୨୦୧୯ ରେ ବାଲୁଚିସ୍ତାନ ମୁକ୍ତି ବାହିନୀ ସେନା, ପାକିସ୍ତାନ ଏବଂ ଚୀନକୁ ଧମକ ଦେଉଥିବା ଭିଡିଓକୁ ନିକଟ ଘଟଣା ଦାବି ସହିତ ସେୟାର କରା ଯାଉଛି।

International Misleading

ବେଲୁଚିସ୍ତାନ ମୁକ୍ତି ବାହିନୀ ସେନା (ବିଏଲଏ) ଜାଫର ଏକ୍ସପ୍ରେସକୁ କିଛି ଦିନ ପୂର୍ବରୁ ହାଇଜେକ୍ କରିଥିଲା। ଏହି ପ୍ରସଙ୍ଗରେ, ପାକିସ୍ତାନ ଏବଂ ଚୀନ୍ ପ୍ରତି ଧମକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ “ବିଏଲଏ ପାକିସ୍ତାନ ଏବଂ ଚୀନକୁ ଧମକ ଦେଇଛି।”

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ୨୦୧୯ ମସିହାର ଏକ ପୁରୁଣା ଭିଡିଓକୁ ନିକଟର ଘଟଣା ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପାକିସ୍ତାନରେ ବାଲୁଚିସ୍ତାନ ମୁକ୍ତିସେନା ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ଆକ୍ରମଣ କରି ୨୦ ଜଣ ପାକିସ୍ତାନୀ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବା ସହ ୫୦୦ ଜଣଙ୍କୁ ବନ୍ଧକ ରଖିଛି। ଅଧିକାଂଶ ସାମରିକ କର୍ମଚାରୀ ହୋଇଥିବା ବେଳେ ଏହି ଗୋଷ୍ଠୀ ଚୀନ୍ ଏବଂ ପାକିସ୍ତାନକୁ ଏକ ଭୟଙ୍କର ଚେତାବନୀ ଦେଇଛି। ଯଦି ତୁମେ ମରିବାକୁ ଚାହୁଁନାହଁ , ତେବେ ବାଲୁଚିସ୍ତାନରୁ ପ୍ରତ୍ୟାହାର କର

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ୬ ବର୍ଷ ପୁରୁଣା ଅଟେ। ସମାନ ଭିଡିଓଟି ୧୯ ମଇ ୨୦୧୯ ରେ ‘ଦି ଭଏସ୍ ଅଫ୍ ହ୍ୟୁମାନିଟି’ ନାମକ ଏକ ଫେସବୁକ୍ ପେଜ୍ ଦ୍ୱାରା ସେୟାର କରାଯାଇଥିବା ମିଳିଲା।

କ୍ୟାପସନରେ ଲେଖା ଯାଇଛି, “ବିଏଲଏ ମାଜିଦ ବ୍ରିଗେଡ ରବିବାର ଏକ ଭିଡିଓ ବାର୍ତ୍ତା ଜାରି କରି ଚୀନକୁ ଚେତାବନୀ ଦେଇଥିଲା ଯେ “ବାଲୁଚ୍ ନାଗରିକଙ୍କ ଉପରେ ନିର୍ମମ ଦମନରେ ପାକିସ୍ତାନକୁ ସାହାଯ୍ୟ କରିବା ବନ୍ଦ କର।” ସେମାନେ ଏହା ମଧ୍ୟ କହିଛନ୍ତି ଯେ ଚୀନ୍ ଆକ୍ରମଣ ଯୋଗୁଁ ଅନେକ ପରିବାର ପାକିସ୍ତାନୀ ସେନା ହାତରେ ନିର୍ଯାତନା ଭୋଗିଛନ୍ତି।”

ଅଧିକ ସର୍ଚ୍ଚ କରିବା ପରେ, ETV ଭାରତ ୱେବସାଇଟରେ ଭାଇରାଲ୍ ଭିଡିଓର ଏକ ସ୍କ୍ରିନସଟ୍ ମିଳିଲା। ରିପୋର୍ଟ ଅନୁଯାୟୀ, ୧୧ ମଇ, ୨୦୧୯ ରେ, ବାଲୁଚ୍ ଲିବରେସନ୍ ଆର୍ମିର ମାଜିଦ୍ ବ୍ରିଗେଡର ଚାରି ଜଣ ସଦସ୍ୟ ଗ୍ୱାଦର ସହରର ଏକ ହୋଟେଲ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣର ୮ ଦିନ ପରେ ଏହି ଭିଡିଓ ପ୍ରସାରିତ କରା ଯାଇଥିଲା।

ଆପଣ ଏଠାରେ, ଏଠାରେ, ଏବଂ ଏଠାରେ ଅଧିକ ସୂଚନା ପଢ଼ିପାରିବେ।

ବାଲୁଚିସ୍ତାନ ଲିବରେଲ ଆର୍ମି ଦାବି କରିଛି ଯେ ସେମାନେ ମାର୍ଚ୍ଚ ୧୧ ତାରିଖରେ ପାକିସ୍ତାନରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲେ ଏବଂ ୨୧୪ ଜଣ ଯାତ୍ରୀଙ୍କୁ ବନ୍ଧକ ରଖିଥିଲେ। ଆପଣ ଏଠାରେ ଅଧିକ ସୂଚନା ପଢ଼ିପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ୨୦୧୯ ରେ ବାଲୁଚିସ୍ତାନ ମୁକ୍ତି ବାହିନୀ ସେନା, ପାକିସ୍ତାନ ଏବଂ ଚୀନକୁ ଧମକ ଦେଉଥିବା ଭିଡିଓକୁ ନିକଟ ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:୨୦୧୯ ରେ ବାଲୁଚିସ୍ତାନ ମୁକ୍ତି ବାହିନୀ ସେନା, ପାକିସ୍ତାନ ଏବଂ ଚୀନକୁ ଧମକ ଦେଉଥିବା ଭିଡିଓକୁ ନିକଟ ଘଟଣା ଦାବି ସହିତ ସେୟାର କରା ଯାଉଛି।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *