
ସୌମ୍ୟଶ୍ରୀ ବିସି ମାସେ ପୂର୍ବରୁ ତାଙ୍କ କଲେଜର ବିଭାଗୀୟ ମୁଖ୍ୟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, କିନ୍ତୁ ତାଙ୍କ ଅଧ୍ୟକ୍ଷ, ସ୍ଥାନୀୟ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଅଣଦେଖା କରାଯାଇଥିବା ଅନୁଭବ କରି ସେ କଲେଜ ପରିସରରେ ନିଜକୁ ନିଆଁ ଲଗାଇ ଦେଇଥିଲେ ଏବଂ ପରେ ଜୁଲାଇ ୧୪ ତାରିଖରେ AIIMS ଭୁବନେଶ୍ୱରରେ ତାଙ୍କର ଆଘାତ ଯୋଗୁଁ ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ଏକ ଚର୍ଚା ଜୋର ଧରିଛି ଯେ ସେ ନିଜକୁ ନିଆଁ ଲଗାଇବା ପାଇଁ ପେଟ୍ରୋଲ୍ କେଉଁଠାରୁ ଆଣିଲେ। ଏହି ସମୟରେ ସୋସିଆଲ ମିଡିଆରେ ସ୍କୁଟି ରେ ମୁହଁ ଢାଙ୍କି ଯାଉଥିବା ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ମହିଳା ସୌମ୍ୟଶ୍ରୀ ବିସିଙ୍କୁ ଆତ୍ମହତ୍ୟା କରିବା ପାଇଁ ପେଟ୍ରୋଲ ଦେଇଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ମହିଳାଙ୍କର ସୌମ୍ୟଶ୍ରୀ ବିସିଙ୍କ ଆତ୍ମହତ୍ୟା ସହିତ କୌଣସି ସମ୍ପର୍କ ନାହିଁ। ଏହା ଏକ ପୁରୁଣା ଫୋଟୋ ଯାହା ଇଣ୍ଟର୍ନେଟରେ ଅନେକ ବର୍ଷ ଧରି ଉପଲବ୍ଧ ଅଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ମିଳିଗଲା ପ୍ରମାଣ ଏହି ଛାତ୍ରୀ ହିଁ ମୁହଁରେ ଓଢଣୀ ଘୋଡାଇ ବୋତଲରେ ପେଟ୍ରୋଲ ଆଣି ପ୍ରିନ୍ସପାଲଙ୍କ ଅଫିସ ପାଖରେ ରଖିଥିଲା, ଯେଉଁଠାରେ CCTV coverage ନାହିଁ। ଏହି ଛାତ୍ରୀ ଜଣକ ମଧ୍ୟ ନିଶ୍ଚୟ ଦିଆସିଲି ଆଣି ସେଠାରେ ରଖିଥିବ। କିଏ ଏହି ଛାତ୍ରୀ ,ତାଙ୍କର ସୌମ୍ୟାଙ୍କ ସହ ସମ୍ପର୍କ କଣ ? ପେଟ୍ରାଲ ପମ୍ପରୁ ଏମିତି ତରବର ହୋଇ ପେଟ୍ରୋଲ ନେବାକୁ ତାଙ୍କୁ କିଏ କହିଥିଲା ନା ନିଜେ ମୁହଁ ଲୁଚାଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇଥିଲେ ଛାତ୍ରୀ ଜଣକ। ଇଏ ନିଶ୍ଚୟ ସୈ।ମ୍ୟାଶ୍ରୀ ନୁହଁନ୍ତି। ଏହାଙ୍କର ସୈ।ମ୍ୟାଶ୍ରୀଙ୍କ ସହିତ ସମ୍ପର୍କ ଥାଉ ବା ନଥାଉ। ଏହାର ମୂଖ୍ୟ ଆସାମୀ ସମୀର ସାହୁ ସହିତ ନିଶ୍ଚୟ ସମ୍ପର୍କ ଥିବ।”
ଆମ ଅନୁସନ୍ଧାନ:
ଆମ ନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୬ ବର୍ଷ ପୂର୍ବରୁ ଦୈନିକ ଭାସ୍କର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଆବେଦନର ଶୁଣାଣି କରିଥିଲା ଯାହା ଯେଉଁଥିରେ ପ୍ରଶ୍ନ କରାଯାଇଥିଲା ଯେ ରାଜ୍ୟ ମୋଟର ଯାନ ନିୟମ ଅନୁଯାୟୀ ମହିଳାମାନେ ହେଲମେଟ୍ ପିନ୍ଧିବାରୁ କାହିଁକି ମୁକ୍ତ, ଯଦିଓ କେନ୍ଦ୍ରୀୟ ମୋଟର ଯାନ ଆଇନ ସମସ୍ତ ଆରୋହୀଙ୍କ ପାଇଁ ହେଲମେଟ୍ ବ୍ୟବହାରକୁ ବାଧ୍ୟତାମୂଳକ କରିଥାଏ। ମଧ୍ୟପ୍ରଦେଶ ମୋଟର ଯାନ ନିୟମ, ୧୯୯୪ ଅନୁଯାୟୀ, ମହିଳାମାନେ (ଏବଂ ୧୨ ବର୍ଷରୁ କମ୍ ବୟସର ପିଲାମାନେ) ବର୍ତ୍ତମାନ ହେଲମେଟ୍ ଆବଶ୍ୟକତାରୁ ମୁକ୍ତ, ଯାହା କୋର୍ଟ କହିଥିଲା ଯେ ଏହା ଜାତୀୟ ଆଇନ ସହିତ ଅସଙ୍ଗତ।
୨୦୧୭ ମସିହା ଦି ଟ୍ରାଇବ୍ୟୁନ ୱେବସାଇଟରେ ମଧ୍ୟ ସମାନ ଫୋଟୋ ପ୍ରକାଶ ପାଇଥିଲା ଏବଂ ସେଥିରେ ଉଲ୍ଲେଖ କରା ଯାଇଥିଲା ଯେ ଭାଇରାଲ ଫୋଟୋ ଲୁଧିଆନା ସହର ର ଅଟେ। କ୍ୟାପ୍ସନରେ ଲେଖା ଯାଇଛି, “ଲୁଧିଆନାରେ ଜଣେ ଝିଅ ମୁହଁ ଘୋଡାଇ ଦୁଇ ଚକିଆ ଗାଡ଼ି ଚଲାଉଛି।” ପୁରା ଖବର ଆପଣ ମାନେ ଏଠାରେ ପାଢୀ ପାରିବେ।
ଏହା ବାବଦ ଅନ୍ୟ ଏକ ୱେବସାଇଟରେ କୁହା ଯାଇଛି ଯେ ଏହା ପୁଣେ ସହର ର ଫୋଟୋ। ଏହି ଫୋଟୋ ୨୬ ନଭେମ୍ବର ୨୦୧୨ ରେ ପ୍ରକାଶ ପାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ମହିଳାଙ୍କର ସୌମ୍ୟଶ୍ରୀ ବିସିଙ୍କ ଆତ୍ମହତ୍ୟା ସହିତ କୌଣସି ସମ୍ପର୍କ ନାହିଁ। ଏହା ଏକ ପୁରୁଣା ଫୋଟୋ ଯାହା ଇଣ୍ଟର୍ନେଟରେ ଅନେକ ବର୍ଷ ଧରି ଉପଲବ୍ଧ ଅଛି।

Title:ଫୋଟୋରେ ଥିବା ମହିଳା ସୌମ୍ୟଶ୍ରୀ ବିସିଙ୍କୁ ଆତ୍ମହତ୍ୟା ପାଇଁ ଇନ୍ଧନ ଦେଇ ନାହାଁନ୍ତି। ଏହା ଏକ ପୁରୁଣା ଏବଂ ଅସମ୍ପର୍କିତ ଫୋଟୋ।
Fact Check By: Siddharth SahuResult: False
