ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦୀ ଘୋଷଣା କରିଥିବା ଦାବି ମିଥ୍ୟା ଅଟେ। ସମ୍ପୁର୍ଣ୍ଣ ସତ୍ୟତା ଜାଣନ୍ତୁ। 

False Social

କିଛି ଦିନ ପୂର୍ବେ, ସାଉଦି ଆରବର ରିୟାଦରେ ଅନୁଷ୍ଠିତ ଜୟ ଫୋରମ୍ ୨୦୨୫ ରେ ଅଭିନେତା ସଲମାନ ଖାନ, ଶାହରୁଖ ଖାନ ଏବଂ ଆମିର ଖାନ ସମେତ ଅନ୍ୟ ବଲିଉଡ୍ ସୁପରଷ୍ଟାରଙ୍କ ସହ ଯୋଗ ଦେଇଥିଲେ। ସେ ବେଲୁଚିସ୍ତାନ ଏବଂ ପାକିସ୍ତାନକୁ ପୃଥକ ଭାବରେ ଉଲ୍ଲେଖ କରି ବିବାଦ ସୃଷ୍ଟି କରିଥିଲେ। 

ସେ କହିଥିଲେ, “ବର୍ତ୍ତମାନ, ଯଦି ଆପଣ ଏକ ହିନ୍ଦୀ ଫିଲ୍ମ ତିଆରି କରନ୍ତି ଏବଂ ଏହାକୁ ଏଠାରେ (ସାଉଦି ଆରବରେ) ରିଲିଜ୍ କରନ୍ତି, ତେବେ ଏହା ସୁପରହିଟ୍ ହେବ। ଯଦି ଆପଣ ଏକ ତାମିଲ, ତେଲୁଗୁ କିମ୍ବା ମାଲାୟାଲୀ ଫିଲ୍ମ ତିଆରି କରନ୍ତି, ତେବେ ଏହା ଶହ ଶହ କୋଟି ବ୍ୟବସାୟ କରିବ କାରଣ ଅନ୍ୟ ଦେଶରୁ ଏତେ ଲୋକ ଏଠାକୁ ଆସନ୍ତି। ସେ କହିଛନ୍ତି, “ବେଲୁଚିସ୍ତାନର ଲୋକ ଅଛନ୍ତି, ଆଫଗାନିସ୍ତାନର ଲୋକ ଅଛନ୍ତି, ପାକିସ୍ତାନର ଲୋକ ଅଛନ୍ତି… ସମସ୍ତେ ଏଠାରେ କାମ କରୁଛନ୍ତି।

ଏହି ପ୍ରସଙ୍ଗରେ, ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ ପାକିସ୍ତାନ ସଲମାନ ଖାନଙ୍କୁ ତାଙ୍କ ବେଲୁଚିସ୍ତାନ ମନ୍ତବ୍ୟ ପରେ ଆତଙ୍କବାଦୀ ଘୋଷଣା କରିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ପାକିସ୍ତାନ ସରକାର ନିଜେ ଏହି ଦାବିକୁ ଖଣ୍ଡନ କରି ଏହାରେ କୌଣସି ସତ୍ୟତା ନାହିଁ ବୋଲି କହିଛି।

Facebook | Archive

ବେଲୁଚିସ୍ତାନ ସରକାର ନାମରେ ଏକ ନୋଟିସ୍ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରିଥିବା ଦାବି ଜୋର ଧରିଛି। ନିମ୍ନରେ ଆପଣ ମାନେ ସେହି ନୋଟିସ୍ ଦେଖି ପାରିବେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ନୋଟିସ୍ କୁ ଗଭୀରତା ସହିତ ଦେଖିଲୁ। ସେଥିରେ ଆମକୁ କିଛି ବ୍ୟାକରଣଗତ ତ୍ରୁଟି ମିଳିଲା ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।

ଏହା ବ୍ୟତୀତ, ଭାଇରାଲ ନୋଟିସ୍ ୧୬ ଅକ୍ଟୋବର, ୨୦୨୫ ତାରିଖର ଏବଂ ୭ ଅକ୍ଟୋବର, ୨୦୨୫ ତାରିଖର ଏକ ଡକ୍ୟୁମେଣ୍ଟକୁ ଦର୍ଶାଉଛି। କିନ୍ତୁ ସଲମାନ ଖାନ ୧୭ ଅକ୍ଟୋବର ୨୦୨୫ ରେ ଜୟ ଫୋରମରେ ତାଙ୍କ ଭାଷଣ ଦେଇଥିଲେ। 

ଅଧିକ ସର୍ଚ୍ଚ କରିବା ପରେ ଆମେ ୨୯ ଅକ୍ଟୋବର ୨୦୨୫ ରେ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁସାରେ, ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହି ଦାବିକୁ ଖଣ୍ଡନ କରିଛି।

କିଛି ଆଇନଗତ ନିୟମ ଯୋଗୁଁ ଭାରତରେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର X ହ୍ୟାଣ୍ଡେଲକୁ ଅବରୋଧ କରାଯାଇଥିବାରୁ ଆମେ ତାହା ପାଇଲୁ ନାହିଁ। ଆମର ଶ୍ରୀଲଙ୍କା ଦଳର ସହାୟତାରେ, ଆମେ X ହ୍ୟାଣ୍ଡେଲକୁ ପ୍ରବେଶ କଲୁ ଏବଂ 26 ଅକ୍ଟୋବର, 2025 ରେ କରାଯାଇଥିବା ଟ୍ୱିଟ୍ ପାଇଲୁ ଯାହାକୁ ଆପଣ ତଳେ ଦେଖିପାରିବେ।

Archive

ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ବାଲୁଚ୍ ମହିଳା ଫୋରମର X ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ ମିଳିଲା, ଯେଉଁଥିରେ ଭାଇରାଲ ନୋଟିସ୍ ର ସିରିଏଲ୍ ନମ୍ବର ଥିବା ଏକ ଡକ୍ୟୁମେଣ୍ଟ ଥିଲା।

ତଳେ ଆପଣ ଭାଇରାଲ ଡକ୍ୟୁମେଣ୍ଟ ଏବଂ ବାଲୁଚ୍ ମହିଳା ଫୋରମ୍ ଡକ୍ୟୁମେଣ୍ଟ ମଧ୍ୟରେ ସମାନତା ଦେଖିପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ପାକିସ୍ତାନ ସରକାର ନିଜେ ଏହି ଦାବିକୁ ଖଣ୍ଡନ କରି ଏହାରେ କୌଣସି ସତ୍ୟତା ନାହିଁ ବୋଲି କହିଛି।

Avatar

Title:ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦୀ ଘୋଷଣା କରିଥିବା ଦାବି ମିଥ୍ୟା ଅଟେ। ସମ୍ପୁର୍ଣ୍ଣ ସତ୍ୟତା ଜାଣନ୍ତୁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *