
ପୁରୀର ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ସେ ଏକ ରେଳ ଷ୍ଟେସନ୍ ରେ ଅପେକ୍ଷା କରୁଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ ତାଙ୍କର ଏହି ଫୋଟୋ ପ୍ରୟାଗରାଜ ଷ୍ଟେସନରେ ନିଆ ଯାଇଛି। ଏହା ମଧ୍ୟ ଦାବି କରା ଯାଇଛି ଯେ ସେ ଆମେରିକୀୟ ମହାକାଶ ଏଜେନ୍ସି ନାସା ର ପରାମର୍ଶଦାତା କମିଟି ରେ ମଧ୍ୟ ରହିଛନ୍ତି ଏବଂ ନାସା ତାଙ୍କ ଠାରୁ ପରାମର୍ଶ ମଧ୍ୟ ନିଏ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବୀକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ପୁରୀର ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କର ଏକ ପୁରୁଣା ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପୁରୀର ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦ ଏକ ମହାନ ଋଷି ଏବଂ ଜ୍ଞାନୀ, ଯେଉଁଥିରେ ବୈଜ୍ଞାନିକ ଓ ଗଣିତ ଜ୍ଞାନ ଅତ୍ୟଧିକ। ISRO ଏବଂ NASA ତାଙ୍କ ପରାମର୍ଶ ନେଇଥାଏ, ଏବଂ ତାଙ୍କ ଗଣିତ ଜ୍ଞାନ ଅକ୍ସଫୋର୍ଡ, କେମ୍ବ୍ରିଜ, IIT, ଏବଂ IISC ଦ୍ଵାରା ପ୍ରଶଂସିତ। ସେ ସରଳ ଜୀବନ ଯାପନ କରିଥାନ୍ତି ଏବଂ ମାନବ ସମାଜ ପାଇଁ ଅନେକ ବୈଜ୍ଞାନିକ ପୁସ୍ତକ ଲେଖିଛନ୍ତି। ସାଂସ୍କୃତିକ ଓ ଧାର୍ମିକ ଜ୍ଞାନ ଅଧ୍ୟୟନ ପାଇଁ ଗୋବର୍ଦ୍ଧନ ମଠର ୱେବସାଇଟ୍ ଦେଖିବାକୁ ଅନୁରୋଧ କରାଯାଉଛି।” ଏଥିରେ ଏହା ମଧ୍ୟ ଦାବି କରା ଯାଇଛି ଯେ ସେ ପ୍ରୟାଗରାଜ ରେଳ ଷ୍ଟେସନରେ ଅପେକ୍ଷା କରୁଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୨୦୨୧ ମସିହାରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟରେ ତାଙ୍କର ପ୍ରଶଂସା କରି କୁହା ଯାଇଛି ଯେ ସେ ମହାନ ବ୍ୟକ୍ତି ହେବା ପରେ ମଧ୍ୟ ଏପରି ଶରଳ ଜୀବନ ଯାପନ କରୁଛନ୍ତି। ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଫୋଟୋ ପୁରୁଣା ଏବଂ ମହାକୁମ୍ଭ ମେଳା ସହିତ ଏହାର କୌଣସି ସମ୍ପର୍କ ନାହିଁ।
ସମାନ ଫୋଟୋ ଆମକୁ ୨୦୨୧ ରେ ଟୁଇଟ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସେହି ଟୁଇଟ ଦେଖି ପାରିବେ।
କ’ଣ ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦ ନାସା ର ପରାମଶଦାତା କମିଟିର ସଦସ୍ୟ?
ଏହା ଜାଣିବା ପାଇଁ ପାଇଁ ନାସାର ୱେବସାଇଟ ସର୍ଚ୍ଚ କରିଲୁ। ସେଥିରେ ୧୮ ଟି ସଦସ୍ୟ ଅଛନ୍ତି ଏବଂ ତାଙ୍କ ମଧ୍ୟରୁ ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କ ନାମର ଉଲ୍ଲେଖ ନାହିଁ।
ନାସା ୱେବସାଇଟ ରେ ଉଲ୍ଲେଖ କରା ଯାଇଛି ଯେ NASA ପ୍ରଶାସକ NASA ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଏବଂ ସମସ୍ତ ସଦସ୍ୟଙ୍କୁ, ଏବଂ NASAର ଜଣେ ସରକାରୀ କର୍ମଚାରୀଙ୍କୁ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଅନ୍ତି। ଜାତୀୟ ଏକାଡେମୀର ମହାକାଶ ଅଧ୍ୟୟନ ବୋର୍ଡ (SSB) ଏବଂ ଏରୋନଟିକ୍ସ ଏବଂ ମହାକାଶ ଇଞ୍ଜିନିୟରିଂ ବୋର୍ଡ (ASEB) ର ଅଧ୍ୟକ୍ଷମାନେ ପରିଷଦର ପଦାଧିକାରୀ, ଭୋଟ ନ ଦେଉଥିବା ସଦସ୍ୟ ଭାବରେ କାର୍ଯ୍ୟ କରନ୍ତି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ହେଉଥିବା ଫୋଟୋ ପୁରୀ ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କର ଏକ ପୁରୁଣା ଫୋଟ ଅଟେ। ଏହାର ଚଳିତ ପ୍ରୟାଗରାଜ ମହାକୁମ୍ଭ ସହିତ କୌଣସି ସମ୍ପର୍କ ନାହିଁ। ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ସେ NASA ର ପରାମର୍ଶଦାତା କମିଟି ର ସଦସ୍ୟ ମଧ୍ୟ ନୁହଁନ୍ତି।

Title:ପୁରୀର ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କର ଏକ ପୁରୁଣା ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: Misleading
