
୨୫ ତାରିଖ ବାତ୍ୟା ଦାନା ଓଡ଼ିଶାର ଭିତରକନିକା ଏବଂ ଧାମରାରେ ନିଜ ପ୍ରକୋପ ପକାଇଥିଲା। ଏହାର ପ୍ରଭାବ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦାନା ବାତ୍ୟାରେ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କର ମୃତ୍ଯୁ ହୋଇଥିବା ବେଳେ ଓଡ଼ିଶାରେ କାହାରି ମୃତ୍ଯୁ ହେଇନଥିବା ଜଣା ପଡିଛି। ତୀବ୍ର ହାୱା ଏବଂ ବର୍ଷା ରାଜ୍ୟର ଅନେକ ସ୍ଥାନରେ ବର୍ତ୍ତମାନ ମଧ୍ୟ ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗରେ ସମୁଦ୍ର ଉପକୂଳରେ ଉଚ୍ଚା ଢେଉର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ରାଜନଗର ଅଞ୍ଚଳରେ ବାତ୍ୟା ଦାନାର ପ୍ରଭାବ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ୨୦୨୧ ମସିହାରେ ଟାଉକ୍ତାଏ ବାତ୍ୟା ସମୟର ଭିଡିଓକୁ ଦାନ ବାତ୍ୟାର ଦ୍ରୁଶ୍ଯ ଦାବି ସହିତ ସେୟାର କରା ଯାଉଛି।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୬ ମଇ ୨୦୨୧ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ ଏହା ତାଉକ୍ତାଏ ବାତ୍ୟାର କେରଳ ଏବଂ ଗୋଆ ଉପକୂଳର ଦୃଶ୍ୟ ଅଟେ। ନିମ୍ନରେ ଆପଣ ମାନେ ଭିଡିଓ ଦେଖି ପାରିବେ।
ଭାଇରାଲ ଭିଡିଓର ଏକ ଫୋଟୋ ୧୮ ମଇ ୨୦୨୧ ରେ ଲାଇଭ୍ ହିନ୍ଦୁସ୍ତାନ ୱେବସାଇଟରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ତାଉକ୍ତାଏ ବାତ୍ୟା ଗୋଆ, ମହାରାଷ୍ଟ୍ର ଏବଂ ଗୁଜରାଟ ସମୁଦ୍ର ଉପକୂଳରେ ଭୟଙ୍କର ବିନାଶ କରିଥିଲା। ମ୍ୟାନମାର ଦେଶ ଏହି ବାତ୍ୟାର ନାମ ତାଉକ୍ତାଏ ଦେଇଥିଲା ଯାହାର ଅର୍ଥ ହେଉଛି ଅତ୍ୟନ୍ତ ଆୱାଜ କରୁଥିବା ଝିଟିପିଟି।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ୧୭ ମଇ ୨୦୨୧ରେ ତାଉକ୍ତାଏ ବାତ୍ୟା ଗୁଜରାଟ ରାଜ୍ୟରେ ଲ୍ୟାଣ୍ଡଫଲ୍ କରିଥିଲା ଯାହାର ତୀବ୍ରତା ୧୮୫ କିଲୋମିଟର ପ୍ରତି ଘଣ୍ଟା ଥିଲା। ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ମଧ୍ୟ ଏହି ବାତ୍ୟା କେରଳ, କର୍ଣ୍ଣାଟକା, ଗୋଆ ଏବଂ ମହାରାଷ୍ଟ୍ରରେ ନିଜର ପ୍ରଭାବ ପକାଇଥିଲା। ତାଉକ୍ତାଏ ବାତ୍ୟାରେ ୧୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଶହ ଶହ ଘର ନଷ୍ଟ ହୋଇଯାଇଥିଲା ଏବଂ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ୨୦୨୧ ମସିହାରେ ଟାଉକ୍ତାଏ ବାତ୍ୟା ସମୟର ଭିଡିଓକୁ ଦାନ ବାତ୍ୟାର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

Title:୨୦୨୧ ମସିହାର ତାଉକ୍ତାଏ ବାତ୍ୟା ସମୟର ଭିଡିଓକୁ ଦାନା ବାତ୍ୟା ନାମରେ ସେୟାର କରା ଯାଉଛି।
Written By: Siddharth SahuResult: False
