
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ତୀବ୍ର ଗତିରେ ଯାଉଥିବା କାର୍ କୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ଟ୍ରଫିକ୍ ପୋଲିସ କୁ ତାହା ଟାଣି ନେଉଛି। କିଛି ଦୂର ଗଲା ପରେ ସେହି କାର୍ ରାସ୍ତା କଡ଼ରେ ଥିବା ଫୁଟପାଥ୍ ରେ ଧକ୍କା ମଧ୍ୟ ହେଉଛି। ତାହା ପରେ କିଛି ଲୋକଙ୍କ ସାହାଯ୍ୟ ରେ ପୋଲିସ ଉଭୟ ଡ୍ରାଇଭର କୁ ନେଇ ଥାନା ନେଉଛି। ଦାବି କରା ଯାଉଛି ଯେ ଏହି ଘଟଣାଟି ରାଜସ୍ଥାନର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ ୨୦୨୪ ମସିହାର ଅଟେ ଯାହା ହରିୟାଣାରେ ଘଟିଥିଲା, ରାଜସ୍ଥାନରେ ନୁହେଁ।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ରାଜସ୍ଥାନ ର ଭିଡ଼ିଓ,ମତେ ଲାଗିଲା ଫିଲ୍ମ ସୁଟିଙ୍ଗ ହେଉଥିବ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓର ୧.୦୨ ମିନିଟ ସମୟରେ ଯେତେବେଳେ ପୋଲିସ ଡ୍ରାଇଭରକୁ ଜବତ କରି ଥାନା ନେଉଥିଲେ, ସେତେବେଳେ ତାଙ୍କ ୟୁନିଫର୍ମ ରେ ହରିୟାଣା (ହ.ପୁ) ଲେଖା ହେଇଥିବା ଦେଖିବାକୁ ମିଳିଛି। ନିମ୍ନରେ ଆପଣ ମାନେ ସେହି ଫୋଟୋ ଦେଖି ପାରିବେ।
ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୪ ଜୁନ୍ ୨୦୨୪ ରେ ଟୁଇଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଗାଡ଼ିର କାଗଜ ପତ୍ର ଟ୍ରାଫିକ ପୋଲିସ ମାଗିଥିବା ପରେ ଡ୍ରାଇଭର ଗାଡ଼ିକୁ ତୀବ୍ର ଗତିରେ ନେଇ ସେଠାରୁ ଖସି ଯିବା ଉଦ୍ଦୟମ କରିଥିଲେ। ଜଣେ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇବାର ଚେଷ୍ଟା କରିବା ବେଳେ ସେ ତାଙ୍କୁ ଟାଣି ନେଇଥିଲେ। ଏହି ଘଟଣା ହରିୟାଣାର ଫରିଦାବାଦର ବୋଲି କୁହା ଯାଇଛି।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ୨୦୨୪ ର NDTV ର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, “ହରିୟାଣାରେ ଜଣେ ଟ୍ରାଫିକ୍ ପୋଲିସଙ୍କୁ ଚେକିଂ ସମୟରେ ଜଣେ ମଦ୍ୟପ ଡ୍ରାଇଭର ଖସିଯିବାକୁ ଚେଷ୍ଟା କରି କାରର ବନେଟ୍ ଉପରେ ଟାଣି ନେଇଥିଲା। ଏହି ଘଟଣା କ୍ୟାମେରାରେ କଏଦ ହୋଇ ଭାଇରାଲ ହୋଇଛି। ଡ୍ରାଇଭର ଦ୍ରୁତ ଗତିରେ ପଳାଇବା ସମୟରେ ପୋଲିସ କର୍ମଚାରୀ ତାଙ୍କ ଜୀବନକୁ ବିପଦରେ ପକାଇ କାରକୁ ଧରି ରଖିଥିଲେ। ଶେଷରେ, ଡ୍ରାଇଭରଙ୍କୁ ଅଟକାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।”
ସିଦ୍ଧାନ୍ତ:
ଆମ ନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ଭିଡିଓ ୨୦୨୪ ମସିହାର ଅଟେ ଯାହା ହରିୟାଣାରେ ଘଟିଥିଲା, ରାଜସ୍ଥାନରେ ନୁହେଁ।

Title:ନିଶା ଅବସ୍ଥାରେ ଗୋଟିଏ କାର ଟ୍ରାଫିକ୍ ପୋଲିସ କୁ ରାସ୍ତାରେ ଟାଣି ନେଉଥିବା ଘଟଣା ରାଜସ୍ଥାନର ନୁହେଁ ହରିୟାଣାର ଅଟେ।
Written By: Siddharth SahuResult: Misleading
