ଇରାନରେ ବସ୍ ଦୁର୍ଘଟଣାରେ ମୃତ ପାକିସ୍ତାନୀ ନାଗରିକଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

False Social

କିଛି ଦିନ ଧରି ଚାଲିଥିବା ତୀବ୍ର ଯୁଦ୍ଧ ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଦୋହାରେ ଶାନ୍ତି ଆଲୋଚନା କରିଥିଲେ। ହିଂସା ବନ୍ଦ କରିବା ପାଇଁ ଉଭୟ ଦେଶ ତୁରନ୍ତ ରାଜି ହୋଇଥିଲେ। ଆଫଗାନିସ୍ତାନ ପ୍ରତିଶ୍ରୁତି ଦେଇଛି ଯେ ସେ ନିଜ ମାଟିରେ ଥିବା ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବ ନାହିଁ, ଯେତେବେଳେ ପାକିସ୍ତାନ ଆଫଗାନିସ୍ତାନକୁ ତାଗିଦ କରିଥିଲା ​​ଯେ ସେ ନିଜ ଅଞ୍ଚଳରୁ କାର୍ଯ୍ୟ କରୁଥିବା କଥିତ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବ। 

ଏହି ପ୍ରସଙ୍ଗରେ ପାକିସ୍ତାନୀ ପତାକାରେ ଘୋଡ଼ାଇ କିଛି ମୃତ ଶରୀରକୁ ସୈନ୍ୟ ଯବାନ ମାନେ ଆଣୂଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ଆଫଘାନିସ୍ତାନ ସହିତ ଯୁଧ୍ୟରେ ପ୍ରାଣ ହରାଇଥିବା ପାକିସ୍ତାନ ଯବାନଙ୍କର ମୃତ ଶରୀରର ଭିଡିଓ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ। ଇରାନରେ ଏକ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାକିସ୍ତାନୀ ଲୋକଙ୍କର ଶବର ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଗତ 72 ଘଣ୍ଟା ମଧ୍ୟରେ ଆଫଗାନ ସେନା ଦ୍ଵାରା ନିହତ ପାକିସ୍ତାନର 114 ଟି ମୃତଦେହ ଇସ୍ଲାମାବାଦ କୁ ହସ୍ତାନ୍ତର କରାଯାଇଛି।। ପାକିସ୍ତାନ ପକ୍ଷରୁ କୌଣସି ମୃତଦେହ ହସ୍ତାନ୍ତର ର କୌଣସି ସୂଚନା ନାହିଁ ଯାହାକି ପାକିସ୍ତାନ ସେନା ଅଧିକାରୀଙ୍କ ମିଛ କୁ ପୁଣି ପଦାରେ ପକାଇଛି

https://archive.org/details/9-facebook_202510

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଆନ୍ତର୍ଜାତୀୟ ସମାଚାର ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍ (ଏପି)ର ୟୁଟ୍ୟୁବ୍ ଚ୍ୟାନେଲରେ ମିଳିଲା। 

ଭିଡିଓର ଶୀର୍ଷକରୁ ଜଣାପଡୁଛି ଯେ, ଗତ ବର୍ଷ ଅଗଷ୍ଟ ମାସରେ ଇରାନର ୟାଜଦ ସହରକୁ ତୀର୍ଥଯାତ୍ରାରେ ଯାଇଥିବା ୨୮ ଜଣ ସିଆ ପାକିସ୍ତାନୀ ନାଗରିକ ଏକ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଭିଡିଓରେ ସେମାନଙ୍କ ମୃତଦେହ ଦେଖାଯାଇଛି। ଏହା ସେହି ଫୁଟେଜ୍ ଯେତେବେଳେ ପାକିସ୍ତାନୀ ସେନା ସେମାନଙ୍କ ମୃତଦେହକୁ ପାକିସ୍ତାନର ଜାକୋବାବାଦ ବିମାନବନ୍ଦରକୁ ଆଣିଥିଲା।

ବିବିସି ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସିନ୍ଧ ପ୍ରଦେଶରୁ ଇରାକର କାରବାଲାକୁ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଇରାନର ୟାଜଦ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୩ ଜଣ ଆହତ ହୋଇଥିଲେ। ୧୦ ଅକ୍ଟୋବର, ୨୦୨୫ ରେ କାବୁଲରେ ଏକ ବିମାନ ଆକ୍ରମଣ କରାଯାଇଥିଲା। ଯଦିଓ ପାକିସ୍ତାନ ଏହି ବିମାନ ଆକ୍ରମଣ ପାଇଁ ଆନୁଷ୍ଠାନିକ ଭାବରେ ଦାୟୀ କରିନଥିଲା, ତଥାପି ତାଲିବାନ ନେତୃତ୍ୱ ପାକିସ୍ତାନକୁ ଦାୟୀ କରିଥିଲା। ଏହା ପରେ, ୧୨ ଅକ୍ଟୋବର, ୨୦୨୫ ରେ, ତାଲିବାନ ପାକିସ୍ତାନ ସୀମାରେ ଥିବା ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରିଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଏକ ପୁରୁଣା ଭିଡିଓ। ଇରାନରେ ଏକ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାକିସ୍ତାନୀ ଲୋକଙ୍କ ଶବର ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

Avatar

Title:ଇରାନରେ ବସ୍ ଦୁର୍ଘଟଣାରେ ମୃତ ପାକିସ୍ତାନୀ ନାଗରିକଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *