ସିଙ୍ଗାପୁରର ଭିଡିଓକୁ ହରମୁଜ୍ ପ୍ରଣାଳୀରେ ଜାହାଜ ଫସି ରହିଥିବା ଦାବି ସହିତ ସେୟାର କରା ଯାଉଛି।

False Middle-East Conflict

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସମୁଦ୍ରରେ ଅନେକ ଜାହାଜ ଫସି ରହିଥିବା ମନେହେଉଛି। ଦାବି କରା ଯାଉଛି ଯେ ଏହି ଦୃଶ୍ୟ ହରମୁଜ୍ ଅଞ୍ଚଳରୁ ଆସିଛି ଯେଉଁଠାରେ ମଧ୍ୟପ୍ରାଚ୍ୟ ଯୁଧ୍ୟ ହେତୁ ଇରାନ ଜାହାଜ ଗୁଡ଼ିକୁ ଅଟକାଇ ରଖିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ସିଙ୍ଗାପୁରର ଦୃଶ୍ୟ ଯାହାର ହରମୁଜ୍ ସହିତ କୌଣସି ସମ୍ପର୍କ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “Strait of Hormuz ରେ ଫସିଥିବା ଜାହାଜ ମାନଙ୍କ ର ଦୃଶ୍ୟ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଏକ ଇଂଷ୍ଟାଗ୍ରାମ ହେଣ୍ଡେଲରେ ସମାନ ଭିଡିଓ ୧୭ ମାର୍ଚ୍ଚ, ୨୦୨୬ ରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓଟି ଏକ ଯାତ୍ରା ଭିଡିଓର ଅଂଶ ଭାବରେ ପୋଷ୍ଟ କରାଯାଇଛି ଏବଂ ଏଥିରେ ହର୍ମୁଜ୍ ପ୍ରଣାଳୀ ବିଷୟରେ କୌଣସି ଦାବି ନାହିଁ।

ଅପଲୋଡରଙ୍କ ପ୍ରୋଫାଇଲକୁ ଭଲଭାବେ ଯାଞ୍ଚ କରିଲା ପରେ ଜଣାପଡ଼ିଲା ଯେ କ୍ଲିପ୍ଟି ଭାରତରୁ ସିଙ୍ଗାପୁର ଯାତ୍ରାର ସମୟରେ ନିଆ ଯାଇଛି। ସମାନ ଫୁଟେଜ୍ ଆକାଉଣ୍ଟର “ହାଇଲାଇଟ୍ସ” ରେ ମଧ୍ୟ ଦେଖାଯାଇଛି, ଯାହା ସୂଚିତ କରୁଛି ଯେ ଏହା ମଧ୍ୟପ୍ରାଚ୍ୟରେ ନୁହେଁ, ବରଂ ସିଙ୍ଗାପୁରରେ ଏକ ବାଣିଜ୍ୟିକ ବିମାନ ଅବତରଣ ସମୟରେ ସୁଟ୍ କରାଯାଇଥିଲା।

ସିଙ୍ଗାପୁରର ବନ୍ଦର ଟ୍ରାଫିକର ଲାଇଭ୍ ଫୁଟେଜ୍ ଏବଂ ଜାହାଜରେ ଭିଡ଼ର ଭିଡିଓ ଉଭୟ ସମାନ ଦେଖାଯାଉଛି:

ଏହା ସହିତ, ସାମୁଦ୍ରିକ ପର୍ଯ୍ୟବେକ୍ଷଣ ସଂଗଠନ TankerTrackers.com ଭାଇରାଲ୍ ଦାବିର ସାର୍ବଜନୀନ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛି ଯେ ଫୁଟେଜ୍ ସିଙ୍ଗାପୁରର, ହର୍ମୁଜର ନୁହେଁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ହା ସିଙ୍ଗାପୁରର ଦୃଶ୍ୟ ଯାହାର ହରମୁଜ୍ ସହିତ କୌଣସି ସମ୍ପର୍କ ନାହିଁ। 

Result Stamp

Title: ସିଙ୍ଗାପୁରର ଭିଡିଓକୁ ହରମୁଜ୍ ପ୍ରଣାଳୀରେ ଜାହାଜ ଫସି ରହିଥିବା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *