
ପାହଲଘମ ଆତଙ୍କବାଦୀ ଆକ୍ରମଣ ପରେ, ଆକ୍ରମଣକାରୀ ସନ୍ଦେହ କରାଯାଉଥିବା ଦୁଇ ଜଣଙ୍କ ଘର ସୁରକ୍ଷା ବାହିନୀ ଦ୍ୱାରା ଭାଙ୍ଗି ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ଲସ୍କର ଆତଙ୍କବାଦୀ ଆଦିଲ ହୁସେନ ଠୋକରଙ୍କ ଘରକୁ ଆଇଇଡି ବ୍ୟବହାର କରି ଉଡ଼ାଇ ଦିଆଯାଇଥିଲା ଏବଂ ଆସିଫ ଶେଖଙ୍କ ଘରକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା।
ଏହି ପ୍ରସଙ୍ଗରେ, ଗୁଳିକାଣ୍ଡ ମଧ୍ୟରେ ଜଳୁଥିବା ଏକ ଘରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି କୁ ଏପରି ସେୟାର କରା ଯାଉଛି ଯେପରି ଏହା ପାହଲଘମଙ୍କର ଘର ଯାହାକୁ ସୁରକ୍ଷା ବାହିନୀ ଧ୍ଵଂସ କରୁଛନ୍ତି।
କିନ୍ତୁ ଫ୍ୟାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ ଯାହାର ପାହଲଘମ ଆକ୍ରମଣ ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “କାର୍ଯ୍ୟନୁଷ୍ଠାନ ଅନେକ ଯାଗାରେ ଚାଲିଛି, ତେବେ ଏହି କାର୍ଯ୍ୟାନୁଷ୍ଠାନ କିଛି ନୁହେଁ। ଗୀତିନାଟ୍ୟ ମଧ୍ୟ ଆରମ୍ଭ ହେଇନି, ଏହା ଗୀତିନାଟ୍ୟ ପୁର୍ବରୁ ଅଭ୍ୟାସ ହେଉଥିବା ବାଦ୍ୟଯନ୍ତ୍ରର ମଧୁର ଶବ୍ଦ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବ୍ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୨ ମଇ ୨୦୨୧ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନରେ ଲେଖା ଯାଇଛି, “ଭାଇଲୁ କୋକେରନାଗ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟର ସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ ଭିଡିଓରେ ସ୍ପଷ୍ଟ ଭାବରେ ଦେଖା ଯାଇପାରିବ।”
ଭାଇଲୁ ହେଉଛି ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଏକ ଗ୍ରାମ। ଏହା ବ୍ରେଙ୍ଗି ନାଲା କୂଳରେ ଅବସ୍ଥିତ ଏବଂ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଏବଂ କୋକେରନାଗ ସହିତ ଏହାର ସମ୍ପର୍କ ପାଇଁ ଜଣାଶୁଣା। କୋକେରନାଗ ଏହାର ମଧୁର ଜଳ ଝରଣା, ଯାହାକୁ କାଶ୍ମୀରର ସବୁଠାରୁ ବଡ଼ ବୋଲି ବିବେଚନା କରାଯାଏ ଏବଂ ଏହାର ପାରିପାର୍ଶ୍ୱିକ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ।
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୨୦୨୧ ରେ ୟୁଟ୍ୟୁବରେ ଅପ୍ଲୋଡ ହେଇଥିବା ଏକ ଭିଡିଓ ମିଳିଲା। ଭିଡିଓର ବର୍ଣ୍ଣନାରେ ଲେଖାଥିଲା, “କୋକେର୍ନାଗ୍ ଏନକାଉଣ୍ଟର: ଆତଙ୍କବାଦୀମାନେ ହତ୍ୟା କରିବା ପୂର୍ବରୁ ଖସିଯିବାକୁ ଅସମ୍ମତ ଆହ୍ୱାନ ଦେଇଥିଲେ”।
ଏହି ଘଟଣା ଜଡ଼ିତ ଅନ୍ୟ ଖବର ରିପୋର୍ଟ ଆପଣ ନିମ୍ନରେ ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହା ଏକ ପୁରୁଣା ଭିଡିଓ ଯାହାର ପାହଲଘମ ଆକ୍ରମଣ ସହିତ କୌଣସି ସମ୍ପର୍କ ନାହିଁ।

Title:ପାହଲଘମ ଆକ୍ରମଣକାରୀଙ୍କ ଘର ଉଡ଼ାଇ ଦିଆଯିବା ଦାବି ସହିତ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ।
Written By: Siddharth SahuResult: Misleading
