
ବର୍ତ୍ତମାନ ସୋସିଆଲ ମିଡିଆରେ ମୃତ କୁକୁରଙ୍କ ଏକ ଫଟୋ ଭାଇରାଲ ହେଉଛି, ଯାହା ସହିତ ଦାବି କରାଯାଉଛି ଯେ ଏହି ଫଟୋଟି ତେଲେଙ୍ଗାନାରେ ପ୍ରାୟ ୫୦୦ ବୁଲା କୁକୁରଙ୍କୁ ହତ୍ୟା କରାଯାଇଥିବାର।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। କାରଣ ମୃତ କୁକୁରଙ୍କ ଫଟୋଟି ସାମ୍ପ୍ରତିକ ନୁହେଁ ଏବଂ ଏହା ତେଲେଙ୍ଗାନାର ନୁହେଁ ବରଂ ୨୦୧୫ ମସିହାରେ ପାକିସ୍ତାନର କରାଚୀରେ ଘଟିଥିବା ଏକ ଘଟଣାର ଅଟେ। ଏହି ଘଟଣାର ଭାରତ ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ତେଲେଙ୍ଗାନା ରେ ଅମାନବୀୟ ଘଟଣା ୫୦୦ କୁକୁରଙ୍କ ହତ୍ୟା”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫଟୋ ୧୫ ଅଗଷ୍ଟ ୨୦୨୪ ରେ ଟୁଇଟ ହେଇଥିବା ମିଳିଲା। ଟୁଇଟରେ କୁହା ଯାଇଛି, “2021 ରେ, ପାକିସ୍ତାନ କେବଳ ବିଷ ଦେଇ ପ୍ରାୟ ୫୦,୦୦୦ କୁକୁରଙ୍କୁ ହତ୍ୟା କରିଥିଲା। ଖବରକାଗଜରେ ସେୟାର ହୋଇଥିବା ଫଟୋଗ୍ରାଫଗୁଡ଼ିକରେ ଶହ ଶହ ମୃତ କୁକୁରଙ୍କୁ ବ୍ୟସ୍ତ ରାସ୍ତାରେ ଧାଡ଼ିରେ ପଡ଼ିଥିବା ଦେଖାଯାଇଥିଲା – ନିଷ୍ଠୁରତାର ଏକ ଆଶ୍ଚର୍ଯ୍ୟଜନକ ଚିତ୍ର।” ଅଧିକାରୀ ମାନେ ବିଷାକ୍ତ ଖାଦ୍ୟ ରାସ୍ତା ରେ ରଖିଥିଲେ ଯାହା ଫଳରେ ଭୋକିଲା ବୁଲା କୁକୁର ତାହା ଖାଇ ମରିଯାଇଥିଲେ।
ଉପରୋକ୍ତ ଫଟୋକୁ ଭଲଭାବେ ଦେଖିବା ପରେ, ଆମେ 0333-2134317 ନମ୍ବର ଲେଖାଥିବା ଏକ ବୋର୍ଡ ଦେଖିଲୁ। ଆମେ ଗୁଗୁଲରେ ଏହାକୁ ଖୋଜିବା ପରେ ଜାଣିବାକୁ ପାଇଲୁ ଯେ ଏହି ନମ୍ବରଟି ପାକିସ୍ତାନର କରାଚୀରୁ ଆସିଛି।
ଅଧିକ ତଦନ୍ତ ପରେ, ଆମେ ଏକ ସ୍ପାନିସ୍ ୱେବସାଇଟରେ ଖବର ପାଇଲୁ ଯେଉଁଥିରେ ଦାବି କରାଯାଇଥିଲା ଯେ ଫଟୋଟି ପାକିସ୍ତାନର କରାଚୀର, ଯାହା ୧୨ ଫେବୃଆରୀ ୨୦୧୫ ରେ ପ୍ରସାରିତ ହୋଇଥିଲା।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ପାକିସ୍ତାନର ଏକ ପୁରୁଣା ଫଟୋକୁ ତେଲଙ୍ଗାନାରେ କୁକୁରଙ୍କର ହତ୍ୟା କରା ଯାଇଥିବା ଦାବି ସହିତ ସେୟାର କରା ଯାଉଛି।
Title:ପାକିସ୍ତାନର ଏକ ପୁରୁଣା ଫଟୋକୁ ତେଲଙ୍ଗାନାରେ କୁକୁରଙ୍କର ହତ୍ୟା କରା ଯାଇଥିବା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False


