ୱାକଫ ସଂଶୋଧନ ବିଲ୍ ପାସ୍ ହେବା ପରେ ଜେପିସିର ସହଯୋଗୀ ସଦସ୍ୟଙ୍କ ସହ ମଜା କରୁଛନ୍ତି ଅସଦୁଦ୍ଦିନ ଓୱେସି?

Misleading Political

ସମ୍ପ୍ରତି ୱାକଫ ସଂଶୋଧନ ବିଲ୍ ୨୦୨୫ ପାସ୍ ହେବା ପରେ AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି କିଛି ବିଜେପି ସଦସ୍ୟଙ୍କ ସହିତ ଥଟା-ମଜା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ୱାକଫ୍ ବିଲ୍ ପାସ୍ ହେବା ପରେ ଶାସକ ଦଳ, ବିରୋଧୀ ଦଳ ଏବଂ ଜମାତର ସାଥିରେ ବସି ଥଟା-ମଜା କରୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ୪ ଏପ୍ରିଲ ୨୦୨୫ ରେ ୱାକଫ ସଂଶୋଧନ ବିଲ୍ ପାସ୍ ହେବା ପରର ନୁହେଁ। ଏହା ୨୯ ଜାନୁଆରୀ ୨୦୨୫ ର ଜେପିସି ୱାକଫ ସଂଶୋଧନ ବିଲ୍ ଉପରେ ଡ୍ରାଫ୍ଟ ରିପୋର୍ଟ ଗ୍ରହଣ କରିବା ପର ଘଟଣା ଅଟେ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫେସବୁକରେ ଭିଡିଓଟି ସେୟାର କରି ୟୁଜର୍ସ ଲେଖିଛନ୍ତି, “ୱାକଫ୍ ସଂଶୋଧନ ବିଲ୍ ପାସ୍ ହେବା ପରେ, ଶାସକ ଦଳ, ବିରୋଧୀ ଦଳ, ଜମାତର ବଡ଼ ବଡ଼ ଲୋକମାନେ ଏବଂ ଓୱେସି ହସି ହସି ପାର୍ଟିର ମଜା ନେଉଛନ୍ତି! କିନ୍ତୁ ସେମାନଙ୍କ ଭୋଟରମାନେ କାହା ପାଇଁ ଏତେ ଉତ୍ତେଜିତ, କ୍ରୋଧିତ?

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୯ ଜାନୁଆରୀ ୨୦୨୫ ରେ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ର ଟୁଇଟର ହେଣ୍ଡେଲରେ ଟୁଇଟ ହେଇଥିବା ମିଳିଲା। ଟୁଇଟର କ୍ୟାପ୍ସନରେ ଲେଖା ଯାଇଛି, “ୱାକଫ (ସଂଶୋଧନ) ବିଲ୍ ଯାଞ୍ଚ କରୁଥିବା ମିଳିତ ସଂସଦୀୟ କମିଟିର ସଦସ୍ୟମାନେ ଡ୍ରାଫ୍ଟ ରିପୋର୍ଟ ଗ୍ରହଣ କରିବା ପରେ ଚା ପିଇବା ସମୟରେ ଏକତ୍ରିତ ହେଲେ

ଅଧିକ ସର୍ଚ୍ଚ କରିବା ପରେ ଆମକୁ ୨୯ ଜାନୁଆରୀ ୨୦୨୫ ରେ ANI ର ଏକ ରିପୋର୍ଟ ମିଳିଲା। ରିପୋର୍ଟ ରେ ଭାଇରାଲ ଭିଡିଓର ଏକ ସ୍କ୍ରିନଶଟ୍ ଥିଲା। ରିପୋର୍ଟ ଅନୁଯାୟୀ, ୱାକଫ ସଂଶୋଧନ ବିଲ୍ ଉପରେ ମିଳିତ ସଂସଦୀୟ କମିଟି ୨୯ ଜାନୁଆରୀରେ ଡ୍ରାଫ୍ଟ ରିପୋର୍ଟ ଏବଂ ସଂଶୋଧିତ ବିଲ୍ ଗ୍ରହଣ କରିଥିଲା।

ଇଣ୍ଡିଆନ ଏକ୍ସପ୍ରେସର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଏହି ଅବସରର ଏକ ଭିଡିଓ ରିପୋର୍ଟ ଦେଖିବାକୁ ମିଳିଛି ଯେଉଁଥିରେ ଭାଇରାଲ ଭିଡିଓ କ୍ଲିପ୍ ମଧ୍ୟ ଅଛି। ଏହି ଭିଡିଓରେ କିଛି ନେତା ମାନଙ୍କୁ ୱାକଫ୍ ବିଲ୍ ବିଷୟ ରେ ନିଜ ମତାମତ ଦେଉଥିବା ମଧ୍ୟ ଶୁଣିବାକୁ ମିଳିଛି। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହି ଭିଡିଓ ୪ ଏପ୍ରିଲ ୨୦୨୫ ରେ ୱାକଫ ସଂଶୋଧନ ବିଲ୍ ପାସ୍ ହେବା ପରର ନୁହେଁ। ଏହା ୨୯ ଜାନୁଆରୀ ୨୦୨୫ ର ଜେପିସି ୱାକଫ ସଂଶୋଧନ ବିଲ୍ ଉପରେ ଡ୍ରାଫ୍ଟ ରିପୋର୍ଟ ଗ୍ରହଣ କରିବା ପର ଘଟଣା ଅଟେ।

Avatar

Title:ୱାକଫ ସଂଶୋଧନ ବିଲ୍ ପାସ୍ ହେବା ପରେ ଜେପିସିର ସହଯୋଗୀ ସଦସ୍ୟଙ୍କ ସହ ମଜା କରୁଛନ୍ତି ଅସଦୁଦ୍ଦିନ ଓୱେସି?

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *