
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନ୍ନିତ ହେଇଛି। ଭିଡିଓ ରେ ଆସଲେ ତୋହେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ ପ୍ରତିଯୋଗୀ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇନାହିଁ। ଆସଲେ ତୋହେଙ୍କର ବିବୃତ୍ତିକୁ ଭୁଲ ବ୍ୟାଖ୍ୟା କରା ଯାଇଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି, “ମୋଦିଙ୍କୁ ମିଳିବ ନୋବେଲ ପୁରସ୍କାର, ପୃଥିବୀର ଶାନ୍ତି ଦୂତ ସାଜିଲା ଭାରତ, ସାରା ଦୁନିଆରେ ଏକ ନମ୍ବର ହେବାକୁ ଯାଉଛନ୍ତି ମୋଦି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୬ ମାର୍ଚ୍ଚ ୨୦୨୩ ର ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ନରୱେ ନୋବେଲ କମିଟିର ଡେପୁଟି ନେତା ଗୁରୁବାର ଦିନ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରି କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ ପ୍ରତିଯୋଗୀ ବୋଲି କହି ନାହାଁନ୍ତି। ଅନେକ ଗଣମାଧ୍ୟମରେ ଏହି ରିପୋର୍ଟ ଭାଇରାଲ ହେବା ପରେ ଆସଲେ ତୋହେ ସ୍ପଷ୍ଟିକରଣ ଦେଇଛନ୍ତି ଯେ ସେ ଏପରି ବିବୃତ୍ତି ଦେଇ ନାହାଁନ୍ତି।
ଭାଇରାଲ ଦାବିର ଖଣ୍ଡନ କରିଥିବା ଆସଲେ ତୋହେଙ୍କର ଭିଡିଓ ଆପଣ ମାନେ ନିମ୍ନରେ ଦେଖି ପାରିବେ।
ଅନ୍ୟ ଏକ ଭିଡିଓରେ ଯେତେବେଳେ ଟୋହେଙ୍କୁ ନୋବେଲ ଶାନ୍ତି ରାଷ୍ଟ୍ରଦୂତ ହେବାର ସମ୍ଭାବନା ବିଷୟରେ ପଚରାଯାଇଥିଲା, ସେ କହିଥିଲେ, “ମୁଁ ଭାବୁଛି ଯେ ବିଶ୍ୱର କୌଣସି ନେତା ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଇଚ୍ଛା କରିବା ଉଚିତ୍। ଏହି ପୁରସ୍କାର ପାଇବାକୁ ବିଶ୍ୱରେ ଶାନ୍ତି ପାଇଁ ଯେକୌଣସି ନେତା ଯଥେଷ୍ଟ ପରିଶ୍ରମ କରିବାକୁ ଚେଷ୍ଟା କରିବା ଉଚିତ୍, କିନ୍ତୁ ବିଶ୍ୱ ପ୍ରଥମ ଏବଂ ପୁରସ୍କାର ପରେ ଆସେ।”
ଆସଲେ ତୋହେ ପ୍ରକୃତରେ କ’ଣ କହିଥିଲେ?
ଗଣମାଧ୍ୟମକୁ ସୂଚନା ଦେଇ ଟୋହେ ନ୍ୟୁକ୍ଲିଅର ଅସ୍ତ୍ର ବ୍ୟବହାର କରିବାର ପରିଣାମ ବିଷୟରେ ମନେ ପକାଇବା ପାଇଁ ଭାରତର ହସ୍ତକ୍ଷେପକୁ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାନବିକତା ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କରିଥିବା କାର୍ଯ୍ୟରେ ସେ ଖୁସି ଅଛନ୍ତି।
କିନ୍ତୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସବୁଠାରୁ ବଡ଼ ପ୍ରତିଯୋଗୀ ବୋଲି କହି ନାହାଁନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜେତା ଚୟନ ପାଇଁ ନରୱେ ନୋବେଲ ପୁରସ୍କାର କମିଟି ଦାୟୀ। କମିଟି ନାମାଙ୍କନକାରୀଙ୍କ ନାମ ଘୋଷଣା କରେ ନାହିଁ କିମ୍ବା ଗଣମାଧ୍ୟମ କିମ୍ବା ପ୍ରାର୍ଥୀଙ୍କୁ ସୂଚନା ଦିଏ ନାହିଁ। ନୋବେଲ କମିଟିର ନାମାଙ୍କନ ଡାଟାବେସରେ ଥିବା ତଥ୍ୟ ପଚାଶ ବର୍ଷ ପାଇଁ ସାର୍ବଜନୀନ କରାଯାଇ ନାହିଁ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମ ମନୋନୀତ ହୋଇନାହିଁ। ନୋବେଲ କମିଟିର ଡେପୁଟି ନେତା ଆସଲେ ତୋହେ ଏହି ବିଷୟରେ ସ୍ପଷ୍ଟିକରଣ ଦେଇଛନ୍ତି।

Title:କ’ଣ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ମନୋନୀତ ହୋଇଛି? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: False
