
ଜଣେ ମଇଳାଙ୍କ ସହିତ ଏୟାରପୋର୍ଟ ରେ ଚାଲୁଥିବା ସମୟର ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଦିଲ୍ଲୀରେ ବିସ୍ଫୋରଣ ହେବା ପରେ ରାହୁଲ ଗାନ୍ଧୀ ବିଦେହ ଯାତ୍ରା କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକରି ବୋଲି ଜାଣିବାକୁ ପାଇଲା। ଏହା ଦିଲ୍ଲୀ ବିସ୍ଫୋରଣ ପୂର୍ବର ଭିଡିଓ ଏବଂ ରାହୁଲ ଗାନ୍ଧୀଙ୍କ ସହିତ ଥିବା ମହିଳା ହେଉଛନ୍ତି ତାଙ୍କ ଭାଣଜୀ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଦିଲ୍ଲୀ ବିସ୍ପୋରଣ ପରେ ତଥାକଥିତ ଯୁବରାଜ ଙ୍କ କାହିଁ ଦେଖା ମିଳୁନାହିଁ,ଆରେ ସେ ତ ଏବେ ବିଦେଶରେ ବସନ୍ତ ଋତୁ ର ମଜା ନେଉଛନ୍ତି..!!! ଅବଶ୍ୟ ବିଦେଶରେ ବସନ୍ତ ଅନୁଭୂତ ହୁଏ ନାହିଁ କିନ୍ତୁ ବାସନ୍ତୀ ମିଳିଯାନ୍ତି।। ଲଜ୍ଜ୍ୟା ଲାଗୁନାହିଁ କଂଗ୍ରେସ କୁ;ଦେଶରେ ଏମିତି ସ୍ଥିତି ଯେତେବେଳେ ଆସେ ସେତେବେଳେ ବିରୋଧୀ ଦଳ ନେତା ବିଦେଶରେ ପ୍ରେମ କରୁଥାନ୍ତି। ଆଉ ଫେରିଲେ ଆମ ସେନା ଉପରେ ପ୍ରଶ୍ନ କରନ୍ତି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମେ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ଅକ୍ଟୋବର ୨୦୨୫ ରେ ଏକ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓ ସହିତ ଉଲ୍ଲେଖ କରା ଯାଇଥିଲା ଯେ ଏହା ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ର ଦୃଶ୍ୟ।
ଭିଡିଓରେ ରାହୁଲ ଗାନ୍ଧୀଙ୍କ ସହିତ ଥିବା ମହିଳା ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ଝିଅ ମିରାୟା ଭାଡ୍ରା। ଦିଲ୍ଲୀ ବିସ୍ଫୋରଣ ଦିନ କିମ୍ବା ପୂର୍ବରୁ ରାହୁଲ ଗାନ୍ଧୀ ବିଦେଶ ଗସ୍ତ କରିଥିବାର କୌଣସି ଖବର ନାହିଁ। ରିପୋର୍ଟ ଅନୁସାରେ, ୧୫ ନଭେମ୍ବର ୨୦୨୫ ରେ ସେ ଦିଲ୍ଲୀରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହିତ ସାକ୍ଷାତ କରିଥିଲେ।
ଭିଡିଓରେ ଦେଖାଯାଉଥିବା ପୃଷ୍ଠଭୂମି ବ୍ରିଟେନର ହିଥ୍ରୋ ବିମାନବନ୍ଦର। ଦିଲ୍ଲୀରେ ବିସ୍ଫୋରଣ ନଭେମ୍ବରରେ ହୋଇଥିଲା। କିନ୍ତୁ ଭାଇରାଲ ଇଡେଓ ଅକ୍ଟୋବର ମାସ ରୁ ଉପଲବ୍ଧ ଅଛି ଏବଂ ଏହାର ଦିଲ୍ଲୀ ବିସ୍ଫୋରଣ ସହିତ କୌଣସି ସମ୍ପର୍କ ନାହିଁ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହା ଦିଲ୍ଲୀ ବିସ୍ଫୋରଣ ପୂର୍ବର ଭିଡିଓ ଏବଂ ରାହୁଲ ଗାନ୍ଧୀଙ୍କ ସହିତ ଥିବା ମହିଳା ହେଉଛନ୍ତି ତାଙ୍କ ଭାଣଜୀ।
Title:ଦିଲ୍ଲୀ ବିସ୍ଫୋରଣ ପରେ ରାହୁଲ ଗାନ୍ଧୀ ବିଦେଶ ଯାତ୍ରା ରେ ଯାଇଥିବା ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ଭିଡିଓ ବିସ୍ଫୋରଣ ପୂର୍ବରୁ ଘଟିଥିଲା।
Fact Check By: Siddharth SahuResult: Misleading


