
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବିଶାଳ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ସମ୍ପ୍ରତି ରେ ଇରାନର ଦୁବାଇ ଉପରେ ଆକ୍ରମଣର ଏକ ଦୃଶ୍ୟ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ୨୦୨୫ ରେ ଇସ୍ରାଏଲର ୟେମେନ ଉପରେ ଆକରାମନର ଏକ ପୁରୁଣା ଭିଡିଓ ଯାହାକୁ ସମ୍ପ୍ରତି ମଧ୍ୟପ୍ରାଚ୍ୟ ଯୁଧ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୩ ସେପ୍ଟେମ୍ବର ୨୦୨୫ ରେ ଏକଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ କୌଣସି ସୂଚନା ଦିଆ ଯାଇନାହିଁ, କିନ୍ତୁ ଏହା ସ୍ପଷ୍ଟ ଯେ ଭିଡିଓଟି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବର୍ତ୍ତମାନର ସଂଘର୍ଷର ପୂର୍ବର।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ୨୪ ଅଗଷ୍ଟ ୨୦୨୫ରେ ଏକ X ହ୍ୟାଣ୍ଡେଲରେ ସମାନ କ୍ଲିପ୍ ମିଳିଲା। କ୍ୟାପସନ ଅନୁସାରେ, ଭିଡିଓଟି ୟେମେନ ଉପରେ ଇସ୍ରାଏଲୀ ଆକ୍ରମଣକୁ ଦର୍ଶାଉଛି।
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୨୫ ଅଗଷ୍ଟ ୨୦୨୫ ର ର୍ୟୁଟର୍ସର ଏକ ପ୍ରକାଶନ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓର ଦୃଶ୍ୟ ଦେଖିବାକୁ ମିଳିଲା। ରିପୋର୍ଟ ଅନୁଯାୟୀ, ୟେମେନ କ୍ଷେପଣାସ୍ତ୍ର ରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ, ଇସ୍ରାଏଲ ୟେମେନର ରାଜଧାନୀ ସାନା ଉପରେ ଆକ୍ରମଣ କରିଥିଲା। ହାଉଥି ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ଯେ ଏହି ଆକ୍ରମଣରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୮୬ ଜଣ ଆହତ ହୋଇଥିଲେ।
ଇସ୍ରାଏଲୀ ସେନା କହିଥିଲା ଯେ ଟାର୍ଗେଟରେ ରାଷ୍ଟ୍ରପତି ଭବନ ଥିବା ଏକ ସାମରିକ କୋଠା, ଦୁଇଟି ପାୱାର ପ୍ଲାଣ୍ଟ ଏବଂ ଏକ ଇନ୍ଧନ ସଂରକ୍ଷଣ ସ୍ଥାନ ଅନ୍ତର୍ଭୁକ୍ତ। ହାଉଥି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର X ରେ କହିଥିଲେ ଯେ ଏହି ଆକ୍ରମଣରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୮୬ ଜଣ ଆହତ ହୋଇଥିଲେ। “ହାଉଥି ଆତଙ୍କବାଦୀ ଶାସନ ଦ୍ୱାରା ଇସ୍ରାଏଲ ରାଜ୍ୟ ଏବଂ ଏହାର ନାଗରିକଙ୍କ ବିରୁଦ୍ଧରେ ବାରମ୍ବାର ଆକ୍ରମଣର ଜବାବରେ ଏହି ଆକ୍ରମଣ କରାଯାଇଥିଲା।
ନିମ୍ନରେ ଆପଣ ମାନେ ତୁଳନା ଦେଖି ପାରିବେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ୨୦୨୫ ରେ ଇସ୍ରାଏଲର ୟେମେନ ଉପରେ ଆକରାମନର ଏକ ପୁରୁଣା ଭିଡିଓ ଯାହାକୁ ସମ୍ପ୍ରତି ମଧ୍ୟପ୍ରାଚ୍ୟ ଯୁଧ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି।

