
୨୨ ଏପ୍ରିଲ ୨୦୨୫ ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆରମ୍ଭ ହୋଇଛି। ପହଲଗାମ ଆକ୍ରମଣର ଠିକ୍ ୧୫ ଦିନ ପରେ, ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନକୁ ଏକ ଅବିସ୍ମରଣୀୟ ଜବାବ ଦେଇଛି। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେଉଛି, ଯେଉଁଥିରେ ଲୋକମାନେ କାନ୍ଦୁଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ମୃତ୍ୟୁ ପରେ, ପାକିସ୍ତାନୀମାନେ ଏପରି କାନ୍ଦି କାନ୍ଦି ସେମାନଙ୍କୁ ଶୋକ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଏକ ପୁରୁଣା ଭିଡିଓ ଯାହାର ଅପରେସନ୍ ସିନ୍ଦୁର ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “କାନ୍ଦି କାନ୍ଦି ଭୂଇଁରେ ଗଡୁଛି ପାକିସ୍ତାନ, ଦିନେ ଆମେବି ଏମିତି ଭୂଇଁ ଦରାଣ୍ଡୁଥିଲେ। ଇସେ କେହେତେହେଁ ଯେଶି କର୍ଣି ବେଶୀ ଭର୍ଣି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୪ ଏପ୍ରିଲ୍ ୨୦୨୫ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପ୍ସନରେ ଏହି ଭିଡିଓ ଟି ଗାଜା ର ବୋଲି ଟ୍ୟାଗ୍ କରା ଯାଇଛି।
ପ୍ରାପ୍ତ ସୂଚନାକୁ ବ୍ୟବହାର କରି, ଅଧିକ ସନ୍ଧାନ କରିବା ପରେ ଭାଇରାଲ ଭିଡିଓରେ ଦେଖାଯାଇଥିବା ଲୋକଙ୍କ ସହିତ ମେଳ ଖାଉଥିବା ଆଉ ଏକ ଭିଡିଓ ମିଳିଲା। ଏଠାରେ ଥିବା ଭିଡିଓଟି ୬ ଏପ୍ରିଲ ୨୦୨୫ ରେ ଅପଲୋଡ୍ କରାଯାଇଥିଲା।
ଏଥିରେ ଲେଖା ହୋଇଛି- ଗାଜା ରେ ଯାହା କିଛି ବଳିଛି ତାହା କୁ ବଞ୍ଚାଇ ରଖ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ଭାରତ ପାକିସ୍ତାନ ଯୁଧ୍ୟ ଏବଂ ଅପରେସନ୍ ସିନ୍ଦୁର ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ଉପଲବ୍ଧ ଅଛି।

Title:କାନ୍ଦୁଥିବା ଲୋକଙ୍କ ଭାଇରାଲ ଭିଡିଓ ୬ ଏପ୍ରିଲ ୨୦୨୫ ଠାରୁ ଅନଲାଇନରେ ଉପଲବ୍ଧ, ଏହି ଭିଡିଓ ‘ଅପରେସନ ସିନ୍ଦୂର’ ସହିତ ଜଡିତ ନୁହେଁ…
Fact Check By: Siddhath SahuResult: False
