ସ୍ୱର୍ଗତ କରୁଣାନିଧିଙ୍କର ରିକ୍ସା ଟାଣୁଥିବା ବ୍ୟକ୍ତି ତାମିଲନାଡ଼ୁର ମନ୍ତ୍ରୀ ଇ.ଭି.ଭେଲୁ ନୁହଁନ୍ତି। 

False Political

ସ୍ୱର୍ଗତ କରୁଣାନିଧି ରିକ୍ସାରେ ଚିଡ଼ା ହୋଇ ପ୍ରଚାର କରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କର ରିକ୍ସା ଟାଣୁଆ ଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ରିକ୍ସା ଟାଣୁଥିବା ବ୍ୟକ୍ତି ବର୍ତ୍ତମାନ ତାମିଲନାଡ଼ୁର ଜଣେ ମନ୍ତ୍ରୀ ଇ.ଭି.ଭେଲୁ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫଟୋଟି ୧୯୯୧ ମସିହାର ଏବଂ ସ୍ୱର୍ଗତ କରୁଣାନିଧିଙ୍କ ରିକ୍ସା ଟାଣିବା ଦେଖାଯାଉଥିବା ବ୍ୟକ୍ତି ଜଣକ ତାମିଲନାଡୁର ମନ୍ତ୍ରୀ ଇଭି ଭେଲୁ ନୁହଁନ୍ତି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ରିକ୍ସା ଉପରେ ଠିଆ ହୋଇ ଭାଷଣ ଦେଉଥିବା ବ୍ୟକ୍ତି ହେଉଛନ୍ତି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରୁଣାନିଧି। ସ୍ବର୍ଗତ କରୁଣାନିଧି ଙ୍କ ରିକ୍ସା ଟାଣୁଥିବା ଏହି ବ୍ୟକ୍ତି କିଏ କହି ପାରିବେ !!- –  ଏ ହେଉଛନ୍ତି ବର୍ତମାନ  ତାମିଲନାଡୁର PWD ମନ୍ତ୍ରୀ E Va Velu.

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୨୮ ନଭେମ୍ବର ୨୦୧୮ ରେ ଦି ହିନ୍ଦୁ ପତ୍ରିକାରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ ଏହା ୧୧ ମଇ ୧୯୯୧ ରେ ଚେନ୍ନାଇର ହାର୍ବର ନିର୍ବାଚନମଣ୍ଡଳୀରେ ତାମିଲନାଡୁ ବିଧାନସଭା ନିର୍ବାଚନ ପ୍ରଚାର ସମୟର ଦୃଶ୍ୟ। ଏହା ଉଲ୍ଲେଖନୀୟ ଯେ ଇଭି ଭେଲୁଙ୍କ ନାମ, ଯାହାକୁ ବର୍ତ୍ତମାନ ଜଣେ ରିକ୍ସା ଚାଳକ ଭାବରେ ବର୍ଣ୍ଣନା କରାଯାଉଛି, କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ।

ଏହା ପରେ ଆମେ ଇ.ଭି.ଭେଲୁଙ୍କର ରାଜନୈତିକ ଜୀବନ ବ୍ୟୟରେ ସୂଚନା ସର୍ଚ୍ଚ କରିଲୁ। ଆମକୁ ଭିକ୍ଟନ୍ ଏବଂ ବିବିସି ଦ୍ଵାରା ଏକ ରିପୋର୍ଟ ପାଇଲୁ, ଯେଉଁଥିରେ କୁହା ଯାଇଛି ଯେ ଇ.ଭି. ଭେଲୁ ତାମିଲ ସାହିତ୍ୟରେ ଡିଗ୍ରୀ ହାସଲ କରିଥିଲେ ଏବଂ ତାଙ୍କ ପ୍ରାରମ୍ଭିକ ଦିନରେ ଜଣେ ବସ୍ କଣ୍ଡକ୍ଟର ଭାବରେ କାର୍ଯ୍ୟ କରିଥିଲେ। 

୧୯୮୪ ବିଧାନସଭା ନିର୍ବାଚନରେ, ସେ ଏଆଇଏଡିଏମ୍କେ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଥାଣ୍ଡାରାମପଟୁ ନିର୍ବାଚନମଣ୍ଡଳୀ ରେ ବିଜୟୀ ହୋଇଥିଲେ। ଏହି ସୂଚନା ଆଧାରରେ, ଆମେ ୧୯୮୪ ବିଧାନସଭା ନିର୍ବାଚନରେ ​​ଥାଣ୍ଡାରାମପଟୁ ନିର୍ବାଚନମଣ୍ଡଳୀର ସ୍ଥିତି ପାଇଁ ଭାରତୀୟ ନିର୍ବାଚନ କମିଶନର ୱେବସାଇଟ୍ ଖୋଜିଥିଲୁ।

୧୯୮୭ ମସିହାରେ ଏମ.ଜି. ରାମଚନ୍ଦ୍ରନଙ୍କ ମୃତ୍ୟୁ ପରେ, ଇ.ଭି ଭେଲୁ ଏଆଇଏଡିଏମ୍କେ ର ଜାନକୀ ଗୋଷ୍ଠୀକୁ ସମର୍ଥନ କରିଥିଲେ ଏବଂ ପରେ କେ.ଭାଗ୍ୟରାଜଙ୍କ ଦ୍ୱାରା ପ୍ରତିଷ୍ଠିତ ଏମଜିଆର ପାର୍ଟିର ନୀତି ସଚିବ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ଇ.ଭି.ଭେଲୁ ୨୦୦୦ ମସିହାରେ ଡିଏମକେ ରେ ଯୋଗ ଦେଇଥିଲେ ଏବଂ ଥଣ୍ଡରମ୍ବଟୁ ନିର୍ବାଚନମଣ୍ଡଳୀରୁ ୨୦୦୧ ଏବଂ ୨୦୦୬ ବିଧାନସଭା ନିର୍ବାଚନରେ ​​ବିଜୟୀ ହୋଇଥିଲେ। ପରେ, ଇ.ଭି.ଭେଲୁ ତାଙ୍କ ନିର୍ବାଚନମଣ୍ଡଳୀ ତିରୁଭନ୍ନାମଲାଇକୁ ସ୍ଥାନାନ୍ତରିତ କରିଥିଲେ ଏବଂ ୨୦୧୧, ୨୦୧୬ ଏବଂ ୨୦୨୧ ବିଧାନସଭା ନିର୍ବାଚନ ରେ ​​କ୍ରମାଗତ ଭାବରେ ଜିତିଥିଲେ। 

ଏହା ଉଲ୍ଲେଖନୀୟ ଯେ ଭାଇରାଲ ଫଟୋଟି ୧୯୯୧ ବିଧାନସଭା ନିର୍ବାଚନ ସମୟରେ ଉଠାଯାଇଥିଲା, କିନ୍ତୁ ଇ.ଭି.ଭେଲୁ ତାହା ପୂର୍ବରୁ ବିଧାୟକ ଭାବରେ ନିର୍ବାଚିତ ହୋଇସାରିଥିଲେ।

ପ୍ରଶ୍ନ ଉଠୁଛି ଯେ ୧୯୮୪ ମସିହାରେ ଅନ୍ୟ ଦଳର ବିଧାୟକ ଥିବା ଜଣେ ବ୍ୟକ୍ତି ୧୦ ବର୍ଷ ପରେ କିପରି ରିକ୍ସା ଚଲାଇପାରିଲେ। ଏହା ମଧ୍ୟ ଉଲ୍ଲେଖ ଅଛି ଯେ ଫଟୋ ଉଠାଯିବାର ମାତ୍ର ୧୦ ବର୍ଷ ପରେ (୨୦୦୦) ସେ ଡିଏମକେରେ ଯୋଗ ଦେଇଥିଲେ। ଏସବୁ ନିଶ୍ଚିତ କରେ ଯେ ଏହି ଫଟୋରେ ଥିବା ବ୍ୟକ୍ତି ଇ.ଭି. ଭେଲୁ ନୁହଁନ୍ତି।

ସିଦ୍ଧାନ୍ତ: 

ଆମ ଅନୁଦାନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିକୁ ମିଥ୍ୟା ଅଟେ। ଏହି ଫଟୋଟି ୧୯୯୧ ମସିହାର ଏବଂ ସ୍ୱର୍ଗତ କରୁଣାନିଧିଙ୍କ ରିକ୍ସା ଟାଣିବା ଦେଖାଯାଉଥିବା ବ୍ୟକ୍ତି ଜଣକ ତାମିଲନାଡୁର ମନ୍ତ୍ରୀ ଇଭି ଭେଲୁ ନୁହଁନ୍ତି।

Avatar

Title:ସ୍ୱର୍ଗତ କରୁଣାନିଧିଙ୍କର ରିକ୍ସା ଟାଣୁଥିବା ବ୍ୟକ୍ତି ତାମିଲନାଡ଼ୁର ମନ୍ତ୍ରୀ ଇ.ଭି.ଭେଲୁ ନୁହଁନ୍ତି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *