
୨୦୨୫ ବିହାର ବିଧାନସଭା ନିର୍ବାଚନରେ, NDA ୨୪୩ ଆସନରୁ ୨୦୨ ଟି ଜିତି ସ୍ପଷ୍ଟ ବିଜୟ ହାସଲ କରିଥିଲା। ଏହା ମଧ୍ୟରେ, ନିର୍ବାଚନ ଫଳାଫଳ ପରେ ବିହାରରେ ଭାରତୀୟ ନିର୍ବାଚନ କମିଶନ (ECI) ଏବଂ ବିଜେପି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ଦାବି କରି ଏକ ବିଶାଳ ଜନସମାବେଶର ଶୋଭାଯାତ୍ରାରେ ମଶାଲ ଧରି ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ରାଜସ୍ଥାନ ରାଜ୍ୟର ଏକ ପୁରୁଣା ଘଟଣା ଯାହାକୁ ବିହାର ନିର୍ବାଚନ ସହିତ ଯୋଡ଼ି ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଦାବି କରିଛନ୍ତି ଯେ, “ଭୋଟ ଚୋରି ଅଭିଯୋଗର ତଦନ୍ତ ପାଇଁ ବିହାରରେ ରାଜ ରାସ୍ତାକୁ ଆସିଲେ ଶିକ୍ଷିତ ଯୁବକ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଅନେକ ସୋସିଆଲ ମିଡିଆ ପୋଷ୍ଟ ମିଳିଲା ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ଏହି ଭିଡିଓ ରାଜସ୍ଥାନର ଜୟପୁର ର ଅଟେ। ଝାଲାୱାର ବିଦ୍ୟାଳୟରେ ପିଲା ମାନଙ୍କର ମୃତ୍ୟୁ ଘଟଣା ପରେ ତାଙ୍କ ପରିବାର ପାଇଁ ନ୍ୟାୟର ଦାବି କରି ଏହି ପ୍ରଦର୍ଶନ କରା ଯାଇଥିଲା।
ପୋଷ୍ଟର କ୍ୟାପସନରେ ଲେଖାଯାଇଛି, “ନରେଶ ମୀନା SMS ହସ୍ପିଟାଲରେ ଅନଶନରେ ଅଛନ୍ତି। ଝାଲାୱାର-ପିପଲୋଡି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପିଲାମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ପୁଅ ଅନିରୁଦ୍ଧଙ୍କ ନେତୃତ୍ୱରେ ଏକ ବିଶାଳ ମଶାଲ ଶୋଭାଯାତ୍ରା କରାଯାଇଥିଲା“
ଅଧିକ ସର୍ଚ୍ଚ କରିବା ପରେ, ଆମେ NDTV ର ଏକ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁଯାୟୀ, ଜୁଲାଇ ମାସରେ ରାଜସ୍ଥାନର ଝାଲାୱାରରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ମୃତ୍ୟୁବରଣ କରିଥିବା ପିଲାମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ନରେଶ ମୀନା ୧୪ ଦିନ ଧରି ଅନଶନରେ ବସିଥିଲେ। ନରେଶ ମୀନାଙ୍କ ସମର୍ଥନରେ ତାଙ୍କ ପୁଅଙ୍କ ନେତୃତ୍ୱରେ ଜୟପୁରରେ ଏକ ମଶାଲ ରାଲି ଆୟୋଜନ କରାଯାଇଥିଲା। ଏହି ରାଲିର ରାସ୍ତା ଜୟପୁରର ତ୍ରିବେଣୀ ନଗର ଚୌରାହାରୁ ଗୁଜ୍ଜର କି ଥାଡି ରଖା ଯାଇଥିଲା।
ଯେତେବେଳେ ଆମେ ଗୁଗୁଲ ମ୍ୟାପ୍ସ ରେ ଏହି ରାସ୍ତାର ଯାଞ୍ଚ କଲୁ, ଆମେ ଭିଡିଓରେ ଦେଖାଯାଇଥିବା ବିଲଡିଙ୍ଗ ଗୁଡ଼ିକୁ ଦେଖିବାକୁ ପାଇଲୁ। ନିମ୍ନରେ ଆପଣ ମାନେ ଭିଡିଓରେ ଦେଖାଯାଇଥିବା ସ୍ଥାନର Google Street View ଦେଖିପାରିବେ।
ଆମେ ଷ୍ଟ୍ରିଟ୍ ଭ୍ୟୁରେ ଭିଡିଓରେ ଦେଖାଯାଇଥିବା ବିଲଡିଙ୍ଗ ଗୁଡ଼ିକୁ ମଧ୍ୟ ଦେଖିପାରୁଛୁ। ନିମ୍ନରେ ଆପଣ ମାନେ ଭିଡିଓରେ ଥିବା ସ୍ଥାନ ଏବଂ ଗୁଗୁଲ ମ୍ୟାପ୍ସରେ ମିଳିଥିବା ସ୍ଥାନ ମଧ୍ୟରେ ତୁଳନା ଦେଖି ପାରିବେ।

ଆମେ ଉତ୍ତର ପ୍ରଦେଶ ପୋଲିସର X ଆକାଉଣ୍ଟରେ ଏହି ଭାଇରାଲ ଭିଡିଓ ବିଷୟରେ ଏକ ପୋଷ୍ଟ ପାଇଲୁ। ଏହି ସମାନ ଭିଡିଓଟି ଉତ୍ତର ପ୍ରଦେଶ ପୋଲିସ ସହିତ ଜଡିତ ଏକ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଭିଡିଓଟି ୨୫ ସେପ୍ଟେମ୍ବର, ୨୦୨୫ ରେ ରାଜସ୍ଥାନର ଜୟପୁରରେ ଏକ ମଶାଲ ଶୋଭାଯାତ୍ରାର ବୋଲି କହି ଦାବିକୁ ଖଣ୍ଡନ କରାଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁଅନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।
Title:ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False


