ଆକାଶରେ ଯୁଦ୍ଧ ବିମାନ ଦ୍ୱାରା ଗଠିତ ତ୍ରିଶୂଳର ଏହି ଫଟୋର ମହାକୁମ୍ଭ ମେଳା ସହିତ କୌଣସି ସମ୍ପର୍କ ନାହିଁ।

False Social

ଆକାଶରେ ତ୍ରିଶୂଳ ତିଆରି କରୁଥିବା ଏକ ଲଢ଼ୁଆ ବିମାନର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହା ପ୍ରୟାଗରାଜରେ ମହାକୁମ୍ଭ ମେଳାର ଶେଷ ଦିନରେ ଭାରତୀୟ ବାୟୁସେନାର ଏୟାର ଶୋ’ର ଦୃଶ୍ୟ। ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ରେ ସୁଖୋଇ ବିମାନ ଦ୍ଵାରା ତ୍ରିଶୂଳ ଗଠନ

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଯୁଦ୍ଧ ବିମାନ ଦ୍ଵାରା ଆକାଶରେ ତ୍ରିଶୂଳ ଗଠନ କରୁଥିବା ଫୋଟୋ ଇଣ୍ଟର୍ନେଟରେ ଅନେକ ବର୍ଷରୁ ଉପଲବ୍ଧ ଅଛି। ଏହାର ମହାକୁମ୍ଭ ମେଳା ସହିତ କୌଣସି ସମ୍ପର୍କ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ କିଛି ରିପୋର୍ଟ ମିଳିଲା ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ପ୍ରୟାଗରାଜ ରେ ଅନୁଷ୍ଠିତ ମହାକୁମ୍ଭ ମେଳାର ଶେଷ ଦିନରେ ଭାରତୀୟ ବାୟୁ ସେନା ଏକ ଏୟାର ଶୋ କରିଥିଲା। 

କିନ୍ତୁ ଉପରୋକ୍ତ ଭିଡିଓରେ ଆମେ ଭାଇରାଲ ଫୋଟୋର ଦୃଶ୍ୟ ଦେଖିବାକୁ ପାଇଲୁ ନାହିଁ। 

ଏହା ପରେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ୬ ମାର୍ଚ୍ଚ, ୨୦୧୯ ରେ, ଆମକୁ ଜଣେ ଟ୍ୱିଟର ୟୁଜରଙ୍କ ଦ୍ୱାରା ଭାଇରାଲ ଫଟୋ ଅପଲୋଡ୍ କରିଥିବା ଏକ ଟ୍ୱିଟ୍ ମିଳିଲା। ଯଦିଓ ଫଟୋ ବିଷୟରେ କୌଣସି ସୂଚନା ଉଲ୍ଲେଖ କରାଯାଇ ନାହିଁ, ଆମେ ନିଶ୍ଚିତ ଯେ ଭାଇରାଲ ଫଟୋର ୨୦୨୫ ମହାକୁମ୍ଭ ମେଳା ସହିତ କୌଣସି ସମ୍ପର୍କ ନାହିଁ।

ଆମକୁ ୨୦୧୯ ର ଏକ ଫେସବୁକ ପୋଷ୍ଟ ମଧ୍ୟ ମିଳିଲା ଯେଉଁଥିରେ ଭାଇରାଲ ଫୋଟୋ ଅପ୍ଲୋଡ କରା ଯାଇଥିଲା। ଶିବ ରାତ୍ରି ଅବସରରେ ୨୦୧୯ ମସିହାରେ ଏହି ଫୋଟୋ ପୋଷ୍ଟ କରା ଯାଇଥିଲା। 

https://www.facebook.com/KOELElectricPumps/posts/pfbid029HHcYFj1R2UkascQPC4KAMyUv7RscYiFpWLGYdJL3ym62dGGLboY8AguTKL2xWr5l

ଆମେ ୨୦୧୯ ଏବଂ ୨୦୨୦ ର ଅନ୍ୟ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକ ମଧ୍ୟ ପାଇଲୁ ଯେଉଁଥିରେ ସମାନ ଫଟୋ ଅଛି।

ଭାରତୀୟ ବାୟୁସେନା ବିଭିନ୍ନ ସମୟରେ ଏୟାର ଶୋ କରିଆସୁଛି। ବିଭିନ୍ନ ଭିଡିଓ ଦେଖିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ଆକାଶରେ ଭାରତୀୟ ବାୟୁସେନା ଦ୍ୱାରା ଗଠିତ ତ୍ରିଶୂଳ ଆକୃତି ଭାଇରାଲ ଫଟୋ ପରି ନୁହେଁ।

ନିମ୍ନରେ ଆପଣ ମାନେ ବାୟୁ ସେନା ଦ୍ଵାରା ଗଠିତ ଏୟାର ଶୋ’ର ଦୃଶ୍ୟ ଦେଖି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ ମହାକୁମ୍ଭ ମେଳାର ଶେଷ ଦିନରେ ଭାରତୀୟ ବାୟୁ ସେନା ଦ୍ଵାରା ତ୍ରିଶୂଳ ଗଠନ କରା ଯାଇଥିବା ଫୋଟୋ ନୁହେଁ। ଏହି ଫୋଟୋ ଅନେକ ବର୍ଷ ଧରି ସୋସିଆଲ ମିଡିଆରେ ଉପଲବ୍ଧ ଅଛି। 

Avatar

Title:ଆକାଶରେ ଯୁଦ୍ଧ ବିମାନ ଦ୍ୱାରା ଗଠିତ ତ୍ରିଶୂଳର ଏହି ଫଟୋର ମହାକୁମ୍ଭ ମେଳା ସହିତ କୌଣସି ସମ୍ପର୍କ ନାହିଁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *