ଜଣେ ସାଧୁଙ୍କର ଅଗ୍ନି ଉପରେ ବିଶ୍ରାମ କରୁଥିବା ପୁରୁଣା ଭିଡିଓକୁ ବିବିସି ନ୍ୟୁଜ୍ ଏବଂ ଚଳିତ ବର୍ଷ କୁମ୍ଭମେଳା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରା ଯାଉଛି। 

Misleading Social

ମହାକୁମ୍ଭ ମେଳା ୨୦୨୫ ଆନୁଷ୍ଠାନିକ ଭାବରେ ୧୩ ଜାନୁଆରୀ ୨୦୨୫ ରେ ଆରମ୍ଭ ହୋଇଥିଲା ଏବଂ ଏହା ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସନ୍ଥ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ଯେଉଁମାନେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ପବିତ୍ର ସଙ୍ଗମରେ ସ୍ନାନ ଭଳି ଆଧ୍ୟାତ୍ମିକ ଅଭ୍ୟାସରେ ଅଂଶଗ୍ରହଣ କରନ୍ତି।

ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ସାଧୁ ଜଳୁଥିବା ଚିତାରେ ଆରାମରେ ଶୋଇଥିବାର ଦେଖାଯାଉଛି। ଭିଡିଓଟି ସେୟାର କରୁଥିବା ୟୁଜର ମାନେ ଦାବି କରୁଛନ୍ତି ଯେ ଏହା ମହାକୁମ୍ଭ ମେଳାର ଘଟଣା ଅଟେ। ଭିଡିଓରେ ଆମେ ଦେଖିପାରୁଛୁ ଯେ ଏହି ସାଧୁ ମଝିରେ ଏପାଖରୁ ସେପାଖ ବୁଲି ନିଜ ହାତରେ ଧୂଆଁ ଫୁଙ୍କି ନିଆଁ ଉପରେ ଆରାମରେ ଶୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ କୁମ୍ଭ ମେଳାକୁ ଆସିଥିବା ଏହି ସାଧୁଙ୍କୁ ଦେଖି ଜଣେ ବିବିସି ସାମ୍ବାଦିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ସେ ସାଧୁଙ୍କ ଉପରେ ଏହି ଭିଡିଓ ରିପୋର୍ଟ କରିଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଜଣେ ସାଧୁଙ୍କର ଅଗ୍ନି ଉପରେ ବିଶ୍ରାମ କରୁଥିବା ପୁରୁଣା ଭିଡିଓକୁ ବିବିସି ନ୍ୟୁଜ୍ ଏବଂ ଚଳିତ ବର୍ଷ କୁମ୍ଭମେଳା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରା ଯାଉଛି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୨୩ ମାର୍ଚ୍ଚ ୨୦୧୧ ତାରିଖର ଏକ ୟୁଟ୍ୟୁବ ଭିଡିଓ ମିଳିଲା, ଯାହା ଭାଇରାଲ୍ ଭିଡିଓର ଏକ ବିସ୍ତାରିତ ସଂସ୍କରଣ। ଭିଡିଓର କ୍ୟାପ୍ସନ୍ ରେ ‘ଦି ଫାୟାର ଯୋଗୀ’ ଉଲ୍ଲେଖ କରା ଯାଇଛି।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଆଜ୍ ତକ୍ ର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ସମାନ ସାଧୁଙ୍କର ଭିଡିଓ ୧୮ ନଭେମ୍ବର ୨୦୦୯ ରେ ଅପ୍ଲୋଡ ହେଇଥିବା ମିଳିଲା। ଉପଲବ୍ଧ ସୂଚନା ଅନୁଯାୟୀ, ଭାଇରାଲ ଭିଡିଓଟି କର୍ଣ୍ଣାଟକର ଗୁଲବର୍ଗାର ଦତ୍ତାତ୍ରେୟ ମନ୍ଦିରର, ଯେଉଁଠାରେ ‘ରାମଭାଉ ସ୍ୱାମୀ’ ଅଗ୍ନିରେ ଶୋଇ ତପସ୍ୟା କରିଥିଲେ। କିନ୍ତୁ ଏହି ତପସ୍ୟାରେ ତାଙ୍କର କୌଣସି କ୍ଷତି ହୋଇନଥିଲା।

ଆମେ ଇଣ୍ଡିଆନ୍ ଏକ୍ସପ୍ରେସର ସରକାରୀ ୱେବସାଇଟରେ ଭାଇରାଲ୍ ଭିଡିଓ ସହିତ ଜଡିତ ଏକ ରିପୋର୍ଟ ପାଇଲୁ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ କର୍ଣ୍ଣାଟକର ଜଣେ ସାଧୁ କିପରି ନିଆଁରେ ଶୋଇ ଘଣ୍ଟା ଘଣ୍ଟା ଧ୍ୟାନ କରନ୍ତି। କିନ୍ତୁ ସେ ନିଆଁରେ ପୋଡ଼ି ଯାଆନ୍ତି ନାହିଁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ପ୍ରମାଣିତ ହେଲା। ଭାଇରାଲ ଭିଡିଓ ୨୦୦୯ ମସିହାର କର୍ଣ୍ଣାଟକାର ଅଟେ ଯାହାକୁ ସମ୍ପ୍ରତ୍ତି ସମୟରେ କୁମ୍ଭମେଳାର ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:ଜଣେ ସାଧୁଙ୍କର ଅଗ୍ନି ଉପରେ ବିଶ୍ରାମ କରୁଥିବା ପୁରୁଣା ଭିଡିଓକୁ ବିବିସି ନ୍ୟୁଜ୍ ଏବଂ ଚଳିତ ବର୍ଷ କୁମ୍ଭମେଳା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *