ଜଣେ ଅଙ୍ଗଦାନ କରିଥିବା ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେଉଥିବା ହସ୍ପିଟାଲ କର୍ମଚାରିଙ୍କର ପୁରୁଣା ଭିଡିଓକୁ କୋଲକାତା ଦୁଷ୍କର୍ମ ମାମଲା ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି। 

False Social

ସୋସିଆଲ ମିଡିଆରେ ଡାକ୍ତରଖାନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ କିଛି ଲୋକ ଏକ ଷ୍ଟ୍ରେଚର ଟାଣୁଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରିବାବେଳେ ଦାବି କରାଯାଉଛି ଯେ ଡାକ୍ତରଖାନାର ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ସମ୍ମାନଜନକ ଭାବେ କୋଲକାତାର ଆରଜି କର ମେଡିକାଲ କଲେଜର ବଳାତ୍କାର ପୀଡିତାଙ୍କ ମୃତଦେହକୁ ସମ୍ମାନ ଦେଉଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ କୋଲକାତା ଦୂଷକର୍ମ ପୀଡ଼ିତାଙ୍କର ନୁହେଁ। ଏହା ଭିଷାକାପାଟନାମ ସହରର ଏକ ପୁରୁଣା ଭିଡିଓ ଯେଉଁଥିରେ ହସ୍ପିଟାଲ କର୍ମଚାରୀ ମାନେ ଜଣେ ଅଙ୍ଗଦାନ କରିଥିବା ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେଉଛନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ଆମେ ନ୍ୟୁଜ୍ ୧୮ ର ୱେବସାଇଟ୍ ରେ ସମାନ ଭିଡିଓ ୨ ଜୁନ୍ ୨୦୨୪ ରେ ପ୍ରକାଶିତ ହେଇଥିବା ପାଇଲୁ। ଏହା ପ୍ରକାଶ କରିଛି ଯେ ଘଟଣା ସମ୍ପ୍ରତି ନୁହେଁ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ କୋଲକାତା ଡାକ୍ତର ହତ୍ୟା ଏବଂ ବଳାତ୍କାର ମାମଲାରେ ଭାଇରାଲ ଭିଡିଓର କୌଣସି ସମ୍ପର୍କ ନାହିଁ।

ରିପୋର୍ଟ ଅନୁଯାୟୀ, ଜାଲୋରର ଏକ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କର ପୁଅର ମୃତ୍ୟୁ ପରେ ତାଙ୍କ ଅଙ୍ଗ ଦାନ କରିଥିଲେ। ତାଙ୍କ ନିଷ୍ପତ୍ତି ପରେ ଡାକ୍ତରଖାନାରେ ଉପସ୍ଥିତ ୩୦୦ ରୁ ଅଧିକ ଡାକ୍ତର ଏବଂ ନର୍ସିଂ କର୍ମଚାରୀ ଗାର୍ଡ ଅଫ୍ ଅନର ସହିତ ମୃତଦେହ ପଠାଇଥିଲେ।

ଏହା ପରେ ଆମକୁ ଦୈନିକ ଭାସ୍କର ୱେବସାଇଟରେ ମଧ୍ୟ ଭାଇରାଲ ଭିଡିଓ ବିଷୟରେ ଖବର ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଜାଲୋରର ଫତେହ ରୟାଲ ରେସିଡେଣ୍ଟ କଲୋନୀ ନିବାସୀ ପ୍ରବୀଣ ମେହେତା ବିଶାଖାପାଟନମର ବାସିନ୍ଦା। ୨୯ ମଇ ୨୦୨୪ ରେ, ପ୍ରବୀଣ ମେହେତାଙ୍କ ପୁଅ ବିପିନ୍ ମେହେତା ନିଜ ଦୋକାନରୁ ବାଇକ୍ ରେ ଘରକୁ ଫେରୁଥିଲେ। ସେତେବେଳେ ସେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଦୁଇ ଦିନ ଚିକିତ୍ସା ନେବା ପରେ ଜୁନ୍ ୨ ରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପରେ ତାଙ୍କ ମାତାପିତା ତାଙ୍କର ଅଙ୍ଗଦାନ କରିବା ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ହେତୁ ଭିଷାକାପାଟନାମର ହସ୍ପିଟାଲ କର୍ମଚାରୀ ମାନେ ବିପିନଙ୍କ ଶବକୁ ଏବଂ ତାଙ୍କ ମାତାପିତାକୁ ସମ୍ମାନ ଦେଇଥିଲେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଲା। ଏହି ଭିଡିଓ କୋଲକାତା ଦୂଷକର୍ମ ପୀଡ଼ିତାଙ୍କର ନୁହେଁ। ଏହା ଭିଷାକାପାଟନାମ ସହରର ଏକ ପୁରୁଣା ଭିଡିଓ ଯେଉଁଥିରେ ହସ୍ପିଟାଲ କର୍ମଚାରୀ ମାନେ ଜଣେ ଅଙ୍ଗଦାନ କରିଥିବା ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେଉଛନ୍ତି।

Avatar

Title:ଜଣେ ଅଙ୍ଗଦାନ କରିଥିବା ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେଉଥିବା ହସ୍ପିଟାଲ କର୍ମଚାରିଙ୍କର ପୁରୁଣା ଭିଡିଓକୁ କୋଲକାତା ଦୁଷ୍କର୍ମ ମାମଲା ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି।

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *