
ଏକ ଶିଶୁ ଜଣେ ବ୍ୟକ୍ତିଙ୍କରର ମୃତଦେହକୁ ଚୁମ୍ବନ କରିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହିତ ଦାବି କରାଯାଉଛି ଯେ ଏହି ଫଟୋଟି ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସୟଦ ଆଦିଲ ହୁସେନ ଶାହଙ୍କ ପୁଅର।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିଟି କୁ ମିଥ୍ୟା ବୋଲି ପାଇଲା। ପୋଷ୍ଟରେ ଶିଶୁଟି ଶବକୁ ଚୁମ୍ବନ କରୁଥିବାର ଫଟୋ ପହଲଗାମର ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ସୋସିଆଲ ମିଡିଆରେ ଉପଲବ୍ଧ ଅଛି। ଏହି ଫଟୋଟି ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ କୌଣସି ସମ୍ପର୍କ ନାହିଁ। ମିଥ୍ୟା ସୂଚନା ଦେଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଏହି ଶରୀରଟି ପହଲଗାମର ସାହସୀ ଓ ସାହସୀ ସୟଦ ଆଦିଲ ହୁସେନ ଶାହଙ୍କର… ଫଟୋରେ, ତାଙ୍କ ପୁଅ ତାଙ୍କ ସହିଦ ପିତାଙ୍କ କପାଳକୁ ଚୁମ୍ବନ ଦେଉଛନ୍ତି… ସୟଦ ଆଦିଲ ହୁସେନ ଶାହ, ଯିଏ ତାଙ୍କ ହିନ୍ଦୁ ପର୍ଯ୍ୟଟକଙ୍କ ଜୀବନ ରକ୍ଷା ପାଇଁ, ଏକାକୀ ନିରସ୍ତ୍ର ଆତଙ୍କବାଦୀ ସହିତ ଲଢ଼ି ତାଙ୍କ ବନ୍ଧୁକ ଛଡ଼ାଇ ନେଇଥିଲେ, ଏବଂ ଏକାକୀ ଲଢ଼ି ନିଜ ଜୀବନକୁ ବଳିଦାନ ଦେଇଥିଲେ”
ଆମ ଅନୁଅନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୧୨ ଏପ୍ରିଲ୍ ୨୦୨୫ ରେ ମଧ୍ୟ ଫେସବୁକ ରେ ପୋଷ୍ଟ ହେଇଥିବା ମିଳିଲା, ଯେତେବେଳେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ ରେ ହୋଇଥିଲା। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଉପଲବ୍ଧ ଅଛି।
ଅଧିକ ତଦନ୍ତ ପରେ, ଆମେ ଜାଣିବାକୁ ପାଇଲୁ ଯେ ସମାନ ଭାଇରାଲ ଫଟୋଟି ଅନ୍ୟ ଜଣେ ଫେସବୁକ୍ ବ୍ୟବହାରକାରୀ ୧୯ ଏପ୍ରିଲ ତାରିଖରେ ପୋଷ୍ଟ କରିଥିଲେ।
ଆମର ତଦନ୍ତ ସମୟରେ, ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରାଯାଇଥିବା ଫଟୋଟି ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ୧୨ ଏପ୍ରିଲ୍ ୨୦୨୫ ରେ ଅପଲୋଡ୍ କରାଯାଇଥିଲା। ଏହି ଫଟୋ ସହିତ ସୂଚନା ଦିଆଯାଇଥିଲା ଯେ ଏହା ଗାଜାର।
https://twitter.com/SubuhaAnjum/status/1911052663552200820
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଅଟୋର ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଫୋଟୋ ପହଗାମ ଆକ୍ରମଣ ପୂର୍ବରୁ ସୋସିଆଲ ମିଡିଆରେ ଉପଲବ୍ଧ ଅଛି।

Title:ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଥିବା ସୟଦ ଆଦିଲ ହୁସେନଙ୍କ ପୁଅ ନିଜ ପିତାର ମୃତ ଶରୀରକୁ ଚୁମ୍ବନ ଦେଉଛି କି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: False
