ସାଉଦୀ ଆରବିଆର ଏକ ପୁରୁଣା ଭିଡିଓକୁ ନିକଟର ଦୀପାବଳି ପର୍ବ ପାଳନ ଦାବି ସହିତ ସେୟାର କରା ଯାଉଛି।

Misleading Social

ଦୀପାବଳି ଅବସରରେ ସୋସିଆଲ ମିଡିଆରେ ବିଭିନ୍ନ ସୁନ୍ଦର ଆତସବାଜିର ଭିଡିଓ ଏବଂ ଫଟୋ ସେୟାର ହେଇଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ସୁନ୍ଦର ଆତସବାଜିର ଭିଡିଓ ଭାଇରାଲ ହେବା ସହ ଏହାକୁ ସାଉଦିରେ ଦୀପାବଳି ଉତ୍ସବ ପାଳନ ହେଉଥିବା ବୋଲି ଦାବି କରାଯାଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ସାଉଦୀ ଆରବିଆର ଏକ ପୁରୁଣା ଭିଡିଓ ଯାହାକୁ ସେଠାରେ ନିକଟରେ ଦୀପାବଳି ପର୍ବ ପାଳନ ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ସାଉଦୀ ଆରବରେ ମଧ୍ୟ ଭଗବାନ ରାମଙ୍କର ଆସିବାର ଖୁସି ପାଳନ କରା ଯାଉଛି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଏକ ୟୁଟ୍ୟୁବ ଚ୍ୟାନାଲରେ ୨୩ ସେପ୍ଟେମ୍ବର ୨୦୨୪ ରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହା ସାଉଦୀ ଆରବିଆ ଦେଶର ୯୪ ତମ ଜାତୀୟ ଦିବସ ଉତ୍ସବ ପାଳନ ର ଭିଡିଓ।

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓର ଦୀପାବଳି ସହିତ କୌଣସି ସମ୍ପର୍କ ନାହିଁ।

ଏହା ଉଲ୍ଲେଖଯୋଗ୍ୟ ଯେ ସାଉଦି ଜାତୀୟ ଦିବସ ପ୍ରତିବର୍ଷ ୨୩ ସେପ୍ଟେମ୍ବରରେ ପାଳନ କରାଯାଏ। 

ସମାନ ଭିଡିଓ ଆମକୁ ୨୭ ଅଗଷ୍ଟ ୨୦୨୪ ରେ ଇଂଷ୍ଟାଗ୍ରାମ୍ ହେଣ୍ଡେଲରେ ପୋସ୍ତ ହେଇଥିବା ମିଳିଲା ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ଏହା ସାଉଦୀ ଜାତୀୟ ଦିବସ ଉତ୍ସବର ଭିଡିଓ ଅଟେ। 

ଅନ୍ୟ ଏକ ଇନଷ୍ଟାଗ୍ରାମ ହେଣ୍ଡେଲରେ, ଆମେ ଏକ ଭିନ୍ନ ଏଙ୍ଗଲରୁ ଭାଇରାଲ୍ ସଟ ଭଳି ଏକ ଭିଡିଓ ପାଇଲୁ। ଭିଡିଓଟି ୨୨ ଜୁଲାଇ ୨୦୨୪ ରେ ଅପଲୋଡ୍ ହୋଇଥିଲା।

Instagram

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ବିଭିନ୍ନ ଉତ୍ସବ ସମୟରେ ସାଉଦୀ ଆରବିଆର କିଛି ସ୍ଥାନରେ ଏପରି ବାଣ ଫୁଟାଯାଏ। ସାଉଦି ଜାତୀୟ ଦିବସରେ ରାଜଧାନୀର ସର୍ବବୃହତ ଆତସବାଜି ପ୍ରଦର୍ଶନ ଉମ୍ ଅଜଲାନ୍ ପାର୍କରେ ଅନୁଷ୍ଠିତ ହୁଏ। ବୋଲେଭାର୍ଡ ସିଟି ଅଞ୍ଚଲରେ ଇଦ୍ ଅବସରରେ ଆତସବାଜି ପ୍ରଦର୍ଶନ ହୋଇଥାଏ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ସାଉଦୀ ଆରବିଆରେ ଆତିସବାଜିର ଏକ ପୁରୁଣା ଭିଡିଓକୁ ଦୀପାବଳି ଉତ୍ସବ ପାଳନ ଦାବି ସହିତ ସେୟାର କରା ଯାଉଛି।

Avatar

Title:ସାଉଦୀ ଆରବିଆର ଏକ ପୁରୁଣା ଭିଡିଓକୁ ନିକଟର ଦୀପାବଳି ପର୍ବ ପାଳନ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *