ରାହୁଲ ଗାନ୍ଧୀଙ୍କ “ଏକ୍ସ-ରେ ଅର୍ଥ ଜାତି ଜନଗଣନା” କ୍ଲିପ୍ ଏଡିଟେଡ୍ ଏବଂ ବିଭ୍ରାନ୍ତକର

Misleading Political

ରାହୁଲ ଗାନ୍ଧୀଙ୍କ ଭାଷଣର ଏକ ଛୋଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ଲିପ୍‌ରେ ରାହୁଲ ଗାନ୍ଧୀ କହୁଛନ୍ତି, “ଏକ୍ସ-ରେ ଅର୍ଥ ଜାତିଗତ ଜନଗଣନା।”

ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଜଣେ ପୋଲିସକର୍ମୀଙ୍କ ଗୋଡ଼ ଗାଡ଼ି ତଳେ ଆସି ଯାଉଛି, ସେତେବେଳେ ରାହୁଲ ଗାନ୍ଧୀଙ୍କ ଭାଷଣ ଶୁଣିବାକୁ ମିଳୁଛି, “ଆଜି, ଆମର ସୁରକ୍ଷା କର୍ମୀ ଗାଡ଼ି ତଳେ ଫସିଗଲେ, ତାଙ୍କ ଗୋଡ଼ରେ ଆଘାତ ଲାଗିଲା। ଆମେ ପ୍ରଥମେ ତାଙ୍କୁ ଏକ୍ସ-ରେ କରିବାକୁ କହିଲୁ। ଏକ୍ସ-ରେ ଅର୍ଥ ହେଉଛି ଜାତିଗତ ଜନଗଣନା।

ଏହାକୁ ଏପରି ଭାବରେ ଉପହାସ କରିବା ପାଇଁ ସେୟାର କରାଯାଉଛି ଯେପରି ରାହୁଲ ଗାନ୍ଧୀ ଏକ୍ସ-ରେ ସାହାଯ୍ୟରେ ଜାତି ସର୍ଭେ କରିବା ବିଷୟରେ କିଛି ଅଜବ କଥା କହିଛନ୍ତି।

ଆମେ ଜାଣିବାକୁ ପାଇଲୁ ଯେ ଭିଡିଓଟି କୁ ଏଡିଟ୍ କରା ଯାଇଛି ଏବଂ ବିନା ସଠିକ୍ ପ୍ରସଙ୍ଗରେ ସେୟାର କରାଯାଇଛି, ଯାହା ରାହୁଲ ଗାନ୍ଧୀଙ୍କ ମୂଳ ବକ୍ତବ୍ୟର ଅର୍ଥକୁ ସମ୍ପୂର୍ଣ୍ଣ ଭାବରେଵ ପରିବର୍ତ୍ତନ କରିଛି।

Facebook | Archive

ଆମ ଅନୁସନ୍ଧାନ: 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ୧୯ ଅଗଷ୍ଟରେ ବିହାରର ନୱାଡାରେ ଭୋଟର ଅଧିକାର ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ଗାଡ଼ି ଧକ୍କାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ରାହୁଲ ଗାନ୍ଧୀଙ୍କ ଗାଡ଼ିର ଆଗ ଚକ ପୋଲିସ କର୍ମଚାରୀଙ୍କ ପାଦ ଉପରେ ଚାଲିଯାଇଥିଲା।

କିନ୍ତୁ ଭାଇରାଲ ଭିଡିଓର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ପୋଷ୍ଟ ରେ ରାହୁଲ ଗାନ୍ଧୀଙ୍କର ଭାଷଣର ପୋଲିସକର୍ମୀଙ୍କ ଦୁର୍ଘଟଣା ସହିତ କୌଣସି ସମ୍ପର୍କ ନାହିଁ। ପ୍ରକୃତରେ, ଏହା ପ୍ରାୟ ଦେଢ଼ ବର୍ଷ ପୂର୍ବେ ୧୯ ଫେବୃଆରୀ ୨୦୨୪ ରେ ଉତ୍ତର ପ୍ରଦେଶର ଆମେଥିରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଦେଇଥିବା ଭାଷଣରୁ ନିଆଯାଇଛି।

ସେହି ଭାଷଣରେ, ରାହୁଲ ଗାନ୍ଧୀ ଜାତି ଜନଗଣନାର ଆବଶ୍ୟକତା ବିଷୟରେ ବୁଝାଉଥିଲେ। ଭାଷଣର ସମ୍ପୂର୍ଣ୍ଣ ଭିଡିଓ ଏବଂ ପ୍ରତିଲିପି କଂଗ୍ରେସ ଆଧିକାରିକ ୱେବସାଇଟରେ ଉପଲବ୍ଧ।

ପୂର୍ଣ୍ଣ ଭାଷଣରେ, ରାହୁଲ ଗାନ୍ଧୀ ଘରୋଇ ଏବଂ ସରକାରୀ ଚାକିରିରେ ପଛୁଆ ବର୍ଗ, ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟର କମ ପ୍ରତିନିଧିତ୍ୱ ବିଷୟରେ କହିଥିଲେ। ସେ ସେମାନଙ୍କର ନ୍ୟାଯ୍ୟ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ଜାତିଗତ ଜନଗଣନା କରିବାର ଗୁରୁତ୍ୱ ଉପରେ କହିଥିଲେ।

ସେ କହିଥିଲେ, “ଆମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ନେବାକୁ ପଡିବ ଏବଂ ଜାତିଗତ ଜନଗଣନା କରିବାକୁ ପଡିବ। ଆମକୁ ଜାଣିବା ଉଚିତ ଯେ ସାଧାରଣ ବର୍ଗରେ କେତେ ଗରିବ ଲୋକ ଅଛନ୍ତି, ସେମାନଙ୍କ ପାଖରେ କେତେ ସମ୍ପତ୍ତି ଅଛି, କେତେ ପଛୁଆ ସମ୍ପ୍ରଦାୟ ଏବଂ ଜାତି ଅଛି, ଏବଂ ଆଦିବାସୀ ଏବଂ ଦଳିତଙ୍କ ପାଖରେ କେତେ ସମ୍ପତ୍ତି ଅଛି। ଏହା ହିଁ ଜାତିଗତ ଜନଗଣନାର ଅର୍ଥ।

ତାଙ୍କ କଥାକୁ ସରଳ କରିବା ପାଇଁ, ସେ ଏକ ଉଦାହରଣ ଦେଇଥିଲେ: “ଯେତେବେଳେ କେହି ଆହତ ହୁଅନ୍ତି, ପ୍ରଥମେ ଆମେ ଏକ୍ସ-ରେ କରିଥାଉ। ଆଜି, ଆମର ସୁରକ୍ଷା କର୍ମୀଙ୍କ ପାଦ ଗାଡ଼ି ତଳେ ଆଘାତ ପାଇଥିଲା। ଆମେ ତାଙ୍କୁ ପ୍ରଥମେ ଏକ୍ସ-ରେ କରିବାକୁ କହିଥିଲୁ। ସେହିପରି, ଜାତିଗତ ଜନଗଣନା ମଧ୍ୟ ଏକ୍ସ-ରେ ଭଳି।

ଏହି ପ୍ରସଙ୍ଗରେ, ସେ ତାଙ୍କ ସୁରକ୍ଷା କର୍ମୀଙ୍କ ଆଘାତ ପାଇଁ ଏକ୍ସ-ରେ କରିବାର ଉଦାହରଣ ଦେଇଥିଲେ।

ତାଙ୍କର କହିବା ଅର୍ଥାତ ଥିଲା ଯେ ଯେପରି ଜଣେ ଡାକ୍ତରଙ୍କୁ ଆଘାତର ସଠିକ୍ ଅବସ୍ଥା ବୁଝିବା ପାଇଁ ଏକ୍ସ-ରେ ଆବଶ୍ୟକ, ସେହିପରି ସରକାର ଏବଂ ଜନସାଧାରଣଙ୍କୁ ସମାଜର ପ୍ରକୃତ ଚିତ୍ର ବୁଝିବା ପାଇଁ ଜାତିଗତ ଜନଗଣନା ଆବଶ୍ୟକ। ଏହି ତଥ୍ୟ ବିନା, ସରକାରଙ୍କ ପାଖରେ ବିଭିନ୍ନ ସମ୍ପ୍ରଦାୟର ଆର୍ଥିକ ଏବଂ ସାମାଜିକ ସ୍ଥିତି ବିଷୟରେ କୌଣସି ସ୍ପଷ୍ଟ ବୁଝାମଣା ରହିବ ନାହିଁ, ଯାହା ଫଳରେ ନିରପେକ୍ଷ ଏବଂ ପ୍ରଭାବଶାଳୀ ନୀତି ତିଆରି କରିବା କଷ୍ଟକର ହୋଇଯିବ।

NDTV

Indian Express

ଆମେ ୧୦ ଅକ୍ଟୋବର ୨୦୨୩ ରେ ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶିତ ଆଉ ଏକ ରିପୋର୍ଟ ମଧ୍ୟ ପାଇଲୁ। ମଧ୍ୟପ୍ରଦେଶର ଶାହଡୋଲରେ ଏକ ପ୍ରଚାର ରାଲିରେ, ରାହୁଲ ଗାନ୍ଧୀ ପୁନର୍ବାର ଜାତିଗତ ଜନଗଣନାକୁ ସଂଖ୍ୟାଲଘୁଙ୍କ ପ୍ରକୃତ ପରିସ୍ଥିତି ବୁଝିବା ପାଇଁ “ଏକ୍ସ-ରେ” ଭାବରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଜାତିଗତ ଜନଗଣନା ପଛୁଆ ବର୍ଗ, ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏକ ଏକ୍ସ-ରେ ପରି କାମ କରେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓଟି କୁ ଏଡିଟ୍ କରା ଯାଇଛି ଏବଂ ବିନା ସଠିକ୍ ପ୍ରସଙ୍ଗରେ ସେୟାର କରାଯାଇଛି, ଯାହା ରାହୁଲ ଗାନ୍ଧୀଙ୍କ ମୂଳ ବକ୍ତବ୍ୟର ଅର୍ଥକୁ ସମ୍ପୂର୍ଣ୍ଣ ଭାବରେଵ ପରିବର୍ତ୍ତନ କରିଛି। ଜାତି ଜନଗଣନା ବିଷୟରେ ଲୋକଙ୍କୁ ବୁଝାଇବା ପାଇଁ ରାହୁଲ ଗାନ୍ଧୀ ଏକ୍ସ-ରେ କୁ ଉଦ୍ଧାରଣ ପରି ବ୍ୟବହାର କରିଥିଲେ।

Avatar

Title:ରାହୁଲ ଗାନ୍ଧୀଙ୍କ “ଏକ୍ସ-ରେ ଅର୍ଥ ଜାତି ଜନଗଣନା” କ୍ଲିପ୍ ଏଡିଟେଡ୍ ଏବଂ ବିଭ୍ରାନ୍ତକର

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *