
ରାସ୍ତାରେ ପୋଲିସ୍ କର୍ମଚାରୀଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍କଲ୍ କ୍ୟାପ୍ ପିନ୍ଧିଥିବା କିଛି ଲୋକ ଟ୍ରାଫିକ ପୋଲିସ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ଦାବି କରା ଯାଇଛି ଯେ ମୁମ୍ବାଇରେ ଟ୍ରାଫିକ୍ ପୋଲିସ ମୁସ୍ଲିମଙ୍କ ବିରୁଦ୍ଧରେ ଚାଲାଣ କରିଥିବା ହେତୁ ଏହି ଘଟଣା ଘଟିଥିଲା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଦିଲ୍ଲୀରେ ଟ୍ରାଫିକ ପୋଲିସ ଉପରେ ଆକ୍ରମଣର ପୁରୁଣା ଭିଡିଓକୁ ମୁମ୍ବାଇର ଘଟଣା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କୃ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଆଜି ମୁମ୍ବାଇରେ ଯେତେବେଳେ ପୋଲିସ, ଗାଡ଼ିର ଚାଲାଣ କାଟିଲା, ମୁସଲମାନମାନେ ସେମାନଙ୍କୁ ଖୁବ୍ ମାଡ ମାରିଲେ। ଚିନ୍ତା କରନ୍ତୁ ଏହା ଆଇନ ପାଇଁ ଏକ କେତେବଡ ଆହ୍ଵାନ। ଭବିଷ୍ୟତରେ ଭାରତରେ କ’ଣ ହେବ ଏହି ଭିଡିଓଟି ସ୍ପଷ୍ଟ ଭାବେ କହିଛି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୪ ଜୁଲାଇ ୨୦୧୫ ରେ NDTV ର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଗୋକୁଲପୁରୀରେ ହେଲ୍ମେଟ୍ ନ ପିନ୍ଧିଥିବା ଏବଂ ତ୍ରିପଲ୍ ରାଇଡିଂ କରୁଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଟ୍ରାଫିକ୍ ପୋଲିସ ଚାଲାଣ କରିଥିବା ହେତୁ ସେମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ।
ଏହି ଘଟଣା ଜଡ଼ିତ ଆମେ କିଛି ନ୍ୟୁଜ୍ ରିପୋର୍ଟ ସାମନାକୁ ମଧ୍ୟ ଆସିଲୁ। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ନୁଯାୟୀ, ଜଣେ ପୋଲିସ ଅଧିକାରୀ କହିଥିଲେ ଯେ ଏହି ଘଟଣା ପରେ ସେମାନେ ୨୨ ବର୍ଷୀୟ ଶାହନବାଜ, ତାଙ୍କ ଭାଇ ଏବନ ତାଙ୍କ ପିତା ଷାଗିର ଅହମଦଙ୍କୁ ଶାରୀରିକ ନିର୍ଯାତନା ଏବଂ ଜଣେ ପୋଲିସ ଅଧିକାରୀଙ୍କୁ ତାଙ୍କ କାମରେ ବାଧା ଦେବା ଅଭିଯୋଗରେ ଗିରଫ କରିଥିଲେ। ଅନ୍ୟ ଦୁଇଟି ଲୋକଙ୍କ ସହିତ ଏହି ତିନି ଜଣ ମନୋଜ ଏବଂ ଜୟ ଭଗବାନ ନାମକ ଟ୍ରାଫିକ୍ ପୋଲିସ ଉପରେ ଆକ୍ରମଣ କରିଥିଲେ।
ଡେକାନ୍ ହେରାଲ୍ଡ ରିପୋର୍ଟ ଅନୁଯାୟୀ, ସଞ୍ଜୟ ଏବଂ ମନୋଜ ଟ୍ରାଫିକ ନିୟମ ଉଲ୍ଲଂଘନ କରି ବାଇକ ଚଳାଉଥିବା ଲୋକଙ୍କୁ ଅଟକାଇ ଏକ ଚାଲାଣ ଜାରି କରିଥିଲେ। ସେମାନେ ରାଗିଯାଇ ପୋଲିସ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତ ମାନେ ବାଇକ ଚଲାଉଥିବା ସମୟରେ ନା ହେଲମେଟ ପିନ୍ଧିଥିଲେ ନା ତାଙ୍କର ଲାଇସେନ୍ସ ଥିଲା। ସେମାନେ ଗୋଟିଏ ବାଇକରେ ତିନି ଜଣ ଲୋକ ଯାଉଥିଲେ। ଏହି କାରଣରୁ ସେମାନଙ୍କୁ ଅଟକାଇ ଚାଲାଣ ଜାରି କରାଯାଇଥିଲା, କିନ୍ତୁ ସେମାନେ ଆକ୍ରମଣ କରିବା ଆରମ୍ଭ କରିଥିଲେ।
ସିଦ୍ଧାନ୍ତ: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ୨୦୧୫ ମସିହାର ଦିଲ୍ଲୀର ଏକ ଘଟଣାର ଅଟେ ଯାହାର ମୁମ୍ବାଇ ସହିତ କୌଣସି ସମ୍ପର୍କ ନାହିଁ।

Title:ଦିଲ୍ଲୀରେ ଟ୍ରାଫିକ ପୋଲିସ ଉପରେ ଆକ୍ରମଣର ପୁରୁଣା ଭିଡିଓକୁ ମୁମ୍ବାଇର ଘଟଣା ଦାବି ସହିତ ସେୟାର କରା ଯାଉଛି।
Written By: Siddharth SahuResult: Misleading
