ଆଦିତ୍ୟ ଠାକରେଙ୍କ କାଫେ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରେ ଅସମ୍ପର୍କିତ ଭିଡିଓ ଭାଇରାଲ ହୋଇଛି।

False Political

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଗୁପ୍ତ ସ୍ଥାନରୁ କିଛି ମହିଳା ମାନେ ବାହାରିକି ଆସୁଥିବା ବେଳେ ସେଠାରେ ଥିବା ଲୋକମାନେ ଭିଡିଓ ନେଊଁଛନ୍ତି। ଦାବି କରା ଯାଉଛି ଯେ ମୁମ୍ବାଇର ଅନ୍ଧେରି ଅଞ୍ଚଲରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କର କାଫେରେ ପୋଲିସ ଚଢାଉ କରିଥିବା ରୁ ସେଠାରେ ଏପରି ଅବୈଧ କାମ ଚାଲୁଥିବା ଜଣା ପଡ଼ିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓର ଆଦିତ୍ୟ ଠାକରେଙ୍କ ସହିତ କୌଣସି ସମ୍ପର୍କ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ମହାରାଷ୍ଟ୍ରର ଅନ୍ଧେରି ମୁମ୍ବାଇରେ ଥିବା ଉଦ୍ଧବ୍ ଠାକରେ ର ପୁଅ ଆଦିତ୍ୟ ଠାକରେ ର ଅଣ୍ଡର ଗ୍ରାଉଣ୍ଡ ବାର୍… ବାର୍ ଭିତରୁ ବାହାରୁଛନ୍ତି ଅନେକ ରତ୍ନ…

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ନେସନ୍ ଟୁଡେ ନାମକ ଏକ ଫେସବୁକ୍ ପେଜ୍ ଡିସେମ୍ବର ୧୪, ୨୦୨୧ ରେ ପୋଷ୍ଟ ହେଇଥିବା ମିଳିଲା। 

ପୋଷ୍ଟର କ୍ୟାପ୍ସନରେ ଲେଖା ଯାଇଛି, “ମୁମ୍ବାଇର ଅନ୍ଧେରୀ ପଶ୍ଚିମରେ ଥିବା ଦୀପା ଡ୍ୟାନ୍ସ ବାରରେ ଚଢାଉ କରାଯାଇଛି, “ଏହି ସ୍ଥାନରେ ୧୭ ଜଣ ବାର୍ ଡ୍ୟାନ୍ସରଙ୍କ ସମେତ ୨୨ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି

୧୩ ଡିସେମ୍ବର୨୦୨୧ରେ ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶିତ ଏକ ଖବର ରିପୋର୍ଟ ଅନୁଯାୟୀ, ମୁମ୍ବାଇ ପୋଲିସ କରୋନା ସମୟରେ ଅନ୍ଧେରିର ଦୀପା ବାରରେ ଚଢାଉ କରିଥିଲା। ଏହି ସ୍ଥାନରେ ଏକ ଗୁପ୍ତ କୋଠରୀରେ ଲୁଚି ରହିଥିବା ୧୭ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ୨୦ ଜଣଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଥିଲା। ଆପଣ ଏଠାରେ ଅଧିକ ସୂଚନା ପଢ଼ିପାରିବେ।

ତଳେ ଆପଣ ପୋଲିସକୁ ବାର୍ ଉପରେ ଚଢାଉ କରୁଥିବାର ଦେଖିପାରିବେ।

ଏହା ପରେ, ଆଦିତ୍ୟ ଠାକରେଙ୍କ ମାଲିକାନାରେ ଥିବା ବାଣିଜ୍ୟିକ ସମ୍ପତ୍ତି ଯାଞ୍ଚ କରିବା ପାଇଁ ତାଙ୍କ ନିର୍ବାଚନୀ ଶପଥପତ୍ର ଯାଞ୍ଚ କରାଯାଇଥିଲା।

ଆଦିତ୍ୟ ଠାକରେ ମହାରାଷ୍ଟ୍ରର ୱର୍ଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ତାଙ୍କ ନିର୍ବାଚନ ଶପଥପତ୍ରରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନ୍ଧେରୀରେ ତାଙ୍କର କୌଣସି ବାଣିଜ୍ୟିକ ସମ୍ପତ୍ତି ନାହିଁ।

ଆଦିତ୍ୟ ଠାକରେଙ୍କୁ ବଦନାମ କରିବା ପାଇଁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭାଇରାଲ ଭିଡିଓ ସମ୍ପର୍କରେ ପୂର୍ବତନ ସାଂସଦ ବିନାୟକ ରାଉତ ସାଇବର ଶାଖାରେ ଏକ ମାମଲା ରୁଜୁ କରିଛନ୍ତି।

ଏହା ସହିତ, ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ, ଆଦିତ୍ୟ ଠାକରେ କହିଥିଲେ, “ଏହି ଭିଡିଓ ସହିତ ମୋର କୌଣସି ସମ୍ପର୍କ ନାହିଁ, କିନ୍ତୁ ମୋତେ ବଦନାମ କରିବା ପାଇଁ ଏହାକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ପ୍ରସାରିତ କରାଯାଉଛି।” “ମୁଁ ଏହା ବିରୁଦ୍ଧରେ ସାଇବର ଶାଖାରେ ଏକ ମାମଲା ମଧ୍ୟ ଦାୟର କରିବି।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭାଇରାଲ ଭିଡିଓଟି ୨୦୨୧ ମସିହାରେ ମୁମ୍ବାଇ ପୋଲିସ ଦ୍ୱାରା ଦୀପା ବାର ଉପରେ ଚଢାଉର ଅଟେ। ଏହି ଭିଡିଓର ଆଦିତ୍ୟ ଠାକରେଙ୍କ ସହ କୌଣସି ସମ୍ପର୍କ ନାହିଁ।

Avatar

Title:ଆଦିତ୍ୟ ଠାକରେଙ୍କ କାଫେ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରେ ଅସମ୍ପର୍କିତ ଭିଡିଓ ଭାଇରାଲ ହୋଇଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *