ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ କି?

False Political

ବିଜେପି ହାରାଷ୍ଟ୍ର ନିର୍ବାଚନ ଜିତିବା ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇ ଶପଥ ଗ୍ରହଣ କରିଛନ୍ତି ଏବଂ ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ବାବୁରି ମସଜିଦ ଭଙ୍ଗା ହେବା ସମୟର ନୁହେଁ ଏବଂ ଫୋଟୋରେ ଫଡନାଭିସ୍ ସହିତ ଏକନାଥ ସିନ୍ଧେ ନୁହଁନ୍ତି, ତାଙ୍କ ନାମ ଭୋଜରାଜ ଡୁମ୍ବେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବିରଳ ସଂଯୋଗ !! ଚିହ୍ନି ପାରୁଛନ୍ତି !! ଏକନଥ ସିନ୍ଧେ ଏବଂ ଦେବେନ୍ଦ୍ର ଫଡନାବିଜ୍ କରସେବକ ଭାବରେ ବାବୁରି ମସଜିଦ ଭାଙ୍ଗିଲା ସମୟରେ

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଜଣା ପଡ଼ିଲା ଯେ ସମାନ ଫୋଟୋ ୩ ମଇ ୨୦୨୨ ରେ ମହାରାଷ୍ଟ୍ର ଟାଇମ୍ସରେ ପ୍ରକାଶ ପାଇଥିଲା। ଖବର ଅନୁଯାୟୀ, କିଛି ବର୍ଷ ପୂର୍ବେ ଦେବେନ୍ଦ୍ର ଫଡନାଭିସ୍ ଏକ ବିବୃତ୍ତି ଦେଇଥିଲେ ଯେ ଯେତେବେଳେ ଅଯୋଧ୍ୟାରେ ବାବୁରି ମସଜିଦ ଭଙ୍ଗା ଯାଇଥିଲା, ସେଠାରେ କୌଣସି ଶିବ ସୈନିକ ନଥିଲେ। ମୁଁ ସେଠାରେ ଥିଲି ତେଣୁ ମୁଁ ଏହା ଜାଣେ ବୋଲି ଦେବେନ୍ଦ୍ର ଫାଦନାବିସ୍ କହିଥିଲେ।

ତାଙ୍କର ଏହି ବିବୃତ୍ତି ପରେ ଶିବସେନା ନେତା ଅମ୍ବଦାସ ଦାନଭେ ଫୋଟୋ ସେୟାର କରି ସମାଲୋଚନା କରିଥିଲେ ଯେ, ଲାଠି ଚାର୍ଜ ହେବା ପରେ ଯେଉଁମାନେ ଦଉଡ଼ି ପଳାଇଥିଲେ ସେମାନେ କହୁଛନ୍ତି ଯେ ସେମାନେ ବାବୁରି ଭାଙ୍ଗିବା ପାଇଁ ଯାଇଥିଲେ। 

ମହାରାଷ୍ଟ୍ର ଟାଇମ୍ସର ଏହି ଖବରରେ କେବଳ ଦେବେନ୍ଦ୍ର ଫଡନାବିସ୍ ବିଷୟରେ କୁହା ଯାଇଛି, ଏକନାଥ ସିନ୍ଧେଙ୍କ ନାମ କେଉଁଠାରେ ମଧ୍ୟ ଉଲ୍ଲେଖ କରା ଯାଇ ନାହିଁ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ନାଗପୁରରେ ବିଜେପି ମୁଖପାତ୍ର ଚନ୍ଦନ ଗୋସ୍ୱାମୀଙ୍କ ସହ ଯୋଗାଯୋଗ କରିଥିଲେ। ସେ ଏହି ଭାଇରାଲ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଏହି ଫଟୋରେ ବିଜେପିର ବରିଷ୍ଠ ନେତା ଭୋଜରାଜ ଡୁମ୍ବେ ଦେବେନ୍ଦ୍ର ଫଡନାଭିସଙ୍କ ସହ ଅଛନ୍ତି।

ଫ୍ୟାକ୍ଟ କ୍ରିଷେଣ୍ଡୋ ସହିତ କଥା ହେବା ପରେ ଗୋସ୍ୱାମୀ ଟୁଇଟ କରି ସ୍ପଷ୍ଟ କରିଛନ୍ତି।

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭୋଜରାଜ ଡୁମ୍ବେଙ୍କ ସହ ଯୋଗାଯୋଗ କରିଲା। ସେ କହିଛନ୍ତି, “ଭାଇରାଲ ଫଟୋରେ ଥିବା ବ୍ୟକ୍ତି ମୁଁ। ଏହି ଫଟୋ ୨୦୦୨ ମସିହାର, ଯେତେବେଳେ ମୁଁ ନାଗପୁରର ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି ଥିଲି, ଯେତେବେଳେ ଫଡନାଭିସ୍ ସେହି ଯୁବା ମୋର୍ଚାର ରାଜ୍ୟ ସାଧାରଣ ସଚିବ ଥିଲେ। ସେହି ସମୟରେ, ଆମେ ଲୋଡ୍ ସେଡିଂ ବିରୋଧରେ ବିରୋଧ କରିଥିଲୁଏହି ଫଟୋ ନାଗପୁରର ଗାଡିଗୋଡାମ ଅଞ୍ଚଳର ଅଟେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋରେ ଫଡନାବିସ୍ ସହିତ ଜଣେ ବିଜେପି ନେତା ଭୋଜରାଜ ଡୁମ୍ବେ ଅଛନ୍ତି। ଏହି ଫୋଟୋର ବାବୁରି ମସଜିଦ ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ନାଗପୁରର ଫୋଟୋ। 

Avatar

Title:ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ କି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *