VIMSAR ମେଡିକାଲ କଲେଜର ହଷ୍ଟେଲ ଛାତ୍ରମାନଙ୍କ ଦ୍ୱାରା ଆତସବାଜିର ପୁରୁଣା ଭିଡିଓକୁ ସାମ୍ପ୍ରଦାୟିକ ମାମଲା ଦାବି ସହିତ ସେୟାର କରା ଯାଉଛି।

Communal Misleading

ଦୀପାବଳି ପରଠାରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଛାତ୍ର ମାନେ ହାତରେ ରକେଟ୍ ଚାଡ଼ୁଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଓଡ଼ିଶାରେ ମୁସଲମାନ ଦୀପାବଳିରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିଥିବା ପରେ ସ୍ଥାନୀୟ ହିନ୍ଦୁ ଲୋକମାନେ ତାଙ୍କ ଉପରେ ଏପରି ଆକ୍ରମଣ କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୮ ମସିହାର ଏକ ପୁରୁଣା ଭିଡିଓ ଅଟେ ଏବଂ ଏଥିରେ କୌଣସି ସାମ୍ପ୍ରଦାୟିକ ମାମଲା ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ୟୁଜର ମାନେ ଲେଖିଛନ୍ତି, “ଓଡ଼ିଶାରେ ଦୀପାବଳି ପାଳନ କରୁଥିବା ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ, କିନ୍ତୁ ଓଡିଆ ହିନ୍ଦୁ ମାନେ ଏପରି ଉତ୍ତର ଦେଇଛନ୍ତି। ଦେଖିକି ମଜା ଆସିଗଲା। ପୁରା ଟର୍ମିନେଟର ମୋଡ୍”

Facebook | Archive

ସମାନ ଭିଡିଓ ଅନ୍ୟ ଫେସବୁକ ଏକାଉଣ୍ଟରେ ମଧ୍ୟ ପୋଷ୍ଟ କରା ଯାଇ କୁହା ଯାଇଛି ଯେ, “ଦୀପାବଳିରେ ସମ୍ବଲପୁର ବୁର୍ଲା ଭିମସାର ହଷ୍ଟେଲର ଡାକ୍ତରୀ ଛାତ୍ରଙ୍କ ବିଶୃଙ୍ଖଳା । ଅତି ବିପଜ୍ଜନକ ଭାବେ ବାଣ ଫୁଟାଉଥିବାର ଭିଡିଓ ଭାଇରାଲ । MBBS UG ଡାକ୍ତରୀ ଛାତ୍ର ମାନେ ବୟଜ୍ ହଷ୍ଟେଲରେ ଏମିତି ବାଣ ଫୁଟାଇଲେ ଯେ ଏହା ଉତ୍ସବ ପାଳନ ହେଉଥିଲା କି ଆକ୍ରମଣ ତାହା ବୁଝା ପଡୁନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି I

ଅନ୍ୟ ଜଣେ ଏହି ଭିଡିଓ ସେୟାର କରି ଏପରି କହିଛନ୍ତି ଯେମିତି କି ଏହା ନିକଟରେ ଘଟିଥିବା ଘଟଣା।

https://www.facebook.com/reel/1215647702883904

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୦ ନଭେମ୍ବର ୨୦୧୮ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିଲା। ଭିଡିଓରେ ଏହି ଘଟଣା ଭିମସାର ମେଡିକାଲ୍ କଲେଜ୍ ର ଘଟଣା ବୋଲି କୁହା ଯାଇଛି।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଓଡ଼ିଶା ଟିଭି ୱେବସାଇଟରେ ଏହି ଘଟଣା ଜଡ଼ିତ ଏକ ରିପୋର୍ଟ ପ୍ରକାଶ ପାଇଥିବା ମିଳିଲା। ପ୍ରକାଶିତ ଖବର ଅନୁଯାୟୀ ଏହି ଭାଇରାଲ ଭିଡିଓ ବୁର୍ଲାର ଭିମସର ମେଡିକାଲ କଲେଜରୁ ଆସିଛି। ଭିଡିଓରେ ଦୁଇ ଗୋଷ୍ଠୀର ଛାତ୍ରମାନେ ପରସ୍ପରର ହଷ୍ଟେଲ ଉପରେ ରକେଟରେ ଆକ୍ରମଣ କରିଥିଲେ। ଏହା ବ୍ୟତୀତ ଓଡ଼ିଶାର କିଛି ମିଡିଆ ପୋର୍ଟାଲ ମଧ୍ୟ ଭାଇରାଲ ଭିଡିଓ ବିଷୟରେ ଜଣାଇଛନ୍ତି। ଏହି ରିପୋର୍ଟଗୁଡିକରେ, ଭିଡିଓକୁ VIMSAR ମେଡିକାଲ୍ କଲେଜର ହଷ୍ଟେଲ ଛାତ୍ର ବୋଲି ବର୍ଣ୍ଣନା କରାଯାଇଛି। କିନ୍ତୁ କେଉଁଠାରେ ଏହାକୁ ସାମ୍ପ୍ରଦାୟିକ ରଙ୍ଗ ବିଷୟରେ ଉଲ୍ଲେଖ ନାହିଁ।

ସ୍ପଷ୍ଟୀକରଣ ପାଇଁ ଆମେ VIMSAR ମେଡିକାଲ କଲେଜ ସହିତ ଯୋଗାଯୋଗ କଲୁ। ଯେଉଁଥିରେ ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଭାଇରାଲ ଭିଡିଓ ପ୍ରାୟ ୬ ବର୍ଷ ପୁରୁଣା। ଦୀପାବଳିରେ ଛାତ୍ରମାନେ ଭ୍ରିଗୁ ହଷ୍ଟେଲରେ ରକେଟ୍ ଚଳାଇଥିଲେ। ଏଥିରେ କୌଣସି ସାମ୍ପ୍ରଦାୟିକ କୋଣ ନାହିଁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ଅମାନିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ୨୦୧୮ ମସିହାରେ ଭିମସାର ମେଡିକାଲ୍ କଲେଜ୍ ର ପୁରୁଣା ଭିଡିଓ କୁ ନିକଟରେ ଦୀପାବଳି ସମୟରେ ସାମ୍ପ୍ରଦାୟିକ ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:VIMSAR ମେଡିକାଲ କଲେଜର ହଷ୍ଟେଲ ଛାତ୍ରମାନଙ୍କ ଦ୍ୱାରା ଆତସବାଜିର ପୁରୁଣା ଭିଡିଓକୁ ସାମ୍ପ୍ରଦାୟିକ ମାମଲା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *