ଅଷ୍ଟ୍ରେଲିଆ ର ଗୋ-ଗୋ ଡ୍ୟାନ୍ସରଙ୍କ ଫଟୋକୁ ସୋନିଆ ଗାନ୍ଧୀଙ୍କ ଫଟୋ ଦାବି ସହିତ ସେୟାର କରାଯାଇଛି।

False Political

ନିକଟରେ ସୋସିଆଲ ମିଡିଆରେ ତିନି ଜଣ ମହିଳାଙ୍କର ନାଚୁଥିବା ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ମଝିରେ ଥିବା ମହିଳା ସୋନିଆ ଗାନ୍ଧୀ ବୋଲି ଦାବି କରାଯାଇଛି। ଫଟୋଟି ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପ୍ରିୟ କଂଗ୍ରେସ ଚାମଚା, ଏପଷ୍ଟିନ ଫାଇଲ ର ମହିମା ମଣ୍ଡନ କରିଥିବା ଏହି ଫୋଟୋ ରେ ତିନିଜଣ ଅର୍ଦ୍ଧନଗ୍ନ ଯୁବତୀ ନୃତ୍ୟ ପରିବେଷଣ କରୁଛନ୍ତି. ଟିକେ ଜୁମ କରିକି ଦେଖ ମଝିରେ ନୃତ୍ୟ କରୁଥିବା ଅର୍ଦ୍ଧନଗ୍ନ ଯୁବତୀ ଜଣକ ତମ ରାଜମାତା ” ଆଣ୍ଟନିଓ ମାଇନୋ ” ନୁହେଁତ?

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫଟୋ ୧୭ ନଭେମ୍ବର ୨୦୨୫ ରେ ଏକ ଫେସବୁକ ପେଜରେ ପୋଷ୍ଟ ହେଇଥିବା ମିଳିଲା। ଫଟୋର କ୍ୟାପସନରେ ଲେଖାହେଇଛି, “ଏହିଦିନ ୧୭ ନଭେମ୍ବର ୧୯୬୭ ରେ, ସିଡନୀରେ ୨୦୦୦ ରୁ ଅଧିକ ବିୟର କାରଖାନା କର୍ମଚାରୀଙ୍କ ପ୍ରତିବାଦ ଫଳରେ “ଡ୍ରାଉଟ୍ ବିୟର ମରୁଡ଼ି” ନାମରେ ଜଣାଶୁଣା ପରିସ୍ଥିତି ସୃଷ୍ଟି ହୋଇଥିଲା।” ୧୪ ଦିନର ଆଲୋଚନା ପରେ, ଶ୍ରମିକମାନେ କାମକୁ ଫେରିବା ପାଇଁ ଭୋଟ ଦେଲେ। ଆଉବର୍ଣ୍ଣ ନାମକ ସ୍ଥାନର ରାସନ୍ ହୋଟେଲରେ ଗୋ-ଗୋ ଡ୍ୟାନ୍ସର ଉତ୍ସବ ପାଳନ କରିବାରେ ସାହାଯ୍ୟ କଲେ।

ଆମକୁ ସମାନ ଫଟୋ ଗେଟି ଇମେଜେସ୍ ୱେବସାଇଟରେ ମଧ୍ୟ ପ୍ରକାଶ ପାଇଥିବା ମିଳିଲା। ଫଟୋର ବର୍ଣ୍ଣନାରେ ଲେଖାହେଇଛି, “୨୧ ନଭେମ୍ବର ୧୯୬୭ ରେ ଅବର୍ଣ୍ଣର ରାସନ୍ ହୋଟେଲରେ ବିୟର ମରୁଡ଼ି ଭାଙ୍ଗିବାରେ ଗୋ-ଗୋ ଡାନ୍ସର ଝିଅମାନେ ସାହାଯ୍ୟ କରିଥିଲେ।

ଆମେ ସମାନ ମହିଳା ମାନଙ୍କର ଅନ୍ୟ ତିନୋଟି ଫଟୋ ପାଇଲୁ, ଯାହାକୁ ଭିନ୍ନ ଦୃଷ୍ଟିକୋଣରୁ କ୍ଲିକ୍ କରାଯାଇଥିଲା।

ନିମ୍ନରେ ଆପଣ ମାନେ ସେ ଡାନ୍ସର ଏବଂ ସୋନିଆ ଗାନ୍ଧୀଙ୍କର ଏକ ପୁରୁଣା ମଧ୍ୟରେ ତୁଳନା ଦେଖି ପାରିବେ। ଏହା ସ୍ପଷ୍ଟ କରେ ଯେ ଫଟୋରେ ଥିବା ନର୍ତ୍ତକୀ ସୋନିଆ ଗାନ୍ଧୀ ନୁହଁନ୍ତି।

ଆପଣ ମାନେ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହ ଭିଡିଓ ତଳେ ଦେଖିପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫଟୋରେ ଥିବା ଡାନ୍ସର ସୋନିଆ ଗାନ୍ଧୀ ନୁହଁନ୍ତି। ଭାଇରାଲ ଫଟୋରେ ୨୧ ନଭେମ୍ବର ୧୯୬୭ ରେ ଅବର୍ଣ୍ଣ ନାମକ ସ୍ଥାନର ରାସନ୍ ହୋଟେଲରେ ବିୟର ମରୁଡ଼ି ଭାଙ୍ଗିବାରେ ସାହାଯ୍ୟ କରୁଥିବା ଡାନ୍ସରଙ୍କ ଫଟୋକୁ ସୋନିଆ ଗାନ୍ଧୀଙ୍କ ନାମରେ ସେୟାର କରା ଯାଉଛି।

Avatar

Title:ଅଷ୍ଟ୍ରେଲିଆ ର ଗୋ-ଗୋ ଡ୍ୟାନ୍ସରଙ୍କ ଫଟୋକୁ ସୋନିଆ ଗାନ୍ଧୀଙ୍କ ଫଟୋ ଦାବି ସହିତ ସେୟାର କରାଯାଇଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *