ଚନ୍ଦ୍ରପୁରର ଗେଷ୍ଟ ହାଉସ୍ ଅଞ୍ଚଳକୁ ବାଘ ଆକ୍ରମଣ କରିନାହିଁ….. ମିଥ୍ୟା ଦାବି ସହିତ AI ଭିଡିଓ ଭାଇରାଲ୍।

False Social

ଚନ୍ଦ୍ରପୁର ଜିଲ୍ଲାର ବ୍ରହ୍ମପୁରୀ ଗେଷ୍ଟ ହାଉସ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରୁଥିବାର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଗେଷ୍ଟ ହାଉସ୍ ବାହାରେ ବସିଥିବା ସମୟରେ ବାଘ ଆକ୍ରମଣ କରି ତାଙ୍କୁ ଘୋଷାଡ଼ି ନେଇ ପଳାଉଛି।

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଟେକି ନେଲା ମହାବଳ ବ୍ରହ୍ମପୁରୀ ଫରେଷ୍ଟ ଗେଷ୍ଟ ହାଉସରେ ସିସିଟିଭି ରେକର୍ଡିଂ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମେ ଜାଣିବାକୁ ପାଇଲୁ ଯେ ୭ ନଭେମ୍ବର ରେ ପିଆଇବି ମହାରାଷ୍ଟ୍ର ସମାନ ଭିଡିଓକୁ ଟ୍ୱିଟ୍ କରି ସ୍ପଷ୍ଟ କରିଛି ଯେ, “ଭାଇରାଲ୍ ହେଉଥିବା ଭିଡିଓଟି ଏଆଇ ବ୍ୟବହାର କରି ତିଆରି କରାଯାଇଛି। ଚନ୍ଦ୍ରପୁର ଜିଲ୍ଲାର ବ୍ରହ୍ମପୁରୀ ଗେଷ୍ଟ ହାଉସ୍ ଅଞ୍ଚଳରେ ବାଘ କାହାକୁ ଆକ୍ରମଣ କରିନାହିଁ। ଏପରି ଭ୍ରାମକ ଏଆଇ-ଜେନେରେଟେଡ୍ ଭିଡିଓ ଲୋକଙ୍କ ମଧ୍ୟରେ ଅନାବଶ୍ୟକ ଭୟ ସୃଷ୍ଟି କରିପାରେ। ନାଗରିକମାନଙ୍କୁ ଏପରି କୌଣସି ବିଷୟବସ୍ତୁ ସେୟାର କିମ୍ବା ଫରୱାର୍ଡ ନକରିବାକୁ ପରାମର୍ଶ ଦିଆଯାଇଛି।

ଚନ୍ଦ୍ରପୁର ଜିଲ୍ଲା ସୂଚନା କାର୍ଯ୍ୟାଳୟ ମଧ୍ୟ ଟ୍ୱିଟ୍ କରି ଭାଇରାଲ ଭିଡିଓକୁ ଖଣ୍ଡନ କରି ଲେଖିଛନ୍ତି, “ବ୍ରହ୍ମପୁରୀ ବନ ବିଭାଗର ଏକ ବନ ବିଶ୍ରାମାଗାରରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ବାଘର ଭିଡିଓ ନକଲି ଏବଂ ଏହାକୁ AI ସାହାଯ୍ୟରେ ସୃଷ୍ଟି କରାଯାଇଛି।”

ଚନ୍ଦ୍ରପୁର ଜିଲ୍ଲା ସୂଚନା କାର୍ଯ୍ୟାଳୟ ନିଜର ସରକାରୀ ବ୍ଲଗରେ କହିଛି, “ବନ ବିଭାଗର ସୂଚନା ଅନୁଯାୟୀ, ସମ୍ବନ୍ଧିତ ଭିଡିଓଟି ସମ୍ପୂର୍ଣ୍ଣ ଭାବରେ AI ସାହାଯ୍ୟରେ ସୃଷ୍ଟି କରାଯାଇଛି। ଯଦିଓ ସାମ୍ପ୍ରତିକ ସମୟରେ ବ୍ରହ୍ମପୁରୀ ଅଞ୍ଚଳରେ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର କିଛି ଘଟଣା ଘଟିଛି, ଏହି ନକଲି ଭିଡିଓର ଏହା ସହିତ କୌଣସି ସମ୍ପର୍କ ନାହିଁ। ଏହା ସହିତ, ମୁଖ୍ୟ ବନ ସଂରକ୍ଷକ (ପ୍ରଫେସର) ଆର. ଏମ୍. ରାମାନୁଜମ କହିଛନ୍ତି, “ବିଭାଗ ଏହି ଭିଡିଓର ନିର୍ମାତା ଏବଂ ପ୍ରସାରକଙ୍କ ବିରୁଦ୍ଧରେ ଗମ୍ଭୀର ଦୃଷ୍ଟି ଦେଇଛି ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି ମିଥ୍ୟା ଏବଂ ଭ୍ରାମକ ଭିଡିଓଗୁଡ଼ିକୁ ବିଶ୍ୱାସ କରିବା ଉଚିତ୍ ନୁହେଁ।

ସିଦ୍ଧାନ୍ତ: 

ଆମ ନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। AI ବ୍ୟବହାର କରି ବାଘ ଆକ୍ରମଣ କରୁଥିବା ଭିଡିଓ ସୃଷ୍ଟି କରି ସତ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:ଚନ୍ଦ୍ରପୁରର ଗେଷ୍ଟ ହାଉସ୍ ଅଞ୍ଚଳକୁ ବାଘ ଆକ୍ରମଣ କରିନାହିଁ….. ମିଥ୍ୟା ଦାବି ସହିତ AI ଭିଡିଓ ଭାଇରାଲ୍।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *