ମେଟ୍ରୋ ଷ୍ଟେସନରେ ବିବାହ ପୂର୍ବ ରୀତିନୀତି ‘ରୋକା’ର ସ୍କ୍ରିପ୍ଟେଡ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। 

Misleading Social

ମେଟ୍ରୋ ଷ୍ଟେସନରେ ଜଣେ ମହିଳା, ନିଜ ପୁଅ ଏବଂ ତା’ ପ୍ରେମିକାର ବିବାହ ପୂର୍ବରୁ “ରୋକା” କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଏକ ସତ୍ୟ ଘଟଣା ଭାବରେ ସେୟାର କରାଯାଉଛି।

ଦାବି କର ଯାଇଛି ଯେ, ଯେତେବେଳେ ପୁଅଟି ନିଜ ଗାର୍ଲଫ୍ରେଣ୍ଡ ସହ ମେଟ୍ରୋ ଷ୍ଟେସନ୍ ରେ ସାକ୍ଷାତ କରି ଥିଲା ସେତେବେଳେ ତାଙ୍କ ମାଁ ସେଠାକୁ ଆସି ଦୁଇଜଣଙ୍କ ବିବାହର ରୀତିନୀତି କରିଥିଲେ। 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ମା ଧରିଲେ ପୁଅକୁ… ମେଟ୍ରୋ ଷ୍ଟେସନରେ ଗାର୍ଲ ଫ୍ରେଣ୍ଡ ସହ ଏକା ଥରକେ କରିଦେଲେ ସମସ୍ୟାର ସମାଧାନ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭାଇରାଲ ଭିଡିଓ ‘Urs_.Rajat__’ ନାମକ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ୫ ଫେବ୍ରୁଆରିରେ ପୋଷ୍ଟ ହେଇଥିବା ମିଳିଲା। 

ଏହା ବ୍ୟତୀତ, ଏହି ଭିଡିଓଟି ‘Chalte_Phirte098’ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଦେଖିପାରିବେ।

ଆମର ତଦନ୍ତ ସମୟରେ, ଆମେ ଉଭୟ ପ୍ରୋଫାଇଲ୍ ଯାଞ୍ଚ କରି ଜାଣିଲୁ ଯେ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଜଣେ ‘ରିଲ୍ କ୍ରିଏଟର୍’ ଏବଂ ଜଣେ ‘ଡିଜିଟାଲ୍ କ୍ରିଏଟର୍’।

ଅଧିକ ସର୍ଚ୍ଚ କରିବା ପରେ, ଆମେ ୫ ଫେବୃଆରୀ ୨୦୨୬ ରେ “ଚଲତେ ଫିରତେ” ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ “ସିଦ୍ଧାର୍ଥ ଏବଂ ଦୀକ୍ଷା କି ପ୍ରେମ କାହାଣୀ – ମେଟ୍ରୋ ଷ୍ଟେସନ୍ ପର ହୁଆ ମେରା ରୋକା” କ୍ୟାପସନ ସହିତ ଅପଲୋଡ୍ ହୋଇଥିବା ଭାଇରାଲ୍ ଭିଡିଓର ଏକ ଲମ୍ବା ସଂସ୍କରଣ ପାଇଲୁ।

ଭିଡିଓରେ, ସିଦ୍ଧାର୍ଥ ନାମକ ଏକ ପୁଅ, ତାଙ୍କ ମାମୁଁ ଏବଂ ମାଉସୀଙ୍କ ସହିତ, ଦୀକ୍ଷା ନାମକ ଏକ ଝିଅ ଏବଂ ତାଙ୍କ ପରିବାରକୁ ଭେଟିବାକୁ ଯାଏ। ସେମାନେ ମେଟ୍ରୋ ଷ୍ଟେସନରେ ଦୀକ୍ଷାଙ୍କୁ ଅପେକ୍ଷା କରନ୍ତି, ଏବଂ କିଛି ସମୟ ପରେ, ଦୀକ୍ଷା ପହଞ୍ଚିଥାନ୍ତି କିନ୍ତୁ ସେମାନଙ୍କୁ ଘରକୁ ନେବାକୁ ମନା କରି ଦିଅନ୍ତି, କାରଣ ତାଙ୍କ ବାପା ସେମାନଙ୍କର ଆନ୍ତଃଜାତି ବିବାହକୁ ଅନୁମୋଦନ କରନ୍ତି ନାହିଁ। ପରେ, ପୁଅର ମାଉସୀ ମେଟ୍ରୋ ଷ୍ଟେସନରେ ରୋକା ଉତ୍ସବ କରନ୍ତି। ସେ ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତିଙ୍କୁ ଝିଅର ବାପାଙ୍କ ପାଖକୁ ପଠାଇବାକୁ ମଧ୍ୟ କୁହନ୍ତି।

ଆମେ ଆରଭ ମାଭିଙ୍କର ଏକ ପୁରୁଣା ଭିଡିଓ ପାଇଲୁ, ଯେଉଁଥିରେ ଆରଭ ନିଜେ କହିଛନ୍ତି ଯେ ତାଙ୍କ ଭିଡିଓଗୁଡ଼ିକ ଲୋକଙ୍କ ଦ୍ୱାରା ସେୟାର କରାଯାଇଥିବା ସତ୍ୟ ଘଟଣା ଉପରେ ଆଧାରିତ ନାଟକ, କିନ୍ତୁ ସେଗୁଡ଼ିକୁ ଅଭିନେତାମାନଙ୍କ ଦ୍ୱାରା ସୁଟିଂ କରାଯାଇଛି।

ଶେଷରେ, ଭାଇରାଲ୍ ଭିଡିଓଟି ବିଷୟରେ ଅଧିକ ଜାଣିବା ପାଇଁ ଆମେ ଆରଭ ମାଭିଙ୍କ ସହ ଯୋଗାଯୋଗ କରିଥିଲୁ, ଯିଏ ନିଶ୍ଚିତ କରିଥିଲେ ଯେ ମେଟ୍ରୋ ଭିଡିଓଟି ଏକ ସତ୍ୟ ଘଟଣା ନୁହେଁ ବରଂ ଏକ ଲିପିବଦ୍ଧ ନାଟକ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ମେଟ୍ରୋ ଷ୍ଟେସନରେ ବିବାହ ପୂର୍ବ ରୀତିନୀତି ‘ରୋକା’ର ସ୍କ୍ରିପ୍ଟେଡ୍ ଭିଡିଓକୁ ସତ୍ୟ ଘଟଣା ଦାବି ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି।

Avatar

Title:ମେଟ୍ରୋ ଷ୍ଟେସନରେ ବିବାହ ପୂର୍ବ ରୀତିନୀତି ‘ରୋକା’ର ସ୍କ୍ରିପ୍ଟେଡ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *