ଗେଟୱେ ଅଫ୍ ଇଣ୍ଡିଆରେ ଲହଡ଼ି ମାରୁଥିବାର ପୁରୁଣା ଭିଡିଓ ମୁମ୍ବାଇର ଏକ ସାମ୍ପ୍ରତିକ ଭିଡିଓ ଭାବରେ ଭାଇରାଲ ହେଉଛି।

Misleading Social

ମୁମ୍ବାଇରେ ଲଗାତାର ପ୍ରବଳ ବର୍ଷା ଜାରି ରହିଥିଲା, ଯାହାଦ୍ୱାରା ବାସିନ୍ଦାଙ୍କ ସାଧାରଣ ଜୀବନଯାତ୍ରାକୁ ସମସ୍ଯା ହୋଇଥିଲା। ଆଇଏମଡି (ଭାରତ ପାଣିପାଗ ବିଭାଗ) ଏକ ଅରେଞ୍ଜ ଆଲର୍ଟ ଜାରି କରିଥିଲା, ଯେଉଁଥିରେ ମହାନଗରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା। 

ଏହି ପ୍ରସଙ୍ଗରେ ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରେ ବନ୍ୟା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଗେଟୱେ ଅଫ୍ ଇଣ୍ଡିଆ ଉପରେ ଶକ୍ତିଶାଳୀ ଲହଡ଼ି ଆଘାତ କରୁଛି ଏବଂ ଏହାର ଚାରିପାଖରେ ଥିବା ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ରହିଛି। ଦାବି କରା ଯାଉଛି ଯେ ଏହି ଭିଡିଓ ସମ୍ପ୍ରତି ସମୟରେ ମୁମ୍ବାଇର ବର୍ଷା ହେବାର ଦୃଶ୍ୟ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଗେଟୱେ ଅଫ୍ ଇଣ୍ଡିଆରେ ଲହଡ଼ି ମାରୁଥିବାର ପୁରୁଣା ଭିଡିଓ ମୁମ୍ବାଇର ଏକ ସାମ୍ପ୍ରତିକ ଭିଡିଓ ଭାବରେ ଭାଇରାଲ ହେଉଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରହମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୩ ଜୁଲାଇ ୨୦୨୧ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖା ଯାଇଛି, “ମୁମ୍ବାଇର ବର୍ଷା, ଗେଟୱେ ଅଫ୍ ଇଣ୍ଡିଆ, ତାଜ୍ ହୋଟେଲ୍”

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ABC News ଦ୍ୱାରା ଏକ ଟ୍ୱିଟ୍ ପାଇଲୁ ଯେଉଁଥିରେ ସମାନ ଭିଡିଓ ପୋଷ୍ଟ ହେଇଥିଲା। ଏଥିରେ ସୂଚନା ଥିଲା ଯେ “Tauktae ବାତ୍ୟା ଭାରତର ପଶ୍ଚିମ ଉପକୂଳ ଉପରକୁ ଯିବା ସହିତ ମୁମ୍ବାଇର ଐତିହାସିକ ଗେଟୱେ ଅଫ୍ ଇଣ୍ଡିଆ ଜଳମଗ୍ନ ହୋଇଯାଇଥିଲା। ଅଧିକାରୀଙ୍କ ଅନୁସାରେ ବାତ୍ୟାର ପବନର ବେଗ ୧୦୦ mph ପର୍ଯ୍ୟନ୍ତ ଥିଲା”।

ଏହା ସହିତ, News 18, IndianExpress ଭଳି ବିଭିନ୍ନ ଗଣମାଧ୍ୟମ ସେହି ସମୟରେ ସମାନ ଭିଡିଓ ସହିତ ଏକ ରିପୋର୍ଟ ପ୍ରକାଶ କରିଥିଲେ। ରିପୋର୍ଟ ଅନୁସାରେ, ଏହି ଘଟଣାଟି ମଇ ୨୦୨୧ ରେ ମହାରାଷ୍ଟରେ ତାଉକତାଏ ବାତ୍ୟା ସମୟର।

Archive

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଗେଟୱେ ଅଫ୍ ଇଣ୍ଡିଆରେ ଲହଡ଼ି ମାରୁଥିବାର ପୁରୁଣା ଭିଡିଓ ମୁମ୍ବାଇର ଏକ ସାମ୍ପ୍ରତିକ ଭିଡିଓ ଭାବରେ ଭାଇରାଲ ହେଉଛି।

Avatar

Title:ଗେଟୱେ ଅଫ୍ ଇଣ୍ଡିଆରେ ଲହଡ଼ି ମାରୁଥିବାର ପୁରୁଣା ଭିଡିଓ ମୁମ୍ବାଇର ଏକ ସାମ୍ପ୍ରତିକ ଭିଡିଓ ଭାବରେ ଭାଇରାଲ ହେଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *