ଦାଖଲ ହୋଇଥିବା ପୁରୁଣା ଫୋଟୋକୁ ତାଙ୍କ ମୃତ୍ୟୁର କିଛି ସମୟପୂର୍ବର ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ହସ୍ପିଟାଲରେ ଦାଖଲ ହୋଇଥିବା ପୁରୁଣା ଫୋଟୋକୁ ତାଙ୍କ ମୃତ୍ୟୁର କିଛି ସମୟପୂର୍ବର ଘଟଣା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *