
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନିଆଁ ଲାଗିଥିବା ଏକ ଉଚ୍ଚ ବିଲଡିଙ୍ଗ ଦେଖାଯାଉଛି। ଦାବି କରାଯାଉଛି ଯେ ଏହା ନିକଟରେ ଇରାନ ଦ୍ୱାରା ଦୁବାଇର ଏକ ହୋଟେଲ ଉପରେ ଡ୍ରୋନ୍ ଦ୍ଵାରା ଆକ୍ରମଣର ଦୃଶ୍ୟ। ସମ୍ପ୍ରତି ସମୟରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲୁଥିବା ଯୁଧ୍ୟ ସହିତ ଜଡ଼ିତ ଏହି ଭିଡିଓ ଭାଇରାଲ ହେଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାରଜାହର ଏକ ଟାୱାରରେ ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ ଇରାନ ଦ୍ୱାରା ଦୁବାଇର ଏକ ହୋଟେଲକୁ ଟାର୍ଗେଟ କରାଯାଇଥିବା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଦୁବାଇ ର ହୋଟେଲ। ଯେଉଁ ଦୁବାଇ ସବୁ ଠାରୁ ସୁରକ୍ଷିତ ସ୍ଥାନ ଥିଲା ଆଜି ଆମେରିକା ପାଇଁ ଏହି ଅବସ୍ଥା। ଇରାନ ର ଡ୍ରୋନ ଆକ୍ରମଣ ପରେ ଏହି ଦୃଶ୍ୟ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳବରୂପ ଆମକୁ ଅକ୍ଟୋବର ୨୦୧୫ ର ଆରବ ନ୍ୟୁଜ୍ ୱେବସାଇଟର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁସାରେ, ଦୁବାଇ ନିକଟସ୍ଥ ସାରଜାହାଜର ଏମିରାତି ସହର ର ଏକ ଉଚ୍ଚ ବିଲଡିଙ୍ଗରେ ଅଗ୍ନିକାଣ୍ଡ ଘଟିଥିଲା।

ଏହି ଭିଡିଓଟି ୧ ଅକ୍ଟୋବର ୨୦୧୫ ରେ ସଂଯୁକ୍ତ ଆରବ ଏମିରେଟ୍ସର ଶାରଜାହର ଅଲ୍ ଖାନ ଅଞ୍ଚଳରେ ଏକ ଉଚ୍ଚ କୋଠାରେ ଅଗ୍ନିକାଣ୍ଡର ଏକ ଘଟଣା। ଧୂଆଁ ନିଶ୍ୱାସ ନେବା ପାଇଁ ମୋଟ ୧୯ ଜଣଙ୍କୁ ଚିକିତ୍ସା କରାଯାଇଥିଲା ଏବଂ ୨୫୦ ପରିବାର ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିଲେ। ଶାରଜା ସିଭିଲ୍ ଡିଫେନ୍ସ ଇନସିଡେଣ୍ଟ କର୍ଣ୍ଣେଲ ସଇଦ ଅଲ୍-ସୁୱାଇଦି ଦି ଆସୋସିଏଟେଡ୍ ପ୍ରେସକୁ ସୂଚନା ଦେଇଥିଲେ।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ସମାନ ଘଟଣାର ଏକ ଫଟୋ ଗେଟି ଇମେଜେସ ୱେବସାଇଟରେ ପ୍ରକାଶ ପାଇଥିବା ମିଳିଲା। କ୍ୟାପସନରେ କୁହାଯାଇଛି, “ସଂଯୁକ୍ତ ଆରବ ଏମିରେଟ୍ସ ଶାରଜାହର ସହର କେନ୍ଦ୍ର ନିକଟରେ ଥିବା କିଙ୍ଗ ଫୈସଲ ଷ୍ଟ୍ରିଟରେ ଏକ ଆବାସିକ ଟାୱାରରେ ୧ ଅକ୍ଟୋବର ୨୦୧୫ ରେ ନିଆଁ ଲାଗିଯାଇଥିଲା। ଏମିରେଟି ଅଧିକାରୀଙ୍କ ଅନୁଯାୟୀ, ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ ଏବଂ କୌଣସି କ୍ଷୟକ୍ଷତି ହୋଇନଥିଲା“

ସିଦ୍ଧାନ୍ତ:
ସାରଜାହର ଏକ ଟାୱାରରେ ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ ଇରାନ ଦ୍ୱାରା ଦୁବାଇର ଏକ ହୋଟେଲକୁ ଟାର୍ଗେଟ କରାଯାଇଥିବା ଦାବି ସହିତ ସେୟାର କରା ଯାଉଛି।
Title:ସାରଜାହର ଏକ ଟାୱାରରେ ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ ଇରାନ ଦ୍ୱାରା ଦୁବାଇର ଏକ ହୋଟେଲକୁ ଟାର୍ଗେଟ କରାଯାଇଥିବା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False

