ପିଜା ଡେଲିଭରି ବୟଙ୍କୁ ମଜା କରୁଥିବା ମହିଳାଙ୍କ ଭାଇରାଲ ଭିଡିଓ ସ୍କ୍ରିପ୍ଟେଡ। ଏହା ପ୍ରକୃତ ଘଟଣା ହୋଇଥିବା ଦାବି ମିଥ୍ୟା।

False Social

ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓରେ ଜଣେ ମହିଳା ନିଜ ପୂର୍ବତନ ସ୍କୁଲ ସାଥୀ, ଯିଏ ବର୍ତ୍ତମାନ ପିଜା ଡେଲିଭରି କରନ୍ତି, ତାଙ୍କ ପରିହାସ କରୁଥିବାର ଦେଖାଯାଇଛି। ମହିଳା ଜଣକ ହସି କହୁଛନ୍ତି ଯେ ଏହି ପିଜା ଡେଲିଭରି ଯୁବକ ସ୍କୁଲ ସମୟରେ ଅନ୍ୟ ମାନଙ୍କ ପାଇଁ ଭଲ ଶିକ୍ଷା ପଢିବାର ପ୍ରେରଣା ଥିଲେ। 

ସେ ତାଙ୍କ କ୍ୟାରିଅର ପସନ୍ଦ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ତୁମେ ସ୍କୁଲରେ ସମସ୍ତଙ୍କୁ ଉତ୍ସାହିତ କରୁଥିଲ… ଏବଂ ଏବେ ତୁମେ ପିଜା ଡେଲିଭରି କରୁଛ?” ଏବଂ ତାଙ୍କ ବର୍ତ୍ତମାନର ସ୍ଥିତିକୁ ଉଜାଗର କରିବା ପାଇଁ ସେମାନଙ୍କର ପୁରୁଣା ସ୍କୁଲ ସାଙ୍ଗମାନଙ୍କ ସହିତ ଭିଡିଓ ସେୟାର କରିବେ ବୋଲି ମଧ୍ୟ କହୁଛନ୍ତି। 

ଭିଡିଓର କ୍ୟାପସନରେ ଲେଖାଯାଇଛି, “ଜଣେ ପିଜା ଡେଲିଭରି ବୟ ତାଙ୍କ ସ୍କୁଲ ସାଙ୍ଗ ସହ ଭେଟ ହୁଅନ୍ତି, ଝିଅ ସାଙ୍ଗଟି ତାର ଭିଡିଓ କରେ, ଆଉ କୁହେ ତୁ ସ୍କୁଲରେ ସମସ୍ତଙ୍କୁ ପ୍ରେରଣା ଦେଉଥିଲୁ, ଏବେ ଡେଲିଭରି ବୟ ? ସବୁ ସାଙ୍ଗଙ୍କୁ ଏ ଭିଡିଓ ଶେୟାର କରିବାକୁ ପୁଣି କହୁଛନ୍ତି। ହସି ହସି ପୁଅଟି ଚୁପ ରହୁଛି। ଏତିକି ଜାଣିବା କଥା କି, ପୁଅଙ୍କ ଜୀବନ ଏତେ ସହଜ ନୁହେଁ। ବେଳେବେଳେ ବୟସ ପୂର୍ବରୁ ଦାୟିତ୍ବ ଆସିଯାଏ, ସ୍ୱପ୍ନ ସବୁ ପାଣିରେ ମିଶିଯାଏ, ଆଉ ଆତ୍ମସମ୍ମାନର ପରୀକ୍ଷା ହୁଏ।। ପିଜା ଡେଲିଭରି କିଛି ଖରାପ ନୁହେଁ, କେଉଁ କାମ ବି ଛୋଟ ନୁହେଁ। ହେଲେ ମଜାକ ଉଡେଇବା କେତେ ଠିକ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ‘ri_shika3317’ ନାମକ ଏକ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ରେ ସମାନ ଭାଇରାଲ୍ ଭିଡିଓଟି ୨୭ ଜାନୁଆରୀ ୨୦୨୬ ରେ ପୋଷ୍ଟ କରାଯାଇଥିବା ମିଳିଲା। ସେବେଠାରୁ, ଭିଡିଓଟି ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଛି, ଭିଡିଓର ବର୍ଣ୍ଣନାରେ ଏକ ଅସ୍ୱୀକାର ଅନ୍ତର୍ଭୁକ୍ତ ଥିଲା ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ ଏହା କେବଳ ଅଭିନୟ ଥିଲା।

ଯେତେବେଳେ ଭିଡିଓଟି ଭାଇରାଲ ହେଲା ଏବଂ ପ୍ରତିକ୍ରିୟା ତୀବ୍ର ହେଲା, ଏକ ନୂତନ ଘଟଣା ସାମ୍ନାକୁ ଆସିଲା ଯେଉଁଠାରେ ମହିଳା ଜଣକ ତାଙ୍କ ପକ୍ଷ ସ୍ପଷ୍ଟ କରି କହିଲେ ଯେ “ଏହା ସ୍କ୍ରିପ୍ଟ ଥିଲା”। ଭାଇରାଲ ଭିଡିଓରେ ପିଜା ସେ ଡେଲିଭରି କରୁଥିବା ବ୍ୟକ୍ତିଙ୍କ ସହିତ ଭିଡିଓ ସେୟାର କରି କହିଛନ୍ତି, “ଆମେ କେବଳ ଏକ କମେଡି ଭିଡିଓ ତିଆରି କରୁଥିଲୁ। ଆଜିର ଯୁଗରେ, ଲୋକମାନେ ତଥ୍ୟ ଯାଞ୍ଚ କରିବାକୁ କଷ୍ଟ କରନ୍ତି ନାହିଁ; ସେମାନେ କେବଳ ଆକ୍ରୋଶରେ ଯୋଗ ଦିଅନ୍ତି। କଣ୍ଟେଣ୍ଟ କ୍ରିଏଟର ଭାବରେ, ଆମେ ସବୁବେଳେ କମେଡି ପାଇଁ କିଛି ନୂଆ ତିଆରି କରୁ।”

ଭିଡିଓଟି ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଛି। ଭିଡିଓଟି କୌଣସି ପ୍ରକୃତ ଘଟଣା ନୁହେଁ। 

ରିଷିକା ଆଉ ଏକ ପୋଷ୍ଟ ସେୟାର କରି ସ୍ପଷ୍ଟ କରିଛନ୍ତି ଯେ ଏହା ଏକ ସ୍କ୍ରିପ୍ଟେଡ୍ ଭିଡିଓ। ସେମାନେ ବାସ୍ତବ ଜୀବନରେ ଭଲ ବନ୍ଧୁ। ସେମାନଙ୍କର ଚାରି ଜଣ ବନ୍ଧୁଙ୍କ ଏକ ଗୋଷ୍ଠୀ ଏକ କମେଡି ଭିଡିଓ ତିଆରି କରିବା ଲକ୍ଷ୍ୟରେ ଏହି ଭାଇରାଲ ଭିଡିଓଟି ତିଆରି କରିଛନ୍ତି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଡେଲିଭରି ବୟର ଭୂମିକାରେ ଅଭିନୟ କରୁଥିବା ଯୁବକଙ୍କ ବୟସ ୩୦ ବର୍ଷ ନୁହେଁ, ବରଂ ୨୨ ବର୍ଷ।

ଭିଡିଓରେ ଥିବା ପିଲାର ନାମ ହେଉଛି ତରୁଣ ସିଂ। ତାଙ୍କ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ସେ ଜଣେ ଡିଜିଟାଲ୍ କ୍ରିଏଟର

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରା ଯାଇଥିବା ଏକ ଭିଡିଓକୁ ପ୍ରକୃତ ଘଟଣା ଦାବି ସହିତ ସେୟାର କରା ଯାଉଛି। ଭିଡିଓରେ ଜଣେ ମହିଳା ଗୋଟିଏ ପିଜା ଡେଲିଭରି ପିଲାର ପରିହାସ କରୁଥିବା ଭିଡିଓ ସ୍କ୍ରୀପଟେଡ। 

Avatar

Title:ପିଜା ଡେଲିଭରି ବୟଙ୍କୁ ମଜା କରୁଥିବା ମହିଳାଙ୍କ ଭାଇରାଲ ଭିଡିଓ ସ୍କ୍ରିପ୍ଟେଡ। ଏହା ପ୍ରକୃତ ଘଟଣା ହୋଇଥିବା ଦାବି ମିଥ୍ୟା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *