ପୋଲାଣ୍ଡ ଦେଶର ବିମାନ ଦୁର୍ଘଟଣାକୁ ନିକଟରେ ଦୁବାଇ ରେ ତେଜସ ଯୁଧ୍ୟ ବିମାନ କ୍ରାଶ୍ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି। 

Misleading Social

୨୧ ନଭେମ୍ବର ୨୦୨୫ ରେ ଦୁବାଇ ଏୟାର ଶୋ’ରେ ଉଡ଼ାଣ ପ୍ରଦର୍ଶନ ସମୟରେ ଏକ ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନର ପାଇଲଟ୍ ୱିଙ୍ଗ କମାଣ୍ଡର ନମାଂଶ ସିଆଲ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ବୋଲି IAF ନିଶ୍ଚିତ କରିଛି। 

ଏହି ପ୍ରସଙ୍ଗରେ, ଏକ ଲଢ଼ୁଆ ବିମାନର ଚାଳନା ଏବଂ ଦୁର୍ଘଟଣାଗ୍ରସ୍ତ ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଥିଲା ଯେ ଏହା ଦୁବାଇ ଏୟାର ଶୋ’ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତେଜସ୍ ଲଢ଼ୁଆ ବିମାନ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ପୋଲାଣ୍ଡ ଦେଶର ବିମାନ ଦୁର୍ଘଟଣାକୁ ନିକଟରେ ଦୁବାଇ ରେ ତେଜସ ଯୁଧ୍ୟ ବିମାନ କ୍ରାଶ୍ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୧୮ ନଭେମ୍ବର ୨୦୨୫ ରେ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା ଯେଉଁଥିରେ ଭାଇରାଲ ଭିଡିଓର ପ୍ରଥମ ଭାଗରେ ବିମାନ ଉଡୁଥିବା ଦେଖା ଯାଇପାରିବ। 

କ୍ୟାପସନ ଅନୁଯାୟୀ, ଭିଡିଓଟି ଦୁବାଇ ଏୟାର ଶୋ’ରେ ଏକ ତେଜସ୍ ଲଢ଼ୁଆ ବିମାନକୁ ଅଭ୍ୟାସ କରୁଥିବା ଦେଖାଯାଉଛି।

କିନ୍ତୁ, ତେଜସ୍ ଯୁଦ୍ଧ ବିମାନ ୨୧ ନଭେମ୍ବରରେ ଦୁବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ସ୍ପଷ୍ଟ କରେ ଯେ ଭାଇରାଲ ଭିଡିଓ ଦୁବାଇ ଦୁର୍ଘଟଣା ପୂର୍ବର।

ଏହା ପରେ ଆମେ ଭାଇରାଲ ଭିଡିଓରେ ବିମାନ ଦୁର୍ଘଟଣା ହେଉଥିବା କ୍ଲିପ୍ ର ଯାଞ୍ଚ କରିଲୁ। ଆମକୁ ୨୮ ଅଗଷ୍ଟ ୨୦୨୫ ରେ ପ୍ରକାଶିତ ଏକ ରିପୋର୍ଟରେ ଭାଇରାଲ ଭିଡିଓର ସ୍କ୍ରିନସଟ୍ ସହିତ ସମାନ ଏକ ଫୋଟୋ ମିଳିଲା।

ରିପୋର୍ଟ ଅନୁଯାୟୀ, ଭିଡିଓରେ ରାଡୋମ୍ ଏୟାର ଶୋ’ର ଅଭ୍ୟାସ ସମୟରେ ଏକ F-16 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିବା ଦେଖାଯାଉଛି।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୨୯ ଅଗଷ୍ଟ ୨୦୨୫ ରେ NBC News ର ୟୁଟ୍ୟୁବରେ ସମାନ କ୍ଲିପ୍ ପୋଷ୍ଟ ହେଇଥିବା ମିଳିଲା। କ୍ୟାପ୍ସନ୍ ରେ ଲେଖା ଯାଇଛି, “ପୋଲାଣ୍ଡରେ ଏକ ଏୟାର ଶୋ ପାଇଁ ପ୍ରସ୍ତୁତି ସମୟରେ ଏକ F-16 ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବାର ମୁହୂର୍ତ୍ତର ଭିଡିଓ କଏଦ ହୋଇଛି।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ପୋଲାଣ୍ଡ ଦେଶର ବିମାନ ଦୁର୍ଘଟଣାକୁ ନିକଟରେ ଦୁବାଇ ରେ ତେଜସ ଯୁଧ୍ୟ ବିମାନ କ୍ରାଶ୍ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି। 

Avatar

Title:ପୋଲାଣ୍ଡ ଦେଶର ବିମାନ ଦୁର୍ଘଟଣାକୁ ନିକଟରେ ଦୁବାଇ ରେ ତେଜସ ଯୁଧ୍ୟ ବିମାନ କ୍ରାଶ୍ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *