
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ପ୍ରତିବାଦ କରୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ଏପଷ୍ଟିନ୍ ଫାଇଲ୍ସ ପ୍ରକାଶ ପାଇବା ପରେ ଆମେରିକାର ଲୋକମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାଟକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ ଯାହାର ଏପଷ୍ଟିନ୍ ଫାଇଲ୍ସ ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେୟୁଜର ଲେଖିଛନ୍ତି, “ଏପଷ୍ଟିନ୍ ଫାଇଲ୍ ଖୋଲିଲା ପରେ … ଆମେରିକା ଦୃଶ୍ୟ”
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓରେ ଦୁଇଟି କ୍ଲିପ୍ ଅଛି। ପ୍ରଥମ କ୍ଲିପ୍ରେ ରାସ୍ତାରେ ଏକ ବିଶାଳ ଭିଡ଼ର ଦୃଶ୍ୟ ଦେଖାଯାଉଛି ଏବଂ ଦ୍ୱିତୀୟ କ୍ଲିପ୍ରେ ଲୋକମାନେ ଟ୍ରମ୍ପ୍ ଟାୱାର ସମ୍ମୁଖରେ ପ୍ରଦର୍ଶନ କରି “ଲଜ୍ଜା ଲଜ୍ଜା” ସ୍ଲୋଗାନ ଦେଉଛନ୍ତି।
ପ୍ରଥମ କ୍ଲିପ୍:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଆରଇଏମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୦ ଜାନୁଆରୀ ୨୦୨୬ ରେ ଏକ ଇଂଷ୍ଟାଗ୍ରାମ୍ ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା।
ଭିଡିଓର କ୍ୟାପସନରେ ଲେଖାଯାଇଛି, “ନ୍ୟାସନାଲ ଗାର୍ଡ ସୈନିକଙ୍କ ନିୟୋଜନ ବିରୋଧରେ ପ୍ରତିବାଦକାରୀମାନେ ଲସ୍ ଆଞ୍ଜେଲସ୍ ଏବଂ ଚିକାଗୋର ରାସ୍ତାକୁ ଓହ୍ଲାଇଥିଲେ, ଏହି କାର୍ଯ୍ୟକ୍ରମଟି ଆମେରିକାରେ ପ୍ରଦର୍ଶନ କରିଥିବା “ନୋ କିଙ୍ଗସ୍” ଆନ୍ଦୋଳନର ଅଂଶ ଥିଲା।”
https://www.instagram.com/newszone360/reel/DTVFXFxDKG-
ଏହା ଏପଷ୍ଟାଇନ୍ ଫାଇଲ୍ସ ପ୍ରକାଶନ ପୂର୍ବର ଘଟଣା।
୧୯ ଅକ୍ଟୋବର ୨୦୨୫ ରେ ଆମକୁ ଭାଇରାଲ କ୍ଲିପ୍ ସହିତ ସମାନ ଭିଡିଓ ମିଳିଲା।

ପୋଷ୍ଟର କ୍ୟାପସନରେ ଲେଖାହେଇଛି, “ମିଚିଗାନ ଆଭେନ୍ୟୁରେ ଉତ୍ତର ଆଡ଼କୁ “ନୋ କିଙ୍ଗସ ପ୍ରତିବାଦ।”
ଦ୍ଵିତୀୟ କ୍ଲିପ୍:
ଦ୍ଵିତୀୟ କ୍ଲିପ୍ ର ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମେ ଏକ ଫେସବୁକ ପେଜ୍ ପାଇଲୁ ଯେଉଁଠାରେ ଭାଇରାଲ କ୍ଲିପ୍ ୧୮ ଜାନୁଆରୀ ୨୦୨୬ ରେ ଅପଲୋଡ୍ କରାଯାଇଥିଲା।
କ୍ୟାପସନରେ ଲେଖାହେଇଛି, “ପ୍ରଦର୍ଶନକାରୀମାନେ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଆଡ଼କୁ ମଧ୍ୟମ ଆଙ୍ଗୁଠି ଦେଖାଇ କ୍ରୋଧ ଏବଂ ରାଜନୈତିକ ବିରୋଧର ସଙ୍କେତ ଭାବରେ ବ୍ୟବହାର କରୁଥିବାର ଦେଖାଯାଇଥିଲା। ପ୍ରଦର୍ଶନକାରୀମାନେ ଟ୍ରମ୍ପଙ୍କ ନୀତି ଏବଂ ନେତୃତ୍ୱ ପ୍ରତି ହତାଶା ପ୍ରକାଶ କରିଥିଲେ, ଯାହା ରାସ୍ତାରେ ଏବଂ ଅନଲାଇନରେ ବିତର୍କ ଏବଂ ପ୍ରତିକ୍ରିୟାକୁ ପ୍ରୋତ୍ସାହିତ କରିଥିଲା।”
ସମାନ ଭିଡିଓ ଆମକୁ ୧୬ ଜାନୁଆରୀ ୨୦୨୬ ରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହା ଏକ ପୁରୁଣା ଭିଡିଓ ଯାହାର ଏପଷ୍ଟିନ୍ ଫାଇଲ୍ସ ସହିତ କୌଣସି ସମ୍ପର୍କ ନାହିଁ।
Title:ଆମେରିକାରେ ପ୍ରତିବାଦର ଏକ ପୁରୁଣା ଭିଡିଓକୁ ଏପଷ୍ଟିନ୍ ଫାଇଲ୍ ପ୍ରକାଶ ପାଇବା ପର ଘଟଣା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: Misleading


