
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି କିଛି ସୈନିକ ମାନଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ସେହି ସମୟରେ ଗୁଳି ଆୱାଜ ହେବା ପରେ ସେହି ଲୋକ ରାସ୍ତାରେ ପଡ଼ିଯାଉଛନ୍ତି।
ଦାବି କର ଯାଉଛିଇ ଯେ ଏହି ଭିଡିଓ କାଶ୍ମୀରର ଅଟେ। ସେଠିକାର ଜଣେ ବାସିନ୍ଦା ଭାରତ ସେନା ସହିତ ଦୁର୍ବ୍ୟବହାର କରୁଥିବାରୁ ସୈନିକ ମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ପାଲେଷ୍ଟାଇନର ଏକ ପୁରୁଣା ଘଟଣା ଯାହାକୁ ଭାରତରେ ଘଟିଥିବା ସମ୍ପ୍ରତି ଘଟଣା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଭାରତୀୟ ସେନାଙ୍କୁ ଦୁର୍ବ୍ୟବହାର କରିବାରୁ ସିଧା ଖାଇଲେ ଗୁଳି। ଶାନ୍ତିରେ ରୁହ ନଚେତ୍ ଗୁଳି ଖାଇ ସୁଅ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୨ ଅକ୍ଟୋବର ୨୦୧୫ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା।
ଭିଡିଓର ବର୍ଣ୍ଣନାରେ କୁହ ଯାଇଛି, “ହେବ୍ରନରେ ଇସ୍ରାଏଲୀ ସେନା ଏବଂ ପାଲେଷ୍ଟାଇନୀ ଯୁବକମାନଙ୍କ ମଧ୍ୟରେ ସଂଘର୍ଷ ମଧ୍ୟରେ ଜଣେ ବୃଦ୍ଧ ପାଲେଷ୍ଟାଇନୀ ବ୍ୟକ୍ତି ଇସ୍ରାଏଲୀ ସୈନ୍ୟଙ୍କ ଉପରକୁ ଉଠିଥିବା ବନ୍ଧୁକ ସାମ୍ନାରେ ଠିଆ ହୋଇଥିବାର ଦୃଶ୍ୟ ଭିଡିଓରେ ଦେଖାଯାଇଛି।
ଭିଡିଓରେ ୬୫ ବର୍ଷୀୟ ବୃଦ୍ଧ ପାଲେଷ୍ଟାଇନୀ ଜିୟାଦ ଆବୁ ହାଲିଲ ସୈନିକମାନଙ୍କୁ କହୁଥିବା ଶୁଣାଯାଉଛି “ତୁମେ ଲଜ୍ଜିତ ହେବା ଉଚିତ।” ଏହା କହି ସେ ନିଜେ ତଳେ ପଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ର୍ୟୁଟର୍ସ ନ୍ୟୁଜ୍ କର୍ମଚାରୀ ଅନୁଯାୟୀ, ଏହି ବୃଦ୍ଧ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ମୁକ୍ତ କରା ଯାଇଥିଲା ଏବଂ ତଳେ ପଡ଼ିଲା ହେତୁ ତାଙ୍କୁ ମାତ୍ର ସାମାନ୍ୟ ଆଘାତ ପହଞ୍ଚିଥିଲା।
୨୦୧୫ ମସିହାର ଏକ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ୧୦ ଅକ୍ଟୋବରରେ, ହେବ୍ରନରେ ଇସ୍ରାଏଲୀ ସୈନିକ ଏବଂ ପାଲେଷ୍ଟାଇନୀ ଯୁବକମାନଙ୍କ ମଧ୍ୟରେ ସଂଘର୍ଷ ସମୟରେ, ଜିୟାଦ ଆବୁ ହାଲିଲ ନାମକ ଜଣେ ୬୫ ବର୍ଷୀୟ ପାଲେଷ୍ଟାଇନୀ ବ୍ୟକ୍ତି, ସାହସର ସହିତ ଇସ୍ରାଏଲୀ ସୈନିକଙ୍କ ସମ୍ମୁଖରେ ଠିଆ ହୋଇ ସେମାନଙ୍କ ସହିତ ମୁକାବିଲା କରିଥିଲେ। ସେ ସୈନିକମାନଙ୍କୁ ଚିତ୍କାର କରି କହିଥିଲେ ଯେ ପିଲାମାନଙ୍କ ଉପରେ ଗୁଳି ଚଳାଇବା ପାଇଁ ସେମାନଙ୍କୁ ଲଜ୍ଜିତ ହେବା ଉଚିତ।
ଭିଡିଓରେ, ଆବୁ ହାଲିଲ ସେଠାରୁ ପଳାଇବା ପାଇଁ ମନା କରିଥିଲେ ଏବଂ ସେ ତଳେ ପଡ଼ିଯିବା ପର୍ଯ୍ୟନ୍ତ କଥାବାର୍ତ୍ତା ଜାରି ରଖିଥିଲେ। ପାଖରେ ଥିବା ସାମ୍ବାଦିକମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସି ହସ୍ପିଟାଲକୁ ନେଇଯାଇଥିଲେ। ପରେ ତାଙ୍କୁ କେବଳ ସାମାନ୍ୟ ଆଘାତ ସହିତ ଡିସ୍ଚାର୍ଜ କରାଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଡାବୁ ମିଥ୍ୟା ଅଟେ। ଏହା ପାଲେଷ୍ଟାଇନର ଏକ ପୁରୁଣା ଘଟଣା ଯାହାକୁ ଭାରତରେ ଘଟିଥିବା ସମ୍ପ୍ରତି ଘଟଣା ଦାବି ସହିତ ସେୟାର କରା ଯାଉଛି।

Title:ପାଲେଷ୍ଟାଇନର ପୁରୁଣା ଭିଡିଓକୁ କାଶ୍ମୀରରେ ଭାରତୀୟ ସେନା ଦ୍ୱାରା ଜଣେ ଲୋକଙ୍କୁ ଗୋଳି ମାରିବା ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
