ଇଣ୍ଡିଗୋ ସଙ୍କଟ ମଧ୍ୟରେ ବିମାନ ଚଳାଚଳ ମନ୍ତ୍ରୀଙ୍କ ନାଚୁଥିବାର ପୁରୁଣା ଭିଡିଓ ଭାଇରାଲ ହେଉଛି. 

Misleading Political

ଭାରତର ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଗୋଟିଏ ସପ୍ତାହ ମଧ୍ୟରେ ୪୫୦୦ ରୁ ଅଧିକ ଉଡ଼ାଣ ବାତିଲ କରିଲା ପରେ ଦେଶର ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି। 

ଏହି ପ୍ରସଙ୍ଗରେ, ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରପୁ ରାମ ମୋହନ ନାଇଡୁଙ୍କ ଏକ ମଞ୍ଚ ଉପରେ ନାଚିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଦେଶ ଏକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ନିଜକୁ ଉପଭୋଗ କରୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏକ ପୁରୁଣା ଭିଡିଓକୁ ଇଣ୍ଡିଗୋ ସଙ୍କଟ ମଧ୍ୟରେ ବିମାନ ଚଳାଚଳ ମନ୍ତ୍ରୀଙ୍କ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୯ ଜୁଲାଇ ୨୦୨୫ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପସନରେ ଲେଖାଯାଇଛି, “ସଂଗୀତ କାର୍ଯ୍ୟକ୍ରମରେ ରାମ ମୋହନ ନାଇଡୁଙ୍କ ନୃତ୍ୟ।

ନ୍ୟୁଜ୍ ୧୮ ତେଲୁଗୁ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ନାଇଡୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ତାଙ୍କ ସମ୍ପର୍କୀୟ ଭାଇଙ୍କ ବିବାହର ସଙ୍ଗୀତ ଉତ୍ସବରେ ନୃତ୍ୟ କରିଥିଲେ।

ଏହା ବ୍ୟତୀତ, ଭାରତ ସରକାରଙ୍କ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (PIB) ର ଫ୍ୟାକ୍ଟ ଚେକ୍ ୟୁନିଟ୍ ମଧ୍ୟ ଭାଇରାଲ୍ ଦାବିକୁ ଖଣ୍ଡନ କରିଛି। PIB ୮ ଡିସେମ୍ବର ୨୦୨୫ ରେ ଟ୍ୱିଟ୍ କରି କହିଛି ଯେ, “ସୋସିଆଲ୍ ମିଡିଆରେ ପ୍ରସାରିତ ଅନେକ ପୋଷ୍ଟରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମ ମୋହନ ନାଇଡୁଙ୍କ ଏକ ପୁରୁଣା ଭିଡିଓ ଦେଖିବାକୁ ମିଳିଛି, ଯେଉଁଥିରେ ଦାବି କରାଯାଇଛି ଯେ ସେ ଇଣ୍ଡିଗୋର ନେଟୱାର୍କରେ ସମ୍ପ୍ରତି ବାଧା ଏବଂ ବିମାନ ବାତିଲ ମଧ୍ୟରେ ନାଚୁଛନ୍ତି”। ଏହି ଦାବି ଭ୍ରାମକ। ଭିଡିଓଟି ଚାରି ମାସ ପୁରୁଣା, ଏବଂ ଏହାର ବର୍ତ୍ତମାନର ପରିସ୍ଥିତି ସହିତ କୌଣସି ଲିଙ୍କ ନାହିଁ ଏବଂ ଏହାକୁ ପ୍ରସଙ୍ଗ ବାହାରେ ପ୍ରସାରିତ କରାଯାଉଛି”।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ପ୍ରମାଣିତ ହେଲା। ଏକ ପୁରୁଣା ଭିଡିଓକୁ ଇଣ୍ଡିଗୋ ସଙ୍କଟ ମଧ୍ୟରେ ବିମାନ ଚଳାଚଳ ମନ୍ତ୍ରୀଙ୍କ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି।

Avatar

Title:ଇଣ୍ଡିଗୋ ସଙ୍କଟ ମଧ୍ୟରେ ବିମାନ ଚଳାଚଳ ମନ୍ତ୍ରୀଙ୍କ ନାଚୁଥିବାର ପୁରୁଣା ଭିଡିଓ ଭାଇରାଲ ହେଉଛି.

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *