
ଆମେରିକାର ଲସ୍ ଆଞ୍ଜେଲସ୍ରେ ଅଗ୍ନିକାଣ୍ଡ ପରେ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦାବି କରା ଯାଉଛି ଯେ ଅଗ୍ନିକାଣ୍ଡ ପରେ ଲୋକଙ୍କ ଘର ଜଳି ଯାଇଥିବାରୁ ତାଙ୍କ ପାଖରେ ରହିବା ପାଇଁ ଘର ନାହିଁ। ସେଥିପାଇଁ ଅନେକ ଲୋକ ରାସ୍ତାରେ ଦେଖିବାକୁ ମିଳିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ କୁହା ଯାଇଛି ପୋଷ୍ଟ ସହିତ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଦେଖରେ ମଣିଷ ଯୋଉ ଟଙ୍କା ଟଙ୍କା ହଉଛ ଦେଖ ଆମେରିକା ପାଖରେ ସବୁଠାରୁ ଅଧିକ ଟଙ୍କା ଥାଇକିବି ସେ ଆଜି ଦାଣ୍ଡରେ ବୁଲୁଛନ୍ତି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୨୬ ଅଗଷ୍ଟ ୨୦୨୪ ରେ ସମାନ ଭିଡିଓ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଭିଡିଓ ଗୋଟିଏ ଅର୍ଥୋଡକ୍ସ ଚର୍ଚ୍ଚର କାର୍ଯ୍ୟକଳାପ ଉପରେ ୟୁକ୍ରେନୀୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନିଷେଧକୁ ବିରୋଧର ଅଟେ।
ଏହା ସହିତ, ଅଧିକ ସନ୍ଧାନ କରିବା ପରେ, ଆମେ ୨୫ ଅଗଷ୍ଟ ୨୦୨୪ ରେ UKRINFORM ଦ୍ୱାରା ପ୍ରସାରିତ ଏକ ରିପୋର୍ଟ ପାଇଲୁ। ଏହା ସହିତ ସୂଚନା ଦିଆଯାଇଥିଲା ଯେ, “ପ୍ରାୟ ୩୦୦୦୦ ଲୋକ ପୋଚାଇଭ୍ ଲାଭ୍ରାର ଖ୍ରୀଷ୍ଟିଆନ ମଠରେ ଆୟୋଜିତ ବାର୍ଷିକ ମହୋତ୍ସବରେ ଯୋଗ ଦେଇଥିଲେ। ସେମାନେ ଗୋଟିଏ ସପ୍ତାହରେ ୨୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ।“
ଆମକୁ ଏହି ଘଟଣା ଜଡ଼ିତ ଅନ୍ୟ କିଛି ମିଡିଆ ରିପୋର୍ଟ ମିଳିଲା ଯାହା ଆପଣ ମାନେ ଏଠାରେ ଏବଂ ଏଠାରେ ପଢି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏକ ପୁରୁଣା ଭିଡିଓ, ଯାହା ମୂଳତଃ ଯୁକ୍ରେନର ଅଟେ, ଏବେ ସୋସିଆଲ୍ ମିଡିଆରେ ଆମେରିକାର ଲସ୍ ଆଞ୍ଜେଲସ୍ରେ ଘଟିଥିବା ଅଗ୍ନିକାଣ୍ଡ ପରେ ଲୋକମାନେ ଘର ହାରାଇଥିବା ଏବଂ ତେଣୁ ସେମାନେ ରାସ୍ତାରେ ରହିବାକୁ ବାଧ୍ୟ ହୋଇଛନ୍ତି ବୋଲି ମିଥ୍ୟା ଦାବି ସହିତ ଭାଇରାଲ୍ ହେଉଛି।

Title:ୟୁକ୍ରେନ୍ ର ଏକ ପୁରୁଣା ଭିଡିଓକୁ ଆମେରିକାରେ ଅଗ୍ନିକାଣ୍ଡ ପରେ ଲୋକେ ରାସ୍ତାକୁ ଆସିଥିବା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
