ନା…. ଖଣ୍ଡା ଚାଳନା କୌଶଳ ଦେଖାଉଥିବା ମହିଳା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନୁହଁନ୍ତି। ଭାଇରାଲ ଦାବି ମିଥ୍ୟା।

False Political

୨୦ ଫେବୃଆରୀ ୨୦୨୫ ରେ ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ପ୍ରସଙ୍ଗରେ, ଜଣେ ମହିଳାଙ୍କ ଖଣ୍ଡା ଚାଳନା କୌଶଳ ପ୍ରଦର୍ଶନ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଏହାକୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଭିଡିଓ ବୋଲି ଦାବି କରାଯାଇଛି। ଫେସବୁକରେ ଭିଡିଓଟି ସେୟାର କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଭିଡିଓ ପୁରୁଣା ହୋଇପରେ କିନ୍ତୁ, ଆଜି ଦିଲ୍ଲୀ CM। ସର୍ବଗୁଣ ସମ୍ପର୍ଣ୍ଣ। ଭାରତୀୟ ନାରୀ ରେଖା ଗୁପ୍ତା ଦିଦି।

କିନ୍ତୁ ଫ୍ୟାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ମହିଳା ଜଣେ ଅଭିନେତ୍ରୀ ପାୟଲ ୟାଦଭ। ଏହି ଭିଡିଓଟି ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାର ହେଇଥିବା ଦାବି ମିଥ୍ୟା ଅଟେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଅଭିନେତ୍ରୀ ପାୟଲ ୟାଦଭଙ୍କ ଇଂଷ୍ଟାଗ୍ରାମ୍ ହେଣ୍ଡେଲରେ ଭାଇରାଲ କ୍ଲିପ୍ ର ମୂଳ ଭିଡିଓ ମିଳିଲା। କ୍ୟାପସନ୍ ମରାଠୀ ଭାଷାରେ ଲେଖାଯାଇଛି। କ୍ୟାପସନ୍ ଅନୁସାରେ, ପାୟଲ୍ ଯାଦବ ଏହି ଭିଡିଓରେ ଛତ୍ରପତି ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ରେଖା ଗୁପ୍ତାଙ୍କର ୱେବସାଇଟ ମିଳିଲା ଯାହା ଦେଖିବା ପରେ ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓରେ ଥିବା ମହିଳା ସେ ନୁହଁନ୍ତି। 

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରେ ଥିବା ମହିଳା ଏବଂ ରେଖା ଗୁପ୍ତାଙ୍କର ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ନିମ୍ନରେ ଆପଣ ମାନେ ଦିଲ୍ଲୀ ନୂତ୍ନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କର ଶପଥ ଗ୍ରହଣ ଭିଡିଓ ଦେଖି ପାରିବେ। 

https://fb.watch/x_WZE75BHM

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓରେ ଥିବା ମହିଳା ଜଣେ ଅଭିନେତ୍ରୀ ପାୟଲ ୟାଦଭ। ଏହି ଭିଡିଓଟି ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାର ହେଇଥିବା ଦାବି ମିଥ୍ୟା ଅଟେ।

Avatar

Title:ନା…. ଖଣ୍ଡା ଚାଳନା କୌଶଳ ଦେଖାଉଥିବା ମହିଳା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନୁହଁନ୍ତି। ଭାଇରାଲ ଦାବି ମିଥ୍ୟା।

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *