
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ଆମେରିକାର ଦି ନ୍ୟୁୟର୍କ ଟାଇମ୍ସ ଖବରକାଗଜର ଗୋଟିଏ କ୍ଲିପ୍ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଇଛି ଯେ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନ୍ୟୁୟର୍କ ଟାଇମ୍ସ ଖବରକାଗଜକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ୟୁଜର ଦାବି କରିଛନ୍ତି ଯେ, “ଆଜି ଆମେରିକା ର ନ୍ୟୁୟର୍କ ଟାଇମ୍ସ ସମ୍ବାଦ ପତ୍ର ରେ ପ୍ରଥମ ପୃଷ୍ଠା ରେ ଖବର ପ୍ରକାଶିତ ହୋଇଛି ଯେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ବ ର ଶେଷ ଓ ଶ୍ରେଷ୍ଠ ଆଶା”
ଆମ ଅନୁସନ୍ଧାନ:
ସର୍ବପ୍ରଥମେ, ଭାଇରାଲ୍ ଫଟୋକୁ ଭଲଭାବେ ଦେଖିବା ପରେ, ଆମେ ଜାଣିଲୁ ଯେ ଖବରକାଗଜ କ୍ଲିପ୍ ରେ ୨୬ ସେପ୍ଟେମ୍ବର ୨୦୨୧ ଲେଖା ହେଇଛି ଯେଉଁଥିରେ ସେପ୍ଟେମ୍ବରର ବନନା ତ୍ରୁଟି ଅଛି। ସେଥିରେ (SETPEMBER) ସେପ୍ଟେମ୍ବର ସ୍ଥାନରେ ସେଟ୍ପେମ୍ବର ଲେଖା ହେଇଛି। ଏହା ପରେ ଆମେ ଗୁଗୁଲରେ ୨୬ ସେପ୍ଟେମ୍ବର ୨୦୨୧ ର ନ୍ୟୁୟର୍କ ଟାଇମ୍ସର ସଂସ୍କରଣ ଖୋଜି ପାଇଲୁ। ଏହି ସଂସ୍କରଣରେ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋ କିମ୍ବା ତାଙ୍କ ବିଷୟରେ କିଛି ରିପୋର୍ଟ ହୋଇଥିବା ପାଇଲୁ ନାହିଁ।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ଦି ନ୍ୟୁୟର୍କ ଟାଇମ୍ସ ର ଏକ ଟୁଇଟ ପାଇଲୁ ଯେଉଁଥିରେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି ବୋଲି ସୂଚନା ଦିଆ ଯାଇଛି। ୨୯ ସେପ୍ଟେମ୍ବର ୨୦୨୧ ର ଏହି ଟୁଇଟରେ ଲେଖା ଯାଇଛି, “ଏହା ଏକ ଏଡିଟ୍ କରା ଯାଇଥିବା ଫୋଟୋ ଅଟେ। ନରେନ୍ଦ୍ର ମୋଦୀଙ୍କୁ ନେଇ ଆମର ସମସ୍ତ ରିପୋର୍ଟ ଆପଣ ମାନେ https://www.nytimes.com/topic/person/narendra-modi ୱେବସାଇଟରେ ଦେଖି ପାରିବେ।”
ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। ନ୍ୟୁୟର୍କ ଟାଇମ୍ସ ଏପରି କୌଣସି ରିପୋର୍ଟ ସଂସ୍କରଣ କରି ନାହିଁ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୃଥିବୀର ଶ୍ରେଷ୍ଠ ଏବଂ ଶେଷ ଆଶା ବୋଲି ସମ୍ବୋଧିତ କରା ଯାଇଛି।

Title:କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: Altered
