ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଥିବା ଦାବି ମିଥ୍ୟା।

Communal False

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଛି। ୟୁଜର ମାନେ ପୋଷ୍ଟ ସେୟାର କରି ନିଜ ନିରାଶା ପ୍ରକାଶ କରିଛନ୍ତି ଯେ ହିନ୍ଦୁ ମାନଙ୍କର ଦାନକୁ ମୁସ୍ଲିମ ମାନଙ୍କୁ ଦିଆ ଯାଉଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଶିରିଡି ସାଇ ବାବା ଟ୍ରଷ୍ଟ ସ୍ପଷ୍ଟ କରିଛି ଯେ ସେମାନେ ମୁସ୍ଲିମଙ୍କ ହଜ୍ ପାଇଁ କୌଣସି ଦାନ କରି ନାହାଁନ୍ତି।  

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ପୋଷ୍ଟ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ସିରିଡ଼ି ସାଇ ଟ୍ରଷ୍ଟ (ମସଜିଦ) ଦାନ କଲା କହାକୁ ଦେଖ ରେ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୨୨ ଜୁନ୍ ୨୦୨୩ ରେ ଜି ନ୍ୟୁଜ୍ ମରାଠୀ ୱେବସାଇଟରେ ଏହି ଘଟଣା ଜଡ଼ିତ ଖବର ପ୍ରକାଶ ପାଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ସାଇବାବା ସଂସ୍ଥାନ (ଶିରିଡି ସାଇବାବା ଟ୍ରଷ୍ଟ) ବିଷୟରେ ମିଥ୍ୟା ଗୁଜବ ପ୍ରସାରିତ ହେଇଥିଲା ଯାହା ପରେ ସଂସ୍ଥାନର ଅଭିଯୋଗ ଉପରେ ଶିରିଡି ପୋଲିସରେ ଏକ ମାମଲା ରୁଜୁ ମଧ୍ୟ କରା ଯାଇଥିଲା।

ସମାନ ଖବର ଇଟିଭି ଭାରତ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିଲା। 

ତେଣୁ, ଏହା ଜଣାପଡୁଛି ଯେ ଏହି ଗୁଜବ ୨୦୨୩ ମସିହାରୁ ସୋସିଆଲ ମିଡିଆରେ ଘୂରି ବୁଲୁଛି ଏବଂ ଶିରିଡି ସାଇବାବା ଟ୍ରଷ୍ଟ ଏହାକୁ ପୂର୍ବରୁ ଅସ୍ୱୀକାର କରିସାରିଛି। 

ଶେଷରେ ଆମେ ଶିରିଡି ସାଇ ବାବା ଟ୍ରଷ୍ଟ ସହିତ ଯୋଗାଯୋଗ କରିଲୁ। ସେମାନେ କହିଛନ୍ତି, “ଏହି ଅଭିଯୋଗ ପୂର୍ବରୁ ମଧ୍ୟ ଆସିଛି। କିନ୍ତୁ ଏହା ଏକ ମିଥ୍ୟା ପ୍ରଚାର। ଶିରିଡି ସାଇ ବାବା ଟ୍ରଷ୍ଟ ହଜ୍ ପାଇଁ କୌଣସି ଦାନ କରି ନାହିଁ। ପୂର୍ବରୁ ମଧ୍ୟ ଆମେ ଏହି ଗୁଜବ ପ୍ରଚାନ ବିରୁଦ୍ଧରେ ପୋଲିସ ନିକଟରେ ମାମଲା ରୁଜୁ କରିଛୁ ଏବଂ ବର୍ତ୍ତମାନ ମଧ୍ୟ କରୁଛୁ। ଭବିଷ୍ୟତରେ ଏପରି ଗୁଜବ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଇଛି। ଶିରିଡି ସାଇ ବାବା ଟ୍ରଷ୍ଟ ସ୍ପଷ୍ଟ କରିଛି ଯେ ସେମାନେ ମୁସ୍ଲିମଙ୍କ ହଜ୍ ପାଇଁ କୌଣସି ଦାନ କରି ନାହାଁନ୍ତି।  

Avatar

Title:ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଥିବା ଦାବି ମିଥ୍ୟା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *