
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଏଲୋନ୍ ମସ୍କ ଟେସ୍ଲା କମ୍ପାନୀର ଏକ ମୋବାଇଲ୍ ଲଞ୍ଚ କରିବାକୁ ଯାଉଛନ୍ତି ଯେଉଁଥିରେ ଗ୍ରାହକଙ୍କୁ ଇଣ୍ଟର୍ନେଟ ଏବଂ ଚାର୍ଜିଂ ଆବଶ୍ୟକ ହେବ ନାହିଁ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିୟଥ୍ୟା ବୋଲି ପାଇଲା। ଏଲୋନ୍ ମସ୍କ କୌଣସି ଫୋନ୍ ଲଞ୍ଚ କରିବା ଦାବି କରି ନାହାଁନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରିବ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ, “2024 ଶେଷରେ ଏଲୋନ୍ ମସ୍କ ଟେସଲା ପାଇ ମୋବାଇଲ୍ ଫୋନ୍ ଲଞ୍ଚ କରୁଛି, ଏହି ମୋବାଇଲ୍ ଫୋନରେ ଦୁଇଟି ବୈଶିଷ୍ଟ୍ୟ ଅଛି ଯାହା କୌଣସି ମୋବାଇଲ୍ କମ୍ପାନୀରେ ଉପଲବ୍ଧ ନାହିଁ। ଏହି ମୋବାଇଲ୍ ଚାର୍ଜିଂର ଆବଶ୍ୟକତା ନାହିଁ, ଏହା ସୂର୍ଯ୍ୟ କିରଣ ଦ୍ୱାରା ସ୍ୱୟଂଚାଳିତ ଭାବରେ ଚାର୍ଜ ହୋଇଯାଏ, ଏହା ଆପଣଙ୍କ ପକେଟରେ ଥିଲେ ମଧ୍ୟ ଚାର୍ଜିଂ ଜାରି ରଖିବ। ଏହି ଟେସଲା ମୋବାଇଲ୍ ପାଇଁ ଇଣ୍ଟରନେଟ୍ ସଂଯୋଗର ଆବଶ୍ୟକତା ନାହିଁ, ଏହା ଟେସଲାର ଇଣ୍ଟରନେଟ୍ ଷ୍ଟାରଲିଙ୍କ ଉପଗ୍ରହ ସହିତ କାମ କରେ, ତେଣୁ ଆପଣ ଯେଉଁଠାରେ ଥାଆନ୍ତୁ, ଚନ୍ଦ୍ରରେ ମଧ୍ୟ ଏହି ମୋବାଇଲ୍ ଇଣ୍ଟରନେଟ୍ କାର୍ଯ୍ୟ ଜାରି ରଖିବ।”
ଆମ ଅନୁସନ୍ଧାନ:
ସର୍ବପ୍ରଥମେ, ଯଦି ଏଲୋନ୍ ମସ୍କ କିମ୍ବା ତାଙ୍କ କମ୍ପାନୀ ଦ୍ୱାରା ଏପରି ଘୋଷଣା କରାଯାଇଥାନ୍ତା, ତେବେ ଏହା ଧ୍ୟାନ ଆକର୍ଷଣକାରୀ ଖବର ହୋଇଥାନ୍ତା। କିନ୍ତୁ, କୌଣସି ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇଥିବା ଆମକୁ ମିଳିଲା ନାହିଁ।
ଅଧିକ ସର୍ଚ୍ଚ କରିବା ପରେ ଆମକୁ କ୍ଲିନ୍ ଟେକ୍ନିକା ନାମକ ଟୁଇଟର ହେଣ୍ଡେଲରେ ଏକ ଟୁଇଟ ମିଳିଲା ଯେଉଁଥିରେ କୁହା ଯାଇଥିଲା ଯେ ଟେସ୍ଲା ନିଜ ପାର୍ଟନରଙ୍କ ସହ ଯୋଗ ଦେଇ ଏକ ସ୍ମାର୍ଟ ୱାଚ୍ ବିକାଶ କରୁ ନାହିଁ।
ଏହି ଟୁଇଟର ପ୍ରତିକ୍ରିୟାରେ ଏଲୋନ୍ ମସ୍କ କହିଛନ୍ତି, “ଅବଶ୍ୟ ନୁହେଁ। ସ୍ମାର୍ଟୱାଚ୍ ଏବଂ ଫୋନ୍ ହେଉଛି ଅତୀତର ଟେକ୍ନୋଲୋଜି, ନ୍ୟୁରାଲିନକ୍ସ ହେଉଛି ଭବିଷ୍ୟତ।”
ଅକ୍ଟୋବର ୧୮ ରେ ଫିଲାଡେଲଫିଆର ଏକ ଟାଉନ ହଲ୍ ପ୍ରଶ୍ନ-ଉତ୍ତର ସମୟରେ ଏଲୋନ୍ ମସ୍କ ସ୍ପଷ୍ଟ କରିଥିଲେ ଯେ ସେ ଫୋନ୍ ତିଆରି କରିବାକୁ ଆଗ୍ରହୀ ନୁହଁନ୍ତି।
ଏଲୋନ୍ ମସ୍କ କହିଥିଲେ, “ଆମକୁ ଫୋନ୍ ତିଆରି କରିବାର ଆବଶ୍ୟକତା ନାହିଁ। ଯଦି ମୁଁ ଏକ ଫୋନ୍ କରିବାକୁ ଚାହୁଁଛି, ମୁଁ କରିବି, କିନ୍ତୁ ମୁଁ ତାହା କରିବାକୁ ଚାହେଁ ନାହିଁ।”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଇଛି। ଏଲୋନ୍ ମସ୍କ କୌଣସି ଫୋନ୍ ଲଞ୍ଚ କରିବା ଦାବି କରି ନାହାଁନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରିବ ନାହିଁ।

Title:କ’ଣ ଏଲୋନ୍ ମସ୍କ ପ୍ରକୃତରେ ଏକ ଫୋନ୍ ଲଞ୍ଚ କରିବାକୁ ଯାଉଛନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରେ ନାହିଁ? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: False
