ଭାଇରାଲ ଭିଡିଓ ଭାରତ ଦ୍ଵାରା ପାକିସ୍ତାନର ବିମାନ ବନ୍ଦର ଧ୍ଵଂସ ହୋଇଥିବା ଦରସାହୁ ନାହିଁ। ଏହା ସୁଡାନ ଦେଶର ଘଟଣା।

False Political

ଏକ ସାମ୍ପ୍ରତିକ ଭିଡିଓରେ, ଏକ ଗାଡ଼ି ବିମାନବନ୍ଦର ଦେଇ ଯାଉଥିବାର ଦେଖିବାକୁ ମିଳିଛି ଯେଉଁଥିରେ ଅନେକ କ୍ଷତିଗ୍ରସ୍ତ ବିମାନ ଦୃଶ୍ୟମାନ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏହା ପାକିସ୍ତାନର ଏୟାରବେସର ଏକ ଦୃଶ୍ୟ, ଯାହା ଭାରତୀୟ ଆକ୍ରମଣରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ସୁଡାନ ଦେଶର ଘଟଣା ଯାହାକୁ ଭାରତ ଦ୍ଵାରା ପାକିସ୍ତାନର ଏୟାରବେସ୍ ଧ୍ଵଂସ ହୋଇଥିବା ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପାକିସ୍ତାନ ଜାଣିକି ୟେ ଭିଡିଓ ସୋସିଆଲ ମିଡିଆରେ ଚାଡ଼ୁନୀ। ମିଛରେ ବିଜୟ ଉତ୍ସବ ପାଳୁଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫୀମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମକୁ ସମାନ ଭିଡିଓ ୧ ଏପ୍ରିଲ୍ ୨୦୨୫ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା, ଯାହା ଅପରେସନ୍ ସିନ୍ଦୁର ର ଏକ ମାସ ପୂର୍ବର ଘଟଣା।

ଭିଡିଓର କ୍ୟାପ୍ସନରେ ଲେଖା ଯାଇଛି, “Rsf ଲଢ଼ୁଆଙ୍କ ଦ୍ୱାରା ଖାର୍ତୁମ୍ ବିମାନବନ୍ଦରକୁ ଭଙ୍ଗାଯିବା ପରେ ଏହାର ସ୍ଥିତି

ଖାର୍ତୁମ୍ ବିମାନବନ୍ଦର ସୁଡାନ ଦେଶର ଖାର୍ତୁମ୍ ସହରରେ ଅବସ୍ଥିତ।

ଆମେ ୩୧ ମାର୍ଚ୍ଚ ୨୦୨୫ ରେ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ସମାନ ଭିଡିଓଟି ମଧ୍ୟ ପାଇଲୁ। କ୍ୟାପସନରେ ଲେଖାଯାଇଛି, “ସୁଡାନର ଖାର୍ତୁମ୍ ଆନ୍ତର୍ଜାତୀୟ ବିମାନବନ୍ଦର (KRT/HSSK) ର ଦୁଃଖଦ ଦୃଶ୍ୟ, ଯାହା ମେ ୨୦୨୩ ରେ ସୁଡାନି ସେନା ଏବଂ ରାପିଡ୍ ସପୋର୍ଟ ଫୋର୍ସ (RSF) ମଧ୍ୟରେ ସଂଘର୍ଷ ସମୟରେ ବହୁ ସଂଖ୍ୟକ ବିମାନ ନଷ୍ଟ ହୋଇଥିବା ଦର୍ଶାଉଛି। ସୁଡାନି ସେନା ଅର୍ଦ୍ଧସାମରିକ ରାପିଡ୍ ସପୋର୍ଟ ଫୋର୍ସ (RSF) ଠାରୁ ଖାର୍ତୁମ୍ ଆନ୍ତର୍ଜାତୀୟ ବିମାନବନ୍ଦରକୁ ପୁନର୍ବାର ଦଖଲ କରିବାର ଘୋଷଣା କରିଛି।

https://www.instagram.com/reel/DH3eAxjCeXN/?utm_source=ig_web_copy_link&igsh=MzRlODBiNWFlZA==

ଏହା ସହିତ, ଭାଇରାଲ୍ ଭିଡିଓରେ, ଆମେ ‘BADR ଗ୍ରାଉଣ୍ଡ ହ୍ୟାଣ୍ଡଲିଂ’ ଚିହ୍ନିତ ଅନେକ ଅଞ୍ଚଳ ଦେଖିବା କୁ ପାଇଲୁ। ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଜାଣିଲୁ ଯେ BADR ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ବିଭାଗ ସୁଡାନର ଖାର୍ତୁମ୍ ଆନ୍ତର୍ଜାତୀୟ ଏବଂ ଘରୋଇ ବିମାନବନ୍ଦରରେ କାର୍ଯ୍ୟ କରୁଥିବା ସମସ୍ତ BADR ଏୟାରଲାଇନ୍ସ ବିମାନ ପାଇଁ ସେବା ପ୍ରଦାନ କରେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ସୁଡାନ ଦେଶର ଘଟଣା ଯାହାକୁ ଭାରତ ଦ୍ଵାରା ପାକିସ୍ତାନର ଏୟାରବେସ୍ ଧ୍ଵଂସ ହୋଇଥିବା ଦାବି ସହିତ ସେୟାର କରା ଯାଉଛି।

Avatar

Title:ଭାଇରାଲ ଭିଡିଓ ଭାରତ ଦ୍ଵାରା ପାକିସ୍ତାନର ବିମାନ ବନ୍ଦର ଧ୍ଵଂସ ହୋଇଥିବା ଦରସାହୁ ନାହିଁ। ଏହା ସୁଡାନ ଦେଶର ଘଟଣା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *