
ବର୍ତ୍ତମାନ ସୋସିଆଲ ମିଡିଆରେ ନିତୀଶ କୁମାରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ କିଛି ଲୋକଙ୍କ ମଧ୍ୟ ରେ ଚିଡ଼ା ହୋଇ ସେ କହୁଛନ୍ତି ଯେ ତାଙ୍କୁ ମୃତ୍ୟୁ ସ୍ଵୀକାର ଅଛି କିନ୍ତୁ ବିଜେପି ସାଙ୍ଗରେ ମେଣ୍ଟ କରିବା ସ୍ଵୀକାର ନାହିଁ। ଦାବି କରା ଯାଉଛି ଯେ ନିତୀଶ କୁମାର ନିକଟରେ ଏହି ବିବୃତ୍ତି ଦେଇଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ୨୦୨୩ ର ଆରକେ ପୁରୁଣା ଭିଡିଓ ଅଟେ ଯାହାକୁ ନିକଟର ଘଟଣା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆରେ ଦାବି କରା ଯାଇଛି ଯେ ନିତୀଶ କୁମାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି ଯେ ସେ ବିଜେପି ସହିତ ମେଣ୍ଟ ଭାଙ୍ଗିବେ। ନିଜ ବୟାନରେ ସେ କହିଛନ୍ତି, “ମରି ଯିବା ସ୍ଵୀକାର ଅଛି କିନ୍ତୁ ତାଙ୍କ ସହିତ ଯିବା ଆମକୁ କେବେ ସ୍ଵୀକାର ନାହିଁ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନ ରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟହବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୨୬ ଜାନୁଆରୀ ୨୦୨୪ ରେ ଆଜ୍ ତକ୍ ୱେବସାଇଟରେ ଗୋଟିଏ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ୨୦୨୩ ଜାନୁଆରୀ ରେ ବିହାରରେ ଚାଲିଥିବା ଅଶାନ୍ତିର ଅନ୍ତ ଘଟାଇବାକୁ ଚେଷ୍ଟା କରୁଥିବା ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ ଏହି ଜୀବନରେ ଆଉ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ମେଣ୍ଟ କରିବେ ନାହିଁ। ସେ କହିଥିଲେ, “ମୁଁ ମୃତ୍ୟୁ ପର୍ଯ୍ୟନ୍ତ ବିଜେପି ସହିତ ଯିବି ନାହିଁ।” ମୁଁ ମୃତ୍ୟୁକୁ ଗ୍ରହଣ କରିବି କିନ୍ତୁ ବିଜେପି ସହିତ ଯିବି ନାହିଁ। ସେ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲେ, କିନ୍ତୁ ବିଜେପି ତାଙ୍କୁ ଜୋରଜବରଦସ୍ତ ମୁଖ୍ୟମନ୍ତ୍ରୀ କରିଥିଲା। ସେ କହିଥିଲେ, “ନିର୍ବାଚନ ହେବାକୁ ଦିଅ, ସମସ୍ତେ ଜାଣିବେ କିଏ କେତେ ଆସନ ପାଇବ।”
୩୦ ଜାନୁଆରୀ ୨୦୨୩ ର ETV ଭାରତ ରିପୋର୍ଟ ଅନୁଯାୟୀ, ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ନୀତିଶ କୁମାର ପାଟନାର ଗାନ୍ଧୀ ଘାଟରେ ପହଞ୍ଚି ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ। ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି ଯେ ନୂତନ ପିଢ଼ି ମହାତ୍ମା ଗାନ୍ଧୀଙ୍କ ବଳିଦାନକୁ କେବେ ଭୁଲିଯିବା ଉଚିତ୍ ନୁହେଁ। ଏଠାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ଉପରେ ଷଡଯନ୍ତ୍ର ଏବଂ ଲଢ଼େଇ ସୃଷ୍ଟି କରିବାର ଅଭିଯୋଗ ଆଣି ଏହି କଥାଗୁଡ଼ିକ କହିଛନ୍ତି।
ସେ କହିଥିଲେ, “ପ୍ରଶ୍ନ ଉଠୁନାହିଁ। ମୁଁ ମରିବାକୁ ଗ୍ରହଣ କରୁଛି, କିନ୍ତୁ ସେମାନଙ୍କ ସହିତ ଯିବାକୁ କେବେ ଗ୍ରହଣ କରିବି ନାହିଁ। ଏହା ସବୁ ଏକ ମିଥ୍ୟା କଥା। ସେମାନେ ଏତେ କଠିନ ପରିଶ୍ରମ ଏବଂ ସାହସ ପରେ ଆମକୁ ସାଙ୍ଗରେ ଆଣିଥିଲେ। କ’ଣ-କ’ଣ ନକରିଥିଲେ। ଲାଲୁଆ ପ୍ରସାଦଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା।” ଏବେ ଆମେ ଗଠବନ୍ଧନ ସମାପ୍ତ କରି ଅଲଗା ହୋଇଗଲୁଣି, ତେବେ ସେମାନେ ପୁଣି କିଛି କରିବାକୁ ଚିନ୍ତା କରୁଛନ୍ତି। ସମସ୍ତଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କିପରି ସ୍ଥାନାନ୍ତରିତ କରାଯିବ, ଏହା ହିଁ ସେମାନେ ଚିନ୍ତାଧାରା। ବିଜେପି କ୍ଷତିରେ ଅଛି, ଆମେ ନୁହେଁ।“
ନିମ୍ନରେ ଆପଣ ମାନେ ଦେଖି ପାରିବେ ନିତୀଶ କୁମାର ବିଜେପି କୁ ଅଭିଯୋଗ କରି କେଉଁପରି ଏହି ବୟାନ ଦେଇଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଭିଡିଓର ଏକ ଛୋଟ କ୍ଳିପ୍ ନେଇ ତାହାକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଇଛି। ଏହା ୨୦୨୩ ମସିହାର ଏକ ପୁରୁଣା ଭିଡିଓ ଅଟେ ଯାହାକୁ ସମ୍ପ୍ରତ୍ତି ସମୟରେ ନିତୀଶ କୁମାର ବିଜେପି ସହିତ ମେଣ୍ଟ ଭାଙ୍ଗୁଛନ୍ତି ବୋଲି ଦାବି କରା ଯାଉଛି।

Title:କ’ଣ ନିତୀଶ କୁମାର ବିଜେପି ସହିତ ମେଣ୍ଟ ଭାଙ୍ଗିବା ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: Misleading
